ଦାଣ୍ଡରେ ଶୋଇବା କାଳ ହେଲା, ଗାଈ ମାଡି ଦେବାରୁ ଗଲା ଶିଶୁକନ୍ୟାଙ୍କ ଜୀବନ

ଟିକ୍ରାପଡା,୩୦ା୫(ଡି.ଏନ.ଏ.) -ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଝିଙ୍କିଡୁଙ୍ଗୁରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ସମ୍ମୁଖ ଦାଣ୍ଡରେ ଶୋଇଥିବା ବେଳେ ଗାଈ ମାଡି ଦେବାରୁ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଜଣେ ଶିଶୁର ଜୀବନ ଯାଇଛି ା ମୃତା ହେଲେ ଗଁାର ଶାନ୍ତି ବେନିଆଙ୍କ ୭ବର୍ଷର ଝିଅ ବିଦୁସ୍ମିତା। ଶନିବାର ସକାଳେ ଏହି ଘଟଣା ଜଣା ପଡିବା ପରେ ଗଁାରେ ଶୋକର ଛାୟା ଖେଳିଯାଇଛି।
ପ୍ରକାଶ ଯେ, ଝିଙ୍କିଡୁଙ୍ଗୁରି ଗ୍ରାମର ଲଳିତା ମହାନନ୍ଦଙ୍କ ଝିଅ ଶାନ୍ତି ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଧିନ ସୁକୁନିପଦର ଗ୍ରାମର ଯୋଗେନ୍ଦ୍ର ବେନିଆଁଙ୍କୁ ବାହା ହୋଇଥିଲେ। କୌଣସି କାରଣରୁ ସ୍ବାମୀଙ୍କ ସହ ବିବାଦ ଯୋଗୁଁ ନିଜର ତିନି ଝିଅ ଓ ଦୁଇ ପୁଅଙ୍କୁ ନେଇ ସେ ଗତ ପାଞ୍ଚବର୍ଷ ହେବ ବାପଘର ଗଁା ଝିଙ୍କିଡୁଙ୍ଗୁରିରେ ରହି ଆସୁଥିଲେ। ଗୁରୁବାର ରାତିରେ ପୁଅଝିଅ ଓ ମାଙ୍କ ସହ ଶାନ୍ତି ଘରଦାଣ୍ଡରେ ବିଛଣା ପକାଇ ତଳେ ଶୋଇଥିଲେ। ରାତି ପ୍ରାୟ ଗୋଟାଏ ସମୟରେ ଏକ ବୁଲା ଗାଈ ଦୌଡି ଆସି ସେମାନଙ୍କ ଉପରେ ଚଢି ଯାଇଥିଲା ା ଏଥିରେ ଶାନ୍ତି ବେନିଆଁ (୩୬), ପୁଅ ସୁମନ(୧୧), ଝିଅ ବିଦୁସ୍ମିତା(୭) ଆହତ ହୋଇଥିଲେ ା ଗୁରୁତର ଅବସ୍ଥାରେ ବିଦୁସ୍ମିତାଙ୍କୁ ଶୁକ୍ରବାର ସକାଳେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା ା ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ବିଦୁସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହ ଝିଙ୍କିଡୁଙ୍ଗୁରିକୁ ଅଣାଯାଇଥିଲା ା ଶାନ୍ତି ମୂଲ ମଜୁରୀ ଲାଗି ପରିବାରକୁ ବହୁକଷ୍ଟରେ ପରିପୋଷଣ କରୁଛନ୍ତି। ଉକ୍ତ ଗରିବ ପରିବାରକୁ ଅବିଳମ୍ବେ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡଜାମିନ ରଖି ପୁତୁରାକୁ ମାରିଲେ କକା

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର)ଟଙ୍କା ପାଇଁ ମଣିଷ କେତେ କ୍ରୂର ହୋଇଯାଏ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବେଲପଡ଼ା ଗ୍ରାମରେ। ୧୪...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ଖେଳିଲେ ପଶ୍ଚିମ ଓଡ଼ିଶା କାର୍ଡ

ବଲାଙ୍ଗୀର, ୧୮ା୪(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାରେ...

୩ଦିନ ହେଲା ଜଳଯୋଗାଣ ବନ୍ଦ: ପାଣି ପାଇଁ ଭରସା ନଦୀଜଳ

ସଇଁତଳା, ୧୪ା୪ (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଡ଼େଙ୍ଗ ପଞ୍ଚାୟତବାସୀ ଏବେ ଘୋର ପାନୀୟ ଜଳକଷ୍ଟରେ ରହିଛନ୍ତି। ପାଇପ୍‌ ଫାଟି ଯାଇଥିବାରୁ...

ସୋନିଆଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର,୧୪ା୪(ବୀରେନ୍ଦ୍ର କୁମାର ଝାଙ୍କର)କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶନିବାର ବଲାଙ୍ଗୀର ବିଧାୟକ ତଥା ବିଧାନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି...

ବିଦ୍ୟାଳୟ ଆସୁନାହାନ୍ତି ପ୍ରଧାନଶିକ୍ଷକ

ଲାଠୋର, ୧୧ା୪(ଭୁବନେଶ୍ୱର ବାରିକ)ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ଅଧିନ ବିଜମାଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ପ୍ରଧାନ ଶିକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri