ଦଣ୍ଡନାଚ ପ୍ରସାଦ ସେବନ ବେଳେ ମାରପିଟ: ବାପ-ପୁଅ ଗୁରୁତର

ଧରାକୋଟ,୧୪ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ତଥା ବଡଗଡ ଥାନା ଅନ୍ତର୍ଗତ ଢ଼ଉପଦା ଗ୍ରାମରେ ଦଣ୍ଡନାଚ ପ୍ରସାଦ ସେବନ ସମୟରେ ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପ୍ରତାପ ପାଣିଗ୍ରାହୀ ଓ ତାଙ୍କ ପୁଅ ଆଶିଷ ପାଣିଗ୍ରାହୀ।

ପ୍ରକାଶ ଯେ, ଢଉପଦା ଗ୍ରାମରେ ତିତିଖଣ୍ଡି ଗ୍ରାମର ଦଣ୍ଡନାଚ ହୋଇଥିଲା । ରାତିରେ ପ୍ରସାଦ ସେବନ ସମୟରେ ପ୍ରତାପ ଓ ତାଙ୍କ ପୁଅ ଆଶିଷଙ୍କ ସହ ନିକଟସ୍ଥ ମହୁଲି ଗାଁର ଦଳିତ ସାହିର କେତେଜଣ ଯୁବକଙ୍କ ସହ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଏହାପରେ ମହୁଲି ଦଳିତ ସାହିର କେତେଜଣ ପ୍ରତାପଙ୍କ ଘର ସାମନାକୁ ଆସି ଗାଳିଗୁଲଜ କରିଥିଲେ। ପ୍ରତାପ ଓ ତାଙ୍କ ପୁଅ ଏହାର ପ୍ରତିବାଦ କରିବାରୁ ସେମାନେ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ପରେ ଆହତ ବାପପୁଅଙ୍କୁ ଢଉପଦା ଗାଁ ଲୋକେ ଆମ୍ବୁଲାନ୍ସରେ ଶେରଗଡ଼ ମେଡିକାଲକୁ ନେଇଥିଲେ । ସେଠାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରଛନ୍ତି। ଘଟଣା ସମ୍ପର୍କରେ ପ୍ରତାପଙ୍କ ସ୍ତ୍ରୀ ସବିତା ପାଣିଗ୍ରାହୀ ବଡଗଡ ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ.୧୯୨/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri