ଟ୍ୟୁଶନ ନ ପଢ଼ିଲେ ମାର୍କ ଦେଉନାହାନ୍ତି ଅଧ୍ୟାପକ

ବ୍ରହ୍ମପୁର ଅଫିସ୍‌,୨୦ା୭-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି । ଯେଉଁ ଛାତ୍ରୀମାନେ ଟ୍ୟୁଶନ ପଢ଼ିବେ ନାହିଁ, ପରୀକ୍ଷାରେ ସେମାନଙ୍କ ମାର୍କ କମାଇଦେବାକୁ ଧମକ ଦେଉଛନ୍ତି ।
ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତିଙ୍କ ଏଭଳି ଅଭିଯୋଗ ପରେ ଚେଇଁ ପଡ଼ିଛି ଉଚ୍ଚଶିକ୍ଷା ବିଭାଗ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବିଭାଗ। ଜଣେ ଅଧ୍ୟାପକଙ୍କ ବିରୋଧରେ ବାଚସ୍ପତିଙ୍କ ଗୁରୁତର ଅଭିଯୋଗ ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରେ ଛନକା ଭରି ଦେଇଛି।
କଲେଜ ଅଧ୍ୟାପିକା ଅଧ୍ୟାପକମାନେ ଘରେ ଟ୍ୟୁଶନ ପଢ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତଥାପି ଏହାକୁ ଅଧ୍ୟାପକମାନେ ଖାତିର୍‌ କରୁନାହାନ୍ତି । ଟ୍ୟୁଶନ ନ ପଢ଼ିଲେ ପରୀକ୍ଷାରେ ମାର୍କ କମାଇଦେବେ ବୋଲି କେତେଜଣ ଅଧ୍ୟାପକ ଧମକ ଦେଉଥିବା ନେଇ ବହୁଥର ଅଭିଯୋଗ ହୋଇଛି । କିନ୍ତୁ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଗତ ୨୮ତାରିଖରେ ବାଚସ୍ପତି ପାତ୍ର ବିଜୁ ପଟ୍ଟନାୟକ ମହିଳା କଲେଜ ଅଧ୍ୟାପକ ପଣ୍ଡାଙ୍କ ବିରୋଧରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଅଧ୍ୟାପକ ପଣ୍ଡା ନିଜ ଘରେ ୩୦ରୁ ଅଧିକ ପିଲାଙ୍କୁ ଟ୍ୟୁଶନ୍‌ କରୁଛନ୍ତି। ଟ୍ୟୁଶନ ନ ହେବା ପିଲାଙ୍କୁ ମାର୍କ କମାଇଦେବା ଧମକ ଦେଉଛନ୍ତି । ଏଭଳି କରି ସେ ଆଇନକୁ ଅମାନ୍ୟ କରୁଛନ୍ତି । ପଣ୍ଡାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏପରିକି ଏ ସମ୍ପର୍କରେ ସଂପୃକ୍ତ ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟାପକ ପଣ୍ଡାଙ୍କ ବିରୋଧରେ କରିଥିବା ଅଭିଯୋଗ ପତ୍ରକୁ ମଧ୍ୟ ସଂଲଗ୍ନ କରିଥିଲେ ।
ଅଭିଯୋଗର ଏକ ନକଲ ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କ ପାଖକୁ ମଧ୍ୟ ପଠାଇଥିଲେ । ଅଭିଯୋଗ ପାଇବା ପରେ ଶୁକ୍ରବାର ଅଧ୍ୟାପକ ପଣ୍ଡାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ଉପସଚିବ ପ୍ରାଣବନ୍ଧୁ ରାଉତ ।
ଏହାର ତଦନ୍ତ କରିବା ସହ ଆସନ୍ତା ୨୫ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri