ତଦନ୍ତରେ ସୀମିତ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୬।୭(ବ୍ୟୁରୋ)
ଗଣ୍ଡଗୋଳ, ବଳାତ୍କାର, ପୋଲିସ ଗୁଳିକାଣ୍ଡ, ଦଳାଚକଟା ଭଳି ଅନେକ ଘଟଣାକୁ ଶାନ୍ତ କରିବାକୁ ରାଜ୍ୟ ସରକାର ବିିଭିନ୍ନ ସମୟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥାଆନ୍ତି। ଏଥିପାଇଁ ତଦନ୍ତ କମିଶନ ଗଠନ କରାଯାଇଥାଏ। ଘଟଣାର ତଦନ୍ତ ୩ ମାସ ମଧ୍ୟରେ ସାରିବାକୁ ସରକାର ଡେଡ୍‌ଲାଇନ ଦେଇଥାଆନ୍ତି। ମାତ୍ର ତଦନ୍ତର ଅନ୍ତ କେବେ ହେବ, ତାହା ସରକାରଙ୍କୁ ମଧ୍ୟ ମାଲୁମ ନ ଥାଏ। ୩ ମାସର ତଦନ୍ତ ଗଡ଼ି ଗଡ଼ି ୭୩ ମାସରେ ବି ପହଞ୍ଚିଯାଉଛି। ସେତେବେଳକୁ ଘଟଣା ଲୋକମାନଙ୍କ ମନରୁ ଅପସରି ଯାଇଥାଏ। କମିଶନ ରିପୋର୍ଟ ଦେବା ପରେ ମଧ୍ୟ ତାହାକୁ ବିଧାନସଭାରେ ଉପସ୍ଥାପନ କରିବାକୁ ଆହୁରି ସମୟ ଲାଗିଯାଉଛି। ତଦନ୍ତ ବାହାନାରେ ଦୀର୍ଘସମୟ ଅପଚୟ ହେବା ସହ ରାଜ୍ୟ ରାଜକୋଷରୁ ବହୁ କୋଟି ଟଙ୍କା ବରବାଦ ହେଉଛି। ଏ କଥାକୁ ଖୋଦ୍‌ ସରକାର ସ୍ବୀକାର କରିଛନ୍ତି। କଂଗ୍ରେସ ସଦସ୍ୟ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟ ସରକାର ୯ଟି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ପାଇଁ ରାଜ୍ୟ ତହବିଲ୍‌ରୁ ୬ କୋଟି ୭୭ ଲକ୍ଷ ୭୧ ହଜାର ୬୮ ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ବିଧାନସଭାରେ ମାତ୍ର ୩ଟିର ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ଅନ୍ୟ ୬ଟି ବିଭିନ୍ନ ପର୍ଯ୍ୟାୟରେ ରହିଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୦ ଅଗଷ୍ଟ ୨୩ ତାରିଖରେ କଟକ ଜିଲା ବାଗଲପୁର ପୋଲିସ ଗୁଳିକାଣ୍ଡ ଘଟଣା ହୋଇଥିଲା। ସରକାର ଏହାକୁ ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କମିଶନ ବସାଇଥିଲେ। ୩ ମାସ ବଦଳରେ ଏହି ତଦନ୍ତ ୫୭ ମାସ ଚାଲିଲା। ଏଥିପାଇଁ ୩୧ ଲକ୍ଷ ୬୧ ହଜାର ୩୯୧ ଟଙ୍କା ଖର୍ଚ୍ଚ ହେଲା। ସେହିପରି ୨୦୧୧ ଏପ୍ରିଲ ୨ ତାରିଖରେ ରାଉରକେଲା ପୋଲିସ ଓ ବିଚାରପତିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ପାଇଁ ତଦନ୍ତ କମିଶନ ବସାଇଥିଲେ ରାଜ୍ୟ ସରକାର। ୩ ମାସ ବଦଳରେ ତଦନ୍ତ ଶେଷହେବାକୁ ୨୧ ମାସ ସମୟ ଲାଗିଲା। ଏଥିପାଇଁ ଖର୍ଚ୍ଚ ହେଲା ୩୧ ଲକ୍ଷ ୬ ହଜାର ୮୬୦ ଟଙ୍କା। ଉକ୍ତ ଦୁଇଟି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ୨୦୧୧ ନଭେମ୍ବର ୩୦ ତାରିଖରେ ପୁରୀ ଜିଲାର ପିପିଲି ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମରେ ଜଣେ ଝିଅର ଦୁର୍ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ତଦନ୍ତ କମିଶନ ବସାଇଥିଲେ। କମିଶନ ୩ ମାସ ବଦଳରେ ୫୨ ମାସରେ ତଦନ୍ତ ଶେଷ କରିଥିଲେ। କମିଶନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥାପନ କରାଯାଇନାହିଁ। ଏଥିପାଇଁ ୫୩ ଲକ୍ଷ ୩୬ ହଜାର ୮୧୮ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୨ ମାର୍ଚ୍ଚ ୩୧ ତାରିଖରେ ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଫାସିପଡାଠାରେ ହୋଇଥିବା ପୋଲିସ ଗୁଳିକାଣ୍ଡର ତଦନ୍ତ କରାଇଥିଲେ ସରକାର। ଏଥିପାଇଁ କୌଣସି ଖର୍ଚ୍ଚ ହୋଇ ନ ଥିବା ବେଳେ ୩ ମାସ ବଦଳରେ ତଦନ୍ତ ଶେଷହେବାକୁ ୩୭ ମାସ ଲାଗିଗଲା। ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଚିଟ୍‌ଫଣ୍ଡ ପାଇଁ ସରକାର ତଦନ୍ତ କମିଶନ ବସାଇଛନ୍ତି। ତେବେ ଏହି କମିଶନ କେବେଠାରୁ ବସାଯାଇଛି ସେ ବିଷୟରେ ମନ୍ତ୍ରୀ କିଛି କହି ନ ଥିବା ବେଳେ ୩ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଥିଲେ ମଧ୍ୟ ୭୩ ମାସ ସମୟ ଲାଗିଯାଇଛି। ଏଥିପାଇଁ ସର୍ବାଧିକ ୫ କୋଟି ୫୫ ଲକ୍ଷ ୩୦ ହଜାର ୯୬୯ ଟଙ୍କା ଖର୍ଚ୍ଚ କରାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ସରକାରଙ୍କ ଅର୍ଥ ବିଭାଗ ସେଥିରୁ ୬ଟି ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ୨୦୧୬ ଜୁଲାଇ ୮ ତାରିଖରେ କନ୍ଧମାଳ ଜିଲା ଗୁମୁଡିମାହା ପୋଲିସ ଗୁଳିକାଣ୍ଡ ଘଟଣାର ତଦନ୍ତ କମିଶନ ବସାଯାଇଥିଲା। ୩ ମାସରେ ତଦନ୍ତ ରିପୋର୍ଟ ଦେବା ବଦଳରେ କମିଶନ ୨୦ ମାସ ପରେ ରିପୋର୍ଟ ସରକାରଙ୍କୁ ଦେଲେ। ଏଥିପାଇଁ ରାଜ୍ୟ ରାଜକୋଷରୁ ୧ ଲକ୍ଷ ୭୩ ହଜାର ୭୪୩ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬ ଅକ୍ଟୋବର ୧୭ ତାରିଖରେ ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ଜୀବନ ଯାଇଥିଲା। ୨ ମାସ ମଧ୍ୟରେ ତଦନ୍ତ ସାରିବାକୁ କମିଶନଙ୍କୁ କୁହାଯାଇଥିବା ବେଳେ ୫ ମାସ ପରେ ସରକାରଙ୍କୁ ରିପୋର୍ଟ ମିଳିଥିଲା। ୩ ବର୍ଷ ପରେ ସେହି ରିପୋର୍ଟକୁ ସରକାର ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେହିପରି ୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲାର ଏକ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ସରକାର ତଦନ୍ତ କମିଶନ ବସାଇଥିଲେ। ମାତ୍ର କମିଶନ ୩ ମାସ ବଦଳରେ ୮ ମାସରେ ତଦନ୍ତ ଶେଷ କରିଛନ୍ତି। ଏଥିପାଇଁ ୩୯,୩୭୦ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ରାଜ୍ୟ ସରକାର ଶ୍ରୀମନ୍ଦିରର ରନ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରାଇଥିଲେ। ଏହି ତଦନ୍ତ କମିଶନ ୩ ମାସ ବଦଳରେ ୬ ମାସରେ ତଦନ୍ତ ଶେଷ କରିଥିଲେ। ଏଥିପାଇଁ ରାଜକୋଷରୁ ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ରିପୋର୍ଟ ପାଇବା ପରେ ସରକାର ପରୀକ୍ଷା ନିରୀକ୍ଷା କରୁଥିବା ମନ୍ତ୍ରୀ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri