ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ: ବିଧାନସଭାରେ କୋହଳ ଅବଧିକୁ ଆଉ ତିନି ମାସ ବଢ଼ାଇବାକୁ ଦାବି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ। ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଏବଂ ଅନ୍ୟାନ୍ୟ କାଗଜପତ୍ର ନ ଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ବଡ଼ ଧରଣର ଜରିମାନାକୁ ବିରୋଧ କରି ପ୍ରବଳ ଜନଅସନ୍ତୋଷ ଦେଖା ଦେବାରୁ ମୁଖ୍ୟମନ୍ତ୍ରୀ ସମସ୍ତ କାଗଜପତ୍ର ଯୋଗାଡ଼ କରିବା ପାଇଁ ତିନିମାସ ସମୟ ଦେଇଥିଲେ। ଆସନ୍ତା ଡିସେମ୍ବର ପହିଲାରୁ ଏହି ଅବଧି ଶେଷ ହେଉଛି। ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଆଉ କୌଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅବଧି ପୂରିବାକୁ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ଲୋକମାନଙ୍କ ଲମ୍ବା ଲାଇନ ଲାଗିଛି। ଏହାକୁ ନେଇ ଗୁରୁବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାର ଏହି ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

ବୈଠକ ପୂର୍ବରୁ ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ରଖିଲା ଏହି ବଡ଼ ସର୍ତ୍ତ

ନୂଆଦିଲ୍ଲୀ,୨୫।୭: CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ କ୍ଷତିପୂରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସଂଗଠନ ଆଜି (ଶନିବାର) ଏକ ଲିଖିତ ଚୁକ୍ତି…

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri