Posted inଜାତୀୟ

ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ

କୋଲକାତା,୩ା୬(ଆଇଏଏନ୍‌ଏସ୍‌): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ଆରମ୍ଭ ହୋଇଯାଇଛି। ରବିବାର ପଶ୍ଚିମବଙ୍ଗର ଶିକ୍ଷାବିତ୍‌ ଓ ସାହିତି୍ୟକମାନେ କେନ୍ଦ୍ରର ଏଭଳି ଉଦ୍ୟମକୁ ବିରୋଧ କରିଛନ୍ତି। କୌଣସି ଭାଷାକୁ ଜୋରଜବରଦସ୍ତ ଲଦିଦେବା ଲାଗି ଉଦ୍ୟମକୁ ସବୁଦିଗରୁ ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି।
ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଭାଷାବିତ୍‌ ପବିତ୍ର ସର୍କାର କହିଛନ୍ତି, ହିନ୍ଦୀ ଶିକ୍ଷାକୁ ବାଧ୍ୟତାମୂଳକ କରିବା ଲାଗି କେ. କସ୍ତୁରିରଙ୍ଗନ୍‌ କମିଟିର ପ୍ରସ୍ତାବ ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଉପରେ ଅଧିକ ଚାପ ପକାଇବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ହିନ୍ଦୀ ଶିକ୍ଷା ଦିଆଯାଇପାରେ। କିନ୍ତୁ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଏହି ଭାଷାକୁ ବାଧ୍ୟତାମୂଳକ କରାଯିବା ଠିକ୍‌ ନୁହେଁ। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କ ପାଇଁ ବୋଝ ହୋଇଥିବାବେଳେ ଏହାକୁ ଆହୁରି ବଢ଼ାଇବାକୁ ଦିଆ ନ ଯାଉ ବୋଲି ସେ କହିଛନ୍ତି। ଏଭଳି ପ୍ରସ୍ତାବକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଗଲାଣି। ଅନ୍ୟପକ୍ଷରେ ଅଣହିନ୍ଦୀଭାଷୀ ରାଜ୍ୟରେ ବସବାସ କରୁଥିବା ହିନ୍ଦୀଭାଷୀ ଲୋକମାନେ ସେଠାର ମୁଖ୍ୟ ଆଞ୍ଚଳିକ ଭାଷା ଶିକ୍ଷା କରିବା ଉଚିତ ବୋଲି ସର୍କାର କହିଛନ୍ତି। ଉଦାହରଣ ସ୍ବରୂପ ପଶ୍ଚିମବଙ୍ଗରେ ରହୁଥିବା ହିନ୍ଦୀଭାଷୀ ଲୋକେ ବଙ୍ଗଳା ଶିଖନ୍ତୁ। ଆଞ୍ଚଳିକ ଭାଷାର ପ୍ରସାରରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।
ଖ୍ୟାତନାମା ବଙ୍ଗଳା ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ କହିଛନ୍ତି ଦକ୍ଷିଣ ଭାରତରେ କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିକୁ ବିରୋଧ କରାଗଲାଣି। ପଶ୍ଚିମବଙ୍ଗରେ ଏହାକୁ ବିରୋଧ କରାଯିବା ନେଇ ସେ ଆଶାବାଦୀ ବୋଲି କହିଛନ୍ତି। କୌଣସି ଜିନିଷ ଲଦିଦିଆଯିବା ଠିକ୍‌ ନୁହେଁ। ଜଣେ କେଉଁ ଭାଷା ପଢ଼ିବେ, ସେ ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ହେବା ଉଚିତ ବୋଲି ଶୀର୍ଷେନ୍ଦୁ କହିଛନ୍ତି। ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବ ଶିକ୍ଷାର ଗୈରିକୀକରଣ ଲାଗି କେନ୍ଦ୍ର ପ୍ରୟାସର ଅଂଶବିଶେଷ କି ପ୍ରଶ୍ନ ଉପରେ ସେ କୌଣସି ଉତ୍ତର ନ ଦେଇ ଏଡାଇ ଯାଇଛନ୍ତି। ଯଦି ହିନ୍ଦୀ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବ ତେବେ ବଙ୍ଗଳାକୁ କାହିଁକି ନୁହେଁ ବୋଲି ଖ୍ୟାତନାମା କବି ତଥା ଶିକ୍ଷାବିତ୍‌ ସୁବୋଧ ସର୍କାର ପ୍ରଶ୍ନ କରିଛନ୍ତି। ଭାରତରେ ଅନେକ ଭାଷା ପ୍ରଚଳିତ ଥିବାବେଳେ ହିନ୍ଦୀକୁ ବାଧ୍ୟତାମୂଳକ କରାଯିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
କମିଟିର ଜାତୀୟ ଶିକ୍ଷାନୀତି ପ୍ରସ୍ତାବରେ ତ୍ରିଭାଷୀ ସୂତ୍ର ସମ୍ପର୍କରେ ଜଣାପଡିବା ପରେ ତାମିଲନାଡୁରେ ଏହାକୁ ଜୋରଦାର ବିରୋଧ କରାଯାଇଛି। ଏଭଳି ଶିକ୍ଷା ବ୍ୟବସ୍ଥା ଦେଶକୁ ବିଭାଜିତ କରିଦେବ ବୋଲି ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ ଶନିବାର କହିବା ସହ ଏହା କାର୍ଯ୍ୟକାରୀ ହେଲେ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ। ତ୍ରିଭାଷୀ ନୀତିକୁ ଡିଏମ୍‌କେ ପକ୍ଷରୁ ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ବିରୋଧ କରାଯିବ ବୋଲି ଦଳୀୟ ଏମ୍‌ପି କାନିମୋଝି କହିଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଏଭଳି ଶିକ୍ଷାନୀତି ପ୍ରସ୍ତାବକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri