ତରବରିଆ ପଦକ୍ଷେପ ସମସ୍ୟାକୁ କରିଛି ଜଟିଳ

ଯୋଡ଼ା, ୧୧।୧୦(ଡି.ଏନ.ଏ.)- ଯୋଡା ଅଞ୍ଚଳର ପ୍ରଦୂଷଣ ସମସ୍ୟା ବୃଦ୍ଧି ନେଇ ସ୍ଥାନୀୟ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ଉଁଚ୍ଚବାଲୀ ଗ୍ରାମବାସୀଙ୍କ ପକ୍ଷରୁ ଖାଲଖମାରେ ଭର୍ତ୍ତି ରାସ୍ତା ସମସ୍ୟା ନେଇ ସ୍ଥାନୀୟ ଖଣିସଂସ୍ଥାକୁ ଲିଖିତ ଦାବିପତ୍ର ଦିଆଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା। ଖଣି ସଂସ୍ଥା ଓ ପ୍ରଶାସନ ତପତ୍ରତା ଦେଖାଇ ତରବରିଆ ଭାବେ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ବଡ ବଡ ଖାଲରେ ମୋରମ ପକାଇ ଦେବାରୁ ବର୍ତ୍ତମାନର ଅବସ୍ଥା ଅଧିକ ଖରାପ ହୋଇପଡିଥିବା ଗ୍ରାମବାସୀ କହିଛନ୍ତି। ଉଲ୍ଳେଖନୀୟ ଯେ, ସ୍ଥାନୀୟ ୨ ନମ୍ବର ରାଜ୍ୟରାଜପଥର ମରାମତି ଓ ନିର୍ମାଣ କାର୍ଯ୍ୟ ଲାଗି ବିଭିନ୍ନ ସମୟରେ ଲେଶକେ ଆନ୍ଦୋଳନ କରିବା ସହିତ ଜିଲାପାଳଙ୍କଠାରେ ମଧ୍ୟ ଲିଖିତ ଅଭିଯୋଗ କରି ଆସୁଥିଲେ।ଏହି ପରିପ୍ରେକ୍ଷୀରେ ରାସ୍ତା ନିର୍ମାଣ ସକାଶେ ଡିଏମଏଫ ଅର୍ଥ ବ୍ୟୟରେ ଏବେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ନିମ୍ନମାନର କାମ ଓ ମରାମତିରେ ଅଯଥା ବିଳମ୍ବ ସମସ୍ୟାକୁ ଅଧିତ୍କ ଜଟିଳ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri