ଡଙ୍ଗା ଯୋଗାଣରେ ଦୁର୍ନୀତି ଅଭିଯୋଗକୁ ବିିତିଲା ୩ ବର୍ଷ: ପୁନଃ ତଦନ୍ତ ଲାଗି ରାଜ୍ୟପାଳଙ୍କୁ ପତ୍ର

ଗୋପ,୨୫।୭(ଡି.ଏନ୍‌.ଏ.): ଗୋପରେ ୨୦୧୧ମସିହା ବନ୍ୟା ସମୟରେ ଗୋପ ବ୍ଲକ୍‌ରେ ଡଙ୍ଗା ଯୋଗାଣ ନାଁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗକୁ ତିନି ବର୍ଷ ପୂରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ତେବେ ଏହାର ପୁନଃ ତଦନ୍ତ କରାଯାଇ ତତ୍‌କାଳୀନ ଯନ୍ତ୍ରୀ ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଧବାର ଯୁବ ସାମାଜିକ କର୍ମୀ ଭାଗୀରଥି ସ୍ବାଇଁ ରାଜ୍ୟପାଳଙ୍କୁ ଏକ ଅଭିଯୋଗପତ୍ର ପଠାଇଛନ୍ତି।
ସୂଚନା ମୁତାବକ, ଗତ ୨୦୧୧ରେ ଗୋପ ବ୍ଲକ୍‌ ଅଞ୍ଚଳରେ ବନ୍ୟା ହୋଇଥିବାବେଳେ ବିଭିନ୍ନ ଅଞ୍ଚଳ ବୁଡ଼ିଯାଇଥିଲା। ବନ୍ୟା ଅଞ୍ଚଳରେ ରିଲିଫ୍‌ ପହଞ୍ଚାଇବା ଲାଗି ଡଙ୍ଗା ଯୋଗାଣ କରାଯାଇଥିଲା। ଏହି ଡଙ୍ଗା ଯୋଗାଣରେ ୧୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଦୁର୍ନୀତି ହୋଇଥିବା ନେଇ ସାମାଜିକ କର୍ମୀ ଭାଗୀରଥି ଗତ ୨୭ ଅଗଷ୍ଟ ୨୦୧୬ରେ ଗୋପ ବ୍ଲକ୍‌ ତତ୍‌କାଳୀନ ବିଡିଓଙ୍କ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ଗ୍ରାମପଞ୍ଚାୟତ ବୈଷୟିକ ସହାୟକ ସୀତାପତି ସେଠୀଙ୍କ ନାମରେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିସହ ତତ୍‌କାଳୀନ ବିଡିଓ ଲକ୍ଷ୍ମୀକାନ୍ତ ପତ୍ରସଂଖ୍ୟା ନଂ୧୦୧୪୭ ତା୩୧.୦୮.୨୦୧୫ରିଖରେ ସରକାର ଜାରି କରିଥିବା ନିର୍ଦ୍ଦେଶାନାମାକୁ ଉଲ୍ଲଂଘନ କରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବ୍ଲକ୍‌ ବୈଠକ ଗୃହର ଟେଣ୍ଡର ନ କରି ୪୧ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ତତ୍‌କାଳୀନ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ପତ୍ର ସଂଖ୍ୟା ୧୫୬୬ ତା ୧୧.୦୫.୨୦୧୭ରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଭିଯୋଗ ହେବାର ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ତତ୍‌କାଳୀନ ଜିଲାପାଳ ଅଗ୍ରୱାଲ ଠିକ୍‌ ଭାବେ ତଦନ୍ତ ନ କରି ତରବରିଆ ଭାବେ ଗ୍ରାମପଞ୍ଚାୟତ ବୈଷୟିକ ସହାୟକଙ୍କୁ କେବଳ ଗୋପ ବ୍ଲକ୍‌ରୁ କୃଷ୍ଣପ୍ରସାଦ ବ୍ଲକ୍‌କୁ ବଦଳି କରିଦିଆଯାଇଥିଲା। ସେମାନଙ୍କ ପ୍ରତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇ ନଥିବାରୁ ପୁଣିଥିରେ ଏହି ଘଟଣାରେ ତଦନ୍ତ କରାଯାଇ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଉକ୍ତ ସାମାଜିକ କର୍ମୀ ପୁଣି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିବା ଅଭିଯୋଗ ପତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ଗୋପ ବ୍ଲକ୍‌ ବିଡିଓ ଦୀପ୍ତିରାଣୀ ଦାସ କୁହନ୍ତି, ମୋ ନିକଟରେ ଏବେ ସେପରି କିଛି ଅଭିଯୋଗ ଆସିନାହିଁ, ଯଦି ଏଭଳି କିଛି ଅଭିଯୋଗର ନିର୍ଦ୍ଦେଶ ମୋ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri