ଡାଏବେଟିସ୍‌ ରୋଗୀଙ୍କ ପାଇଁ କନ୍ଦମୂଳ ବେଶ୍‌ ଲାଭପ୍ରଦ

କନ୍ଦମୂଳ ସେବନ ଶରୀର ପାଇଁ ବେଶ୍‌ ଲାଭଦାୟକ। କନ୍ଦମୂଳରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରକୁ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ।
ଡାଏବେଟିସ୍‌: ଯଦି ଆପଣ ଡାଏବେଟିସ୍‌ରେ ପୀଡ଼ିତ, ତେବେ କନ୍ଦମୂଳର ସେବନ ଲାଭପ୍ରଦ ରହିବ। ଏଥିରେ ଲୋକାର୍ବୋହାଇଡ୍ରେଟ୍‌ ଥାଏ, ଯାହା ରକ୍ତରେ ଶର୍କରା ପରିମାଣକୁ ବୃଦ୍ଧି ହେବାକୁ ଦେଇ ନ ଥାଏ।
ଆଜ୍‌ମା: ନାକ, ଶ୍ୱାସନଳୀ ଏବଂ ଫୁସ୍‌ଫୁସ୍‌ରେ କଫ ଜମିବା ଫଳରେ ଆଜ୍‌ମା ରୋଗୀଙ୍କୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଦୈନନ୍ଦିନ ଗୋଟିଏ କନ୍ଦମୂଳ ସିଝାଇ ଖାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ଏବଂ ଆଜ୍‌ମା ରୋଗୀଙ୍କୁ ଆରାମ ମିଳିଥାଏ।
ଓଜନ ବୃଦ୍ଧି: କନ୍ଦମୂଳରେ ପ୍ରଚୁର ମାତ୍ରାରେ ଷ୍ଟାର୍ଚ ଥାଏ, ଯାହା ମାଂସପେଶୀକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ କନ୍ଦମୂଳରେ ମହଜୁଦ୍‌ ଭିଟାମିନ୍‌, ଖଣିଜ ଏବଂ ପ୍ରୋଟିନ୍‌ ଓଜନ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।
ସୁସ୍ଥ ହୃତ୍‌ପିଣ୍ଡ: ଦୈନନ୍ଦିନ ଗୋଟିଏ କନ୍ଦମୂଳ ସେବନ ଦ୍ୱାରା ହୃଦ୍‌ରୋଜନିତ ବିଭିନ୍ନ ସମ୍ଯଯାରୁ ଉପଶମ ମିଳିଥାଏ। କାରଣ ଏଥିରେ ଥିବା କପର୍‌, ଭିଟାମିନ୍‌ ବି ୬ କୋଲେଷ୍ଟୋରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଯାହା ଦ୍ୱାରା ହୃତ୍‌ପିଣ୍ଡଜନିତ ବିଭିନ୍ନ ସମସ୍ୟା ନିମିଷକେ ଦୂର ହୋଇଥାଏ।
ବ୍ଲଡ୍‌ ସେଲ୍‌ ନିର୍ମାଣ: କନ୍ଦମୂଳରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥାଏ, ଯାହା ନା କେବଳ ଶରୀରକୁ ଶକ୍ତି ଯୋଗାଏ ବରଂ ବ୍ଲଡ୍‌ ସେଲ୍‌ ନିର୍ମାଣରେ ବି ସାହାଯ୍ୟ କରେ। ଏହାର ସେବନ ଦ୍ୱାରା ଶରୀରରେ ଆଇରନ୍‌ ଅଭାବ ଦୂର ହୋଇଥାଏ।
ଫାଇବର୍‌ର ଉତ୍ସ: ଏହା ଫାଇବର୍‌ର ସବୁଠୁ ଉତ୍ତମ ଉତ୍ସତ। ଭିଟାମିନ୍‌, ଆଇରନ୍‌, ପଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ମଧ୍ୟ ଏଥିରେ ଏଥିରେ ପ୍ରଚୁର ମାତ୍ରାରେ ଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri