ଥଇଥାନ୍‌ ଦାବିରେ ବ୍ୟବସାୟୀ ଅଟଳ: ଫେରିଲା ଉଚ୍ଛେଦକାରୀ ଟିମ୍‌

କଟକରୋଡ଼,୨।୧୨(ଡି.ଏନ୍‌.ଏ.): ଥଇଥାନ ଦାବିରେ ବ୍ୟବସାୟୀ ଅଟଳ, ଉଚ୍ଛେଦକାରୀ ଟିମ୍‌କୁ ଲୋକଙ୍କ ବିରୋଧ ପରେ ଅଧିକାରୀମାନଙ୍କୁ ଫେରିବାକୁ ପଡ଼ିଛି। ସୋମବାର ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ।
ସୂଚନାନୁଯାୟୀ, ଲକ୍ଷ୍ମୀସାଗର ହାଇସ୍କୁଲ ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ୨୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଦୋକାନ କରି ପରିବାର ପୋଷୁଛନ୍ତି। ସୋମବାର ପୂର୍ବାହ୍ନରେ ଦୋକାନ ଉଚ୍ଛେଦ ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଓ ଭୁବନେଶ୍ୱରର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଏକ ଟିମ୍‌ ସହ କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ତେବେ ଉଚ୍ଛେଦକାରୀ ଟିମ୍‌କୁ ଦେଖିବା ପରେ ଉତ୍ତେଜନା ଦେଖାଯାଇଥିଲା। ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ ଦାବିରେ ବହୁସଂଖ୍ୟାରେ ବ୍ୟବସାୟୀ ଓ ଅଞ୍ଚଳବାସୀ ଲକ୍ଷ୍ମୀସାଗର ସ୍କୁଲନିକଟରେ ରାସ୍ତା ଅବରୋଧ କରିଥିଲେ। ୨୦୧୬ ମସିହାରେ ବିଏମ୍‌ସି ପକ୍ଷରୁ ବ୍ୟବସାୟୀଙ୍କୁ ଭେଣ୍ଡିଂଜୋନ୍‌ ମାଧ୍ୟମରେ ଥଇଥାନ କରାଯିବା ପାଇଁ ସର୍ଭେ ହୋଇଥିଲେ ମଧ୍ୟ ତାହା ଏଯାବତ୍‌ ଯୋଗାଇ ଦିଆଯାଇ ନାହିଁ । ଫଳରେ ଦୋକାନ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ବ୍ୟବସାୟୀ ଅଡ଼ି ବସିଥିଲେ। ପୋଲିସ ବୁଝାସୁଝା କରିବା ଫଳରେ ବ୍ୟବସୟୀଙ୍କ ପକ୍ଷରୁ ବିଏମ୍‌ସିକୁ ୧୫ ଦିନ ସମୟ ମଗାଯାଇ ଥିଲ। ପରେ ରାସ୍ତା ଅବରୋଧ ହଟିବା ସହ (ବିଡିଏ/ ବିଏମ୍‌ସି) ଘଟଣାସ୍ଥଳରୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?