Posted inଜାତୀୟ

ତିନି ଅଧ୍ୟାଦେଶ, ଫଳ ଶୂନ

ନୂଆଦିଲ୍ଲୀ,୧୨ା୬:ମୋଦି ସରକାରଙ୍କ ୩ ତରବରିଆ ଅଧ୍ୟାଦେଶ କୃଷିକୁ ସହାୟକ ହୋଇପାରେ, ଚାଷୀଙ୍କୁ ନୁହେଁ। କୃଷି ମାର୍କେଟିଂ ଆଇନଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏର କରୋନା ଭାଇରସ୍‌ କିମ୍ବା ଲକ୍‌ଡାଉନ୍‌ ସହ କିଛି ସମ୍ପର୍କ ନାହିଁ। କିନ୍ତୁ ମୋଦି ସରକାର ସେଗୁଡ଼ିକୁ ଏଭଳି ସମୟରେ ଆଣିଛନ୍ତି, ଯେତେବେଳେ କି ପାର୍ଲାମେଣ୍ଟ ବନ୍ଦ ଅଛି।

ଭାରତ କୃଷକ ସମାଜ ଅଧ୍ୟକ୍ଷ ତଥା ପଞ୍ଜାବ ଫାର୍ମର୍ସ କମିଶନ ଚେୟାରମ୍ୟାନ୍‌ ଅଜୟ ବୀର ଜାଖଡ଼ ଏକ ଚାଲାକି ଟୁଇଟ୍‌ କରିଛନ୍ତି। ଏଥିରେ ସେ କୃଷି କ୍ଷେତ୍ର ପାଇଁ ସଦ୍ୟ ମଞ୍ଜୁର ୩ ‘ଐତିହାସିକ’ ଅଧ୍ୟାଦେଶକୁ ସମର୍ଥନ କରୁଥିବା କୃଷକ ସଙ୍ଗଠନଗୁଡ଼ିକର ନାମ ଓ ଯୋଗାଯୋଗ ବିବରଣୀ ମାଗିଛନ୍ତି। ଏହାକୁ କେହି ସମର୍ଥନ କରୁନାହାନ୍ତି ବୋଲି ଜାଣି ସୁଦ୍ଧା ସେ ଏପରି ପ୍ରଶ୍ନ କରିଛନ୍ତି। ଜନାଧାର ଥିବା ଅସଂଖ୍ୟ କୃଷକ ସଙ୍ଗଠନ, ୟୁନିୟନ, ମେଣ୍ଟ ମଧ୍ୟରୁ କୌଣସି ସଙ୍ଗଠନ ଏହାକୁ ସ୍ବାଗତ କରିନାହାନ୍ତି। ଏପରି କି ଭାରତୀୟ ଜନତା ପାର୍ଟି (ଭାଜପା)ର ନିଜ କିଷାନ ସଂଘ ମଧ୍ୟ କୃଷି ମାର୍କେଟିଂ ଉପରେ ମୋଦି ସରକାରଙ୍କ ୩ ଆଇନକୁ ସମର୍ଥନ କରିନାହିଁ। ସମସ୍ତ ସଙ୍ଗଠନ ଏହାକୁ ଦୃଢ଼ ବିରୋଧ କରିଛନ୍ତି, ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିବା ସ୍ବାଭାବିକ। ଏଠାରେ ପ୍ରଶ୍ନ ଉଠେ ଏହି ‘ଐତିହାସିକ’ ପଦକ୍ଷେପଗୁଡ଼ିକ ଯୋଗୁ ପ୍ରକୃତରେ କୃଷକଙ୍କ ହିତ ସାଧନ ହେବ କି?
ଏହି ସଂସ୍କାରମୂଳକ ପ୍ୟାକେଜରେ ୩ଟି ଆଇନ ରହିଛି, ଯାହାକୁ ଅଧ୍ୟାଦେଶ ବାଟ ଦେଇ ଅଣାଯାଇଛି। ପ୍ରଥମରେ ମୋଦି ସରକାର ଖାଦ୍ୟଶସ୍ୟ ମହଜୁଦ ରଖିବା ଉପରେ ଥିବା କଟକଣାକୁ ହଟାଇବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଆଣିଲେ। ଦ୍ୱିତୀୟରେ ଏକ ନୂଆ ଆଇନ ଆଣିଲେ, ଯାହାକୁ ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରମୋଶନ ଆଣ୍ଡ ଫାସିଲିଟେଶନ) ଅର୍ଡିନାନ୍ସ, ୨୦୨୦ ବା ଏଫ୍‌ପିଟିସି ଅଧ୍ୟାଦେଶ କୁହାଯାଉଛି। କୃଷି ଉତ୍ପାଦ ବଜାର କମିଟି (ଏପିଏମ୍‌ସି)ଗୁଡ଼ିକର ଏକଚାଟିଆ କାରବାରକୁ ଶେଷ କରିବା ଏବଂ ଖାଦ୍ୟଶସ୍ୟ କିଣାବିକା ପାଇଁ ସମସ୍ତଙ୍କୁ ସୁଯୋଗ ଦେବା ହେଉଛି ଏହି ଅଧ୍ୟାଦେଶର ଲକ୍ଷ୍ୟ। ତୃତୀୟରେ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟ ଆଶ୍ୱାସନା ଓ କ୍ଷେତ୍ର ସେବା ଉପରେ ଚୁକ୍ତିନାମା ଅଧ୍ୟାଦେଶ, ୨୦୨୦ ବା ଏଫ୍‌ଏପିଏଏଫ୍‌ଏସ୍‌ ନାମରେ ଆଉ ଏକ ଆଇନ ଅଣାଯାଇଛି। କଣ୍ଟ୍ରାକ୍ଟ ଫାର୍ମିଂକୁ ବୈଧ କରିବା ପାଇଁ ଏହି ଆଇନ ହୋଇଛି, ଯଦ୍ଦ୍ବାରା ବଡ଼ ବଡ଼ ବ୍ୟବସାୟ ସଂସ୍ଥା ଓ କମ୍ପାନୀଗୁଡ଼ିକ ଠିକାରେ ବିସ୍ତୃତ ଜମିରେ ଚାଷ କରିପାରିବେ। କୃଷକ ସଙ୍ଗଠନଗୁଡ଼ିକ ଏହି ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଏଠାରେ କୁହାଯାଉନାହିଁ। ଏସବୁ ଉପରେ କୃଷକ ସଙ୍ଗଠନଗୁଡ଼ିକର ବିରୋଧ
ତିନି ଅଧ୍ୟାଦେଶ,…
ମୋଦି ସରକାରଙ୍କ ବିପକ୍ଷରେ ଟ୍ରେଡ୍‌ ୟୁନିୟନ୍‌ର ପ୍ରତିରୋଧ, ପକ୍ଷପାତ କିମ୍ବା ଝଟ୍‌କା ଦେବା ଭଳି ବିରୋଧବାଦକୁ ବଦଳାଇବା ପାଇଁ ଏକ ପରିଣାମ ହୋଇପାରେ। ଅନେକ କୃଷକ ସପକ୍ଷବାଦୀ ବିଶ୍ଳେଷକ ଏହି ‘ସଂସ୍କାର’ଗୁଡ଼ିକୁ ସମର୍ଥନ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଫେସର ଅଶୋକ ଗୁଲାଟି, ପୂର୍ବତନ କୃଷି ସଚିବ ସିରାଜ ହୁସେନଙ୍କ ଭଳି ଅର୍ଥନୀତିଜ୍ଞ ଓ ହରିଶ ଦାମୋଦରନ୍‌ଙ୍କ ପରି ବିଶ୍ଳେଷକ ଅଛନ୍ତି। ତେଣୁ ଏହି ପ୍ରସଙ୍ଗ ଉପରେ ଖୋଲା ମନରେ ବିଚାର କରାଯିବା ଜରୁରୀ।
ପଛଦ୍ୱାର ଆଇନ
ଏହି ୩ ଅଧ୍ୟାଦେଶକୁ କେଉଁ ସମୟ ଓ କିପରି ଭାବେ ଅଣାଗଲା ତା’ ଉପରେ ଆଲୋଚନା ଆରମ୍ଭ କରାଯାଉ। ଏହି ଆଇନଗୁଡ଼ିକ ପାଇଁ ଓକିଲାତି କରୁଥିବା ବ୍ୟକ୍ତିମାନେ ମଧ୍ୟ ମାନିଛନ୍ତି ଯେ, କରେନା ଭାଇରସ୍‌ କିମ୍ବା ଲକ୍‌ଡାଉନ୍‌ ସହିତ ଏସବୁର କିଛି ସମ୍ପର୍କ ନାହିଁ। ବର୍ତ୍ତମାନର ସଙ୍କଟମୟ ସମୟରେ ଏହି ପରିବର୍ତ୍ତନ ଚାହିଦା ପୂରଣ କରିବ ନାହିଁ କି କୃଷକମାନଙ୍କ ଉତ୍କଟ ସମସ୍ୟା ଦୂର କରିବା ଭଳି ମନେହେଉ ନାହିଁ। ତେଣୁ ଏହାର ଉପସଂହାର ହେଉଛି କୋଭିଡ୍‌ ‘ରିଲିଫ୍‌ ପ୍ୟାକେଜ’ ସମ୍ପୂର୍ଣ୍ଣ ଭାବେ ଏକ ବ୍ୟାକୁଳ ପଦକ୍ଷେପ। ପାର୍ଲାମେଣ୍ଟକୁ ବାଇପାସ୍‌ କରି ଅଧ୍ୟାଦେଶ ବଳରେ ଆଣିବା ଭଳି ଏହି ତିନୋଟି ଯାକ ଆଇନରେ କିଛି ଜରୁରୀ ବିଷୟ ନାହିଁ। ଏହି ଉପାୟଗୁଡ଼ିକୁ ନେଇ ଦଶନ୍ଧି ଦଶନ୍ଧି ଧରି ବିତର୍କ ହୋଇଛି। ତେଣୁ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ଲାଗି ଆଉ କିଛି ମାସ ଅପେକ୍ଷା କରାଯାଇ ପାରିଥାନ୍ତା। ଏହାବାଦ୍‌ ମୋଦି ସରକାରଙ୍କୁ କୃଷି ଓ ଅନ୍ତଃ-ରାଜ୍ୟ ବାଣିଜ୍ୟ (ଯାହାକି ରାଜ୍ୟଗୁଡ଼ିକର ବିଷୟ) ଉପରେ ଆଇନ ପ୍ରଣୟନ କରିବା ପାଇଁ କ’ଣ କ୍ଷମତା ଦେଇଛି ତାହା ମଧ୍ୟ ସ୍ପଷ୍ଟ ନୁହେଁ। ଖାଦ୍ୟ ସାମଗ୍ରୀଗୁଡ଼ିକର ବେପାର ଓ ବାଣିଜ୍ୟ କେନ୍ଦ୍ର-ରାଜ୍ୟର ଯୁଗ୍ମ ତାଲିକାରେ ରହିଛି ସତ। କିନ୍ତୁ ଯଦି ରାଜ୍ୟଗୁଡ଼ିକ ନିକଟରେ ଏପିଏମ୍‌ସି ଆଇନ ଗୃହୀତ କରିବା ଅଧିକାର ରହିଛି ତେବେ କୃଷି ଉତ୍ପାଦ ବଜାର କମିଟିଗୁଡ଼ିକୁ ମଧ୍ୟ ବାଇପାସ୍‌ କରିବା ସେମାନଙ୍କ ଅଧିକାର କ୍ଷେତ୍ର ପରିସରରେ ଆସୁଛି। କେନ୍ଦ୍ର ସରକାରଙ୍କୁ ଅସୁବିଧା ଦୂର କିମ୍ବା ଲଜ୍ଜା ନିବାରଣ କରିବା ପାଇଁ ସମ୍ବିଧାନ ଏପରି କୌଣସି କ୍ଷମତା ଦେଇନାହିଁ, ଯାହା ବଳରେ କଣ୍ଟ୍ରାକ୍ଟ ଫାର୍ମିଂକୁ ନେଇ ଆଇନ ପ୍ରଣୟନ କରିପାରିବେ। ମୋଟାମୋଟି ଭାବେ ଦେଖିଲେ ଏଫ୍‌ଏପିଏଏଫ୍‌ଏସ୍‌ ହେଉଛି ଅସାମ୍ବିଧାନିକ।
ଯଦି ମୋଦି ସରକାର ପ୍ରକୃତରେ କୃଷକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୃଷି ଆଇନରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ତେବେ ଜନସାଧାରଣଙ୍କ ଦ୍ୱାରା ବା ପାର୍ଲାମେଣ୍ଟାରି ଯାଞ୍ଚକୁ ଫାଙ୍କିବା ଆବଶ୍ୟକତା କାହିଁକି ପଡ଼ିଲା? ଜାତୀୟ ମେଡିକାଲ ଜରୁରୀ ସ୍ଥିତି ଭଳି ଏକ ଅନ୍ଧକାରମୟ ସମୟରେ ଏହି ସଂଶୋଧନ ପଛଦ୍ୱାର ପଟୁ କାହିଁକି ଅଣାଗଲା, ତାହା ପୁଣି ସମ୍ବିଧାନ ଦ୍ୱାରା କ୍ଷମତାପ୍ରାପ୍ତ ରାଜ୍ୟ ସରକାରଗୁଡ଼ିକୁ ପଦଚ୍ୟୁତ କରି?


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?