Posted inଜାତୀୟ

ତେଲେଙ୍ଗାନା କଂଗ୍ରେସରେ ବିଦ୍ରୋହ

ହାଇଦ୍ରାବାଦ,୭ା୬ (ଆଇଏଏନ୍‌ଏସ୍‌):ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁରୁବାର ତେଲେଙ୍ଗାନାରେ ଦଳକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ୧୨ ବିଧାୟକ ଦଳ ଛାଡ଼ି ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌)ରେ ଯୋଗଦେଇଛନ୍ତି। ଏହାସହ ସେମାନେ ଟିଆର୍‌ଏସ୍‌ରେ କଂଗ୍ରେସ ବିଧାୟକ ଦଳ(ସିଏଲ୍‌ପି)ର ବିଲୟ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଆଗକୁ ଦଳଡ଼ିଆଁଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏଆଇସିସି ଏହାକୁ ନିନ୍ଦା କରିବା ସହ ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଭିହିତ କରିଛି।
ଡିସେମ୍ବରରେ ୧୧୯ ସଦସ୍ୟ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରେଡ୍ଡୀ (କେସିଆର୍‌)ଙ୍କ ଟିଆର୍‌ଏସ୍‌କୁ ୮୮ ଆସନରେ ସଫଳତା ମିଳିଥିଲା। ଫଳରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କେସିଆର୍‌ ପୁଣିଥରେ କ୍ଷମତାକୁ ଫେରିଛନ୍ତି। କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଥିଲା। ଗତ ମାର୍ଚ୍ଚରେ ୧୧ ବିଧାୟକ କଂଗ୍ରେସ ଛାଡ଼ିଥିଲେ। ପିସିସି ସଭାପତି ଏନ୍‌. ଉତ୍ତମ କୁମାର ରେଡ୍ଡୀ ଲୋକ ସଭା ନିର୍ବାଚନରେ ନାଲଗୋଣ୍ଡା ଆସନରୁ ବିଜୟୀ ହେବା ପରେ ବୁଧବାର ହୁଜୁରନଗର ବିଧାନସଭାରୁ ଇସ୍ତଫା ଦେଇଥିଲେ। ଏହିକ୍ରମରେ ଗୁରୁବାର ତନ୍ଦୁର ବିଧାୟକ ରୋହିତ ରେଡ୍ଡୀ ଯୋଡ଼ିହୋଇଛନ୍ତି। ସେ କଂଗ୍ରେସ ଛାଡ଼ି ତାଙ୍କର ପୂର୍ବ ଦଳ ଟିଆର୍‌ଏସ୍‌କୁ ଫେରିଛନ୍ତି। ଏଥିସହ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ଗୃହରେ ସଦସ୍ୟଙ୍କ ସଂଖ୍ୟା ୬କୁ ଖସିଆସିଛି ଏବଂ ଦଳବଦଳକାରୀଙ୍କ ସଂଖ୍ୟା ଦୁଇ-ତୃତୀୟାଂଶରେ ପହଞ୍ଚତ୍ଛି। ନିୟମ ଅନୁସାରେ କୌଣସି ଦଳର ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ସାମିଲ ହେଲେ ସେମାନଙ୍କ ପାଇଁ ଦଳବଦଳ ଆଇନ ଲାଗୁ ହୋଇ ନ ଥାଏ। ତେଣୁ କଂଗ୍ରେସ ଛାଡ଼ିଥିବା ବିଧାୟକମାନେ ଏକ ସ୍ବତନ୍ତ୍ର ବୈଠକ ପରେ ବାଚସ୍ପତି ପୋଚରାମ ଶ୍ରୀନିବାସ ରେଡ୍ଡୀଙ୍କୁ ସାକ୍ଷାତ କରି ଟିଆର୍‌ଏସ୍‌ ସହିତ ବିଧାୟକ ଦଳର ବିଲୟ କରାଯାଉ ବୋଲି ଏକ ଦାବିପତ୍ର ଜଣାଇଛନ୍ତି।
ସେମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପ୍ରଗତି ଭବନକୁ ଯାଇ କେସିଆର୍‌ଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ରୋହିତ ରେଡ୍ଡୀ ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେସିଆର୍‌ଙ୍କ ପୁଅ କେ.ଟି ରାମାରାଓଙ୍କୁ ଭୋଟି ଶାସକ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ। ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମକୁ ଦେଖି ୧୨ ବିଧାୟକ ଏଭଳି ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଗନ୍ଦ୍ରା ଭେଙ୍କଟ ରାମାନ୍ନା ରେଡ୍ଡୀ କହିଛନ୍ତି। ବାଚସ୍ପତି ସେମାନଙ୍କ ଅନୁରୋଧକୁ ଗ୍ରହଣ କଲେ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା ସହ ଏହାର ସଦସ୍ୟଙ୍କ ସଂଖ୍ୟା ୬କୁ ଖସିଯିବ। ବିଧାନସଭାରେ ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍‌ର ୭ ଓ ଭାଜପାର ଜଣେ ବିଧାୟକ ଅଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୨ ବିଧାୟକଙ୍କ ମଧ୍ୟରୁ ଜଣେ ଟିଆର୍‌ଏସ୍‌ରେ ମିଶିବା ନେଇ ଘୋଷଣା କରିଛନ୍ତି।
ଏହି ଘଟଣାକ୍ରମ ପରେ କେତେଜଣ କଂଗ୍ରେସ ନେତା ଦଳବଦଳ ପ୍ରତିବାଦରେ ବିଧାନସଭା ପରିସରସ୍ଥିତ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ନେତା ଏମ୍‌. ଭଟ୍ଟି ବିକ୍ରମ ବାଚସ୍ପତିଙ୍କୁ ଭେଟି କୌଣସି ନିଷ୍ପତ୍ତି ନେବା ପୂର୍ବରୁ କଂଗ୍ରେସକୁ ନୋଟିସ କରିବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ପଦକ୍ଷେପକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ନିନ୍ଦା କରିଛନ୍ତି। ଟିଆର୍‌ଏସ୍‌ ଅଧ୍ୟକ୍ଷ କେସିଆର୍‌ ତେଲେଙ୍ଗାନା ଭୋଟରଙ୍କ ଜନାଦେଶକୁ ପ୍ରତାରିତ କରିଛନ୍ତି। ତାଙ୍କର ଏଭଳି ଲଜ୍ଜାଜନକ କାର୍ଯ୍ୟକୁ ଲୋକେ କ୍ଷମା କରିବେ ନାହିଁ ବୋଲି ବିକ୍ରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri