ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଯୁବତୀ ନିଖୋଜ ଘଟଣା ୪ ଦିନ ପରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ/ବଲସକୁମ୍ପା, ୭ା୧-ନୂଆବର୍ଷ ଉପଲକ୍ଷେ ଗତ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ସୁନୀତା ଝାଙ୍କରଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ଯେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିଲା ଅଗ୍ନିଶମ ବାହିନୀ ସେହିଠାରୁ ସୁନୀତାଙ୍କ ମୃତଦେହ ପାଇଥିଲେ। ଖଜୁରିପଡ଼ା ଥାନାଧିକାରୀ ରମାକାନ୍ତ ପାତ୍ର, ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଖଜୁରିପଡା ତହସିଲଦାର ମନୋଜ କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏ ନେଇ ଥାନାରେ ନଂ.୧/୨୦ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ପରିବାରବର୍ଗ ନିଜ ଗ୍ରାମ ବନ୍ଧସାହିରେ ସୁନୀତାଙ୍କ ଶେଷକୃତ୍ୟ କରିଛନ୍ତି।
ଦୂତିମେଣ୍ଡି ପଞ୍ଚାୟତ ବନ୍ଧସାହି ଗ୍ରାମର କେତେଜଣ ଯୁବତୀଯୁବକ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ୨ ଯୁବକ ଏବଂ ୪ ଯୁବତୀ ମତ୍ସ୍ୟଜୀବୀଙ୍କ ପାଇଁ ଥିବା ଡଙ୍ଗାରେ ଡ୍ୟାମରେ ବୁଲୁଥିବା ବେଳେ କୌଣସି କାରଣରୁ ତାହା ବୁଡି ଯାଇଥିଲା। ଯୁବତୀମାନେ ବୁଡି ଯାଉଥିବା ଦେଖି କୂଳରେ ଥିବା ଯୁବକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସୁନୀତା ବୁଡି ଯାଇଥିଲେ। ତାଙ୍କର କୌଣସି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଓ ପରେ ଗୋଟିଏ ଓଡ୍ରାଫ ଟିମ୍‌ ଡ୍ୟାମରେ ଖୋଜିଥିଲେ। ୪ ଦିନ ଧରି ଖୋଜା ଚାଲିଥିଲେ ମଧ୍ୟ ସୁନୀତାଙ୍କ ମୃତଦେହ ମିଳି ନ ଥିଲା। ଏହାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରବିବାର ଦୂତିମେଣ୍ଡି ନିକଟରେ ରାଜପଥ ଅବରୋଧ କରିଥିଲେ। ମୃତଦେହ ମିଳିବା ପର୍ଯ୍ୟନ୍ତ ତଲାସି ଜାରି ରହିବ ଏବଂ ୭ ଦିନ ମଧ୍ୟରେ ଯୁବତୀଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସୋମବାର ସକାଳେ ସୁନୀତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri