ଟ୍ରାଇ କଲର୍‌ ରାଖୀ

ଚଳିତ ମାସ ସ୍ବାଧୀନତା ଦିବସ ଓ ପବିତ୍ର ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି। ତେଣୁ ଏଭଳି ଏକ ଶୁଭ ଦିନରେ ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେବାକୁ ଭଉଣୀମାନଙ୍କ ପାଇଁ ଟ୍ରାଇ କଲର୍‌ ରାଖୀଠୁ ଆଉ ଭଲ ଅପ୍ସନ କ’ଣ ହୋଇପାରେ। କାରଣ ଏହି ରାଖୀରେ ଭାଇ ପାଇଁ ଭଉଣୀର ସ୍ନେହ ଲୁଚି ରହିବା ସହ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥାଏ। ତେଣୁ ଆଉ ଡେରି କାହିଁକି,ଏଥରର ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମାକୁ ଏକାଠି ପାଳିବା ପାଇଁ କେଉଁ କେଉଁ ଭେରାଇଟ୍‌ର ଟ୍ରାଇ କଲର୍‌ ରାଖୀ ଏବେ ମାର୍କେଟ୍‌ରେ ମିଳୁଛି ଆସନ୍ତୁ ଜାଣିବା….

ଷ୍ଟୋନ୍‌ ରାଖୀ: ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲାଭଳି ଟ୍ରାଇ କଲର୍‌ ଷ୍ଟୋନରେ ତିଆରି ରାଖୀ ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ। ମାର୍କେଟ୍‌ରେ ବଡ଼ ଛୋଟ ବିଭିନ୍ନ ଶେପ୍‌ର ଷ୍ଟୋନରେ ତିଆରି ଏହି ରାଖୀ ଏବେ ମିଳୁଛି।

ବିଡ୍ସ ବା ମାଳିର ରାଖୀ: ତ୍ରିରଙ୍ଗା ପରି ତିନୋଟି ରଙ୍ଗରେ ଆସୁଥିବା ମାଳିରେ ବି ରାଖୀ ତିଆରି ହୋଇ ଏବେ ମାର୍କେଟ୍‌ରେ ବିକ୍ରି ହେଉଛି। ଏହା ବି ଖୁବ୍‌ ସୁନ୍ଦର ଦେଖାଯାଉଛି।

ପମ୍‌ପମ୍‌ ରାଖୀ: ପମ୍‌ପମ୍‌ ରାଖୀ ଦେଖିବାକୁ ସିମ୍ପଲ୍‌ ହୋଇଥିଲେ ବି ହାତରେ ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଇଥାଏ। ସାଧାରଣତଃ ସରୁ ସରୁ ସୂତା କିମ୍ବା ପତଳା ଉଲ୍‌ରେ ତିଆରି ହେଉଥିବା ଏହି ରାଖୀ ଏବେ ଟ୍ରାଇ କଲର୍‌ରେ ବି ମାର୍କେଟ୍‌ରେ ମିଳିଲାଣି।

ଟ୍ୟାସେଲ୍‌ ରାଖୀ: ଟ୍ୟାସେଲ୍‌ ଇୟର ରିଂ ତ ଅନେକେ ଦେଖିଥିବେ। ହେଲେ ଏବେ ଟ୍ରାଇ କଲର୍‌ର ଟ୍ୟାସେଲ୍‌ ରାଖୀ ବି ମାର୍କେଟ୍‌କୁ ଆସିଲାଣି। ଏଥରର ରାଖୀ ପୂର୍ଣ୍ଣିମାରେ ଭଉଣୀମାନେ ଚାହିଁଲେ ଏହି ଭେରାଇଟ୍‌ର ରାଖୀ କିଣି ଭାଇମାନଙ୍କ ହାତରେ ପିନ୍ଧାଇ ପାରିବେ। ଯାହା ତାଙ୍କ ଭାଇମାନଙ୍କ ହାତକୁ ଏକ ନିଆରା ଲୁକ୍‌ ଦେବ।

ଶସ୍ୟରେ ତିଆରି ରାଖୀ: ଗୋଟାମୁଗ, ଅରୁଆ ଚାଉଳ ତଥା ମସୁର ଡାଲିକୁ ଖୁବ୍‌ ସୁନ୍ଦର ଭାବେ ସଜାଇ ଏବେ ଟ୍ରାଇ କଲର୍‌ ରାଖୀର ରୂପ ଦିଆଯାଉଛି ଏବଂ ଏହାକୁ ମାର୍କେଟ୍‌ରେ ବିକ୍ରି ମଧ୍ୟ କରାଯାଉଛି, ଯାହା ଦେଖିବାକୁ ଟ୍ରେଣ୍ଡି ଲାଗିବା ସହ ଆକର୍ଷଣୀୟ ଲୁକ୍‌ ବି ଦେଉଛି।

କେବଳ ଏତିକି ନୁହେଁ, ଏବେର ରାଖୀ ମାର୍କେଟ୍‌ରେ ଆହୁରି ଅନେକ ଆକର୍ଷଣୀୟ ଡିଜାଇନ୍‌ର ଟ୍ରାଇ କଲର୍‌ ରାଖୀ ବି ମିଳୁଛି, ଯାହାକୁ ଖୁବ୍‌ ସୁଲଭ ଦରରେ କିଣି ଭଉଣୀମାନେ ତାଙ୍କ ଭାଇମାନଙ୍କ ହାତରେ ବାନ୍ଧି ଏହି ପବିତ୍ର ଦିବସକୁ ଖୁବ୍‌ ଆନନ୍ଦ ଉଲ୍ଲାସରେ ପାଳନ କରିପାରିବା ସହ ଦେଶପ୍ରୀତିରେ ସାମିଲ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri