ଦଶଗୁଣା ବଢ଼ିଛି ନଂ.୧୦୪କୁ କଲ୍‌: ୪୮ଘଣ୍ଟାରେ ୨୧୩୧ ପଞ୍ଜୀକୃତ, ଖୋର୍ଦ୍ଧା ଜିଲାର ସର୍ବାଧିକ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମ୍ଭାବ୍ୟ କରୋନା ଭୂତାଣୁ(କୋଭିଡ-୧୯)ର ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟହ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନେଇ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ନିମ୍ନଲିଖିତ ବିଷୟରେ ସୂଚନା ଦେଇଛନ୍ତି।

ବାଗ୍‌ଚୀ କହିଛନ୍ତି, ମଙ୍ଗଳବାର ୧୬୨ଦେଶ କରୋନାରେ ପ୍ରଭାବିତ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟା ୧୬୭ରେ ପହଞ୍ଚିଛି। ଭାରତରେ ୧୨୬ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ଏହା ୧୪୮ ହୋଇଛି। ମୋଟ ୩ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ରାଜ୍ୟରେ ଏଯାବତ ୪୭ଜଣଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ଜଣଙ୍କ ନେଗେଟିଭ୍‌ ଆସିଛି। ବୁଧବାର ପଠାଯାଇଥିବା ୧୨ଟି ନମୁନା ନେଗେଟିଭ୍‌ ବାହାରିଛି। ପୁଣି ଆଉ୬ଟି ପଠାଯାଇଛି।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟୋଲ ଫ୍ରି ନଂ-୧୦୪କୁ ୨୪ଘଣ୍ଟାରେ ୫୨୦୨ଟି କଲ୍‌ ଆସିଛି। ସାଧାରଣ ଦିନରେ ୫ଶହ କଲ୍‌ ଆସୁଥିବା ବେଳେ ଏବେ ଏହା ଦଶଗୁଣା ବଢ଼ିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ପ୍ରତି ଘଣ୍ଟାରେ ୮୦ଜଣ ରେଜିଷ୍ଟ୍ରେଶନ କରୁଛନ୍ତି। ଏହାମଧ୍ୟରେ ମୋଟ ୨୧୩୧ଜଣ ରେଜିଷ୍ଟ୍ରେଶନ କରିଛନ୍ତି। ସେଥିରୁ ୟୁଏଇ(୨୦%), ୟୁଏସ୍‌ଏ(୯%), ସାଉଦି ଆରବିଆ(୫%), ୟୁକେ(୪%)ରୁ ଥିବା ବେଳେ ଚାଇନାରୁ କେହି ନାହାନ୍ତି। ସେହିଭଳି ଅନ୍ୟ ସଂକ୍ରମିତ ଦେଶରୁ ସେତେଟା ଆସି ନ ଥିବା ଦେଖାଯାଇଛି।

ରେଜିଷ୍ଟ୍ରେଶନ କରିଥିବା ୨୧୩୧ଜଣ ୮୦ ଦେଶରୁ ଆସିଛନ୍ତି। ଲୋକମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାର ସବୁଠୁ ଅଧିକ ଲୋକ ରହିଥିବା ବେଳେ କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱରର ଅଧିକ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ମାଲକାନାଗିରିର କେହି ନାହାନ୍ତି। ଏହାଛଡ଼ା ବିଶେଷ ପ୍ରଭାବିତ ହେଉଥିବା ୬୦ ବର୍ଷ ବୟସରୁ ଅଧିକ ୯୭ଜଣ, ୮୦ରୁ ୧୦୦ ବର୍ଷର ଜଣେ ଅଛନ୍ତି। ଅନ୍ୟ ସମସ୍ତେ ୬୦ବର୍ଷରୁ କମ୍‌ ରହିଥିବା ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri