ଦାଣ୍ଡରେ ଶୋଇବା କାଳ ହେଲା, ଗାଈ ମାଡି ଦେବାରୁ ଗଲା ଶିଶୁକନ୍ୟାଙ୍କ ଜୀବନ

ଟିକ୍ରାପଡା,୩୦ା୫(ଡି.ଏନ.ଏ.) -ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଝିଙ୍କିଡୁଙ୍ଗୁରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ସମ୍ମୁଖ ଦାଣ୍ଡରେ ଶୋଇଥିବା ବେଳେ ଗାଈ ମାଡି ଦେବାରୁ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଜଣେ ଶିଶୁର ଜୀବନ ଯାଇଛି ା ମୃତା ହେଲେ ଗଁାର ଶାନ୍ତି ବେନିଆଙ୍କ ୭ବର୍ଷର ଝିଅ ବିଦୁସ୍ମିତା। ଶନିବାର ସକାଳେ ଏହି ଘଟଣା ଜଣା ପଡିବା ପରେ ଗଁାରେ ଶୋକର ଛାୟା ଖେଳିଯାଇଛି।
ପ୍ରକାଶ ଯେ, ଝିଙ୍କିଡୁଙ୍ଗୁରି ଗ୍ରାମର ଲଳିତା ମହାନନ୍ଦଙ୍କ ଝିଅ ଶାନ୍ତି ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଧିନ ସୁକୁନିପଦର ଗ୍ରାମର ଯୋଗେନ୍ଦ୍ର ବେନିଆଁଙ୍କୁ ବାହା ହୋଇଥିଲେ। କୌଣସି କାରଣରୁ ସ୍ବାମୀଙ୍କ ସହ ବିବାଦ ଯୋଗୁଁ ନିଜର ତିନି ଝିଅ ଓ ଦୁଇ ପୁଅଙ୍କୁ ନେଇ ସେ ଗତ ପାଞ୍ଚବର୍ଷ ହେବ ବାପଘର ଗଁା ଝିଙ୍କିଡୁଙ୍ଗୁରିରେ ରହି ଆସୁଥିଲେ। ଗୁରୁବାର ରାତିରେ ପୁଅଝିଅ ଓ ମାଙ୍କ ସହ ଶାନ୍ତି ଘରଦାଣ୍ଡରେ ବିଛଣା ପକାଇ ତଳେ ଶୋଇଥିଲେ। ରାତି ପ୍ରାୟ ଗୋଟାଏ ସମୟରେ ଏକ ବୁଲା ଗାଈ ଦୌଡି ଆସି ସେମାନଙ୍କ ଉପରେ ଚଢି ଯାଇଥିଲା ା ଏଥିରେ ଶାନ୍ତି ବେନିଆଁ (୩୬), ପୁଅ ସୁମନ(୧୧), ଝିଅ ବିଦୁସ୍ମିତା(୭) ଆହତ ହୋଇଥିଲେ ା ଗୁରୁତର ଅବସ୍ଥାରେ ବିଦୁସ୍ମିତାଙ୍କୁ ଶୁକ୍ରବାର ସକାଳେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା ା ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ବିଦୁସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହ ଝିଙ୍କିଡୁଙ୍ଗୁରିକୁ ଅଣାଯାଇଥିଲା ା ଶାନ୍ତି ମୂଲ ମଜୁରୀ ଲାଗି ପରିବାରକୁ ବହୁକଷ୍ଟରେ ପରିପୋଷଣ କରୁଛନ୍ତି। ଉକ୍ତ ଗରିବ ପରିବାରକୁ ଅବିଳମ୍ବେ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

୯ ଘଣ୍ଟା ଧରି ପାଣିରେ ଫସିଛି କାର୍‌, ଭିତରେ ୪ ଜଣ ଥାଇ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଲାଠୋର ନୂଆପଡ଼ା ରାସ୍ତାରେ ଥିବା ରେଲଓ୍ବେ ଅଣ୍ଡର ଗ୍ରାଉଣ୍ଡ ପୋଲ ଭିତର ଦେଇ ଏକ କାର୍‌ ଯାଉଥିବାବେଳେ ପାଣି…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷା ଗରିବ ଲୋକଙ୍କ ପାଇଁ ସତେ ଯେମିତି କାଳ ସାଜିଛି। ଶନିବାର ରାତିରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri