ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ। ସେ କ୍ଷମତାରେ ରହିବେ କି ବହିଷ୍କୃତ ହେବେ ସେ ନିଷ୍ପତ୍ତି ସିନେଟ ନେବ। ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବାରେ ଟ୍ରମ୍ପ୍‌ ଆମେରିକା ଇତିହାସରେ ତୃତୀୟ ରାଷ୍ଟ୍ରପତି। କ୍ଷମତାର ଦୁରୁପଯୋଗ ଏବଂ କଂଗ୍ରେସର କାର୍ଯ୍ୟରେ ବାଧା ଦେଇଥିବା ନେଇ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। କ୍ଷମତାର ଅପବ୍ୟବହାର ଅଭିଯୋଗ ଉପରେ ଟ୍ରମ୍ପଙ୍କ ବିରୋଧରେ ୨୩୦ ଭୋଟ ପଡିଥିବାବେଳେ ସପକ୍ଷରେ ୧୯୭ ଭୋଟ ଯାଇଥିଲା। ସେହିପରି କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଟ୍ରମ୍ପ୍‌ଙ୍କ ବିରୋଧରେ ୨୨୯ ଓ ସପକ୍ଷରେ ୧୯୮ ଭୋଟ ମିଳିଥିଲା।
ମହାଭିଯୋଗ ଅଣାଯିବା ଆମେରିକା ଇତିହାସରେ ଅତ୍ୟନ୍ତ ଲଜ୍ଜାଜନକ ରାଜନୈତିକ ଅଧ୍ୟାୟ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ପ୍ରତିନିଧି ସଭାରେ ୪ ଭାରତୀୟ ଡେମୋକ୍ରାଟ ସଦସ୍ୟ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ। ଏବେ ଏହି ମହାଭିଯୋଗ ସିନେଟକୁ ପଠାଯିବ, ଯେଉଁଠି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହାର ବିଚାର କରାଯିବ। ତେବେ ୨୪୩ ବର୍ଷର ଆମେରିକା ଇତିହାସରେ କୌଣସି ରାଷ୍ଟ୍ରପତି ମହାଭିଯୋଗରେ ବିତାଡ଼ିତ ହୋଇନାହାନ୍ତି। କାରଣ ତାଙ୍କୁ ବହିଷ୍କାର କରିବାକୁ ହେଲେ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ରହିଛି। ସିନେଟରେ ଶାସକ ରିପବ୍ଲିକାନ ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ଟ୍ରମ୍ପ୍‌ଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ପାରିବନି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଆସନ୍ତା ବର୍ଷ ପ୍ରଥମ ଭାଗରେ ସିନେଟରେ ମହାଭିଯୋଗର ବିଚାର ହେବ ବୋଲି ସଂଖ୍ୟାଗରିଷ୍ଠ ନେତା ମିଚ୍‌ ମାକ୍‌ନେଲ କହିଛନ୍ତି। ଯଦି ଆମେ କାର୍ଯ୍ୟାନୁଷ୍ଠାନ ନ ନେଉ ତେବେ ଏହାକୁ କର୍ତ୍ତବ୍ୟରେ ଅବହେଳା କୁହାଯିବ। ରାଷ୍ଟ୍ରପତିଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯିବା ଜରୁରୀ ଥିଲା ବୋଲି ଡେମୋକ୍ରାଟିକ୍‌ ନେତା ତଥା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି କହିଛନ୍ତି। ଏହା ଏକ ଜରୁରୀ କାର୍ଯ୍ୟ, କାରଣ ସେମାନେ ୨୦୨୦ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହାନ୍ତି ବୋଲି ରିପବ୍ଲିକାନ ସଦସ୍ୟ ଜିମ୍‌ ସେନ୍‌ସେନ୍‌ ବ୍ରେନର କହିଛନ୍ତି। ଟ୍ରମ୍ପ୍‌ କ୍ଷମତାର ଦୁରୁପଯୋଗ କରି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ସହ କଂଗ୍ରେସର କାର୍ଯ୍ୟରେ ବାଧା ଆଣିଥିଲେ। ସେ ନିର୍ବାଚନ ଏବଂ ଜାତୀୟ ସୁରକ୍ଷା ସହ ସାଲିସ କରିଥିଲେ ବୋଲି ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି କହିଛନ୍ତି।
ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଟ୍ରମ୍ପ୍‌ ଆଉ ୪ ବର୍ଷ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେ କୌଣସି ଭୁଲ୍‌ କରିନାହାନ୍ତି। ବାଚସ୍ପତି ପେଲୋସି ତାଙ୍କ ବିରୋଧରେ ଆଣିଥିବା ମହାଭିଯୋଗ ତଦନ୍ତ ଏକ ଚକ୍ରାନ୍ତ ବୋଲି ଟ୍ରମ୍ପ୍‌ କହିଥିଲେ। ପ୍ରଥମ ଦିନରୁ ହିଁ ଡେମୋକ୍ରାଟ ସଦସ୍ୟମାନେ ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଉଦ୍ୟମ ଚଳାଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ମହାଭିଯୋଗ ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍‌ ବାଚସ୍ପତି ନାନ୍ସି ପେଲୋସିଙ୍କୁ ପତ୍ର ଲେଖି ଏଥିରୁ ବିରତ ରହିବାକୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରତିନିଧି ସଭାର ନ୍ୟାୟିକ କମିଟି ଟ୍ରମ୍ପ୍‌ଙ୍କ ବିରୋଧରେ ଦୁଇଟି ଅଭିଯୋଗକୁ ଅନୁମୋଦନ କରିଥିଲା। ପ୍ରଥମ ଅଭିଯୋଗ ହେଲା ଟ୍ରମ୍ପ୍‌ ଆଗାମୀ ନିର୍ବାଚନରେ ତାଙ୍କ ଡେମୋକ୍ରାଟ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ୟୁକ୍ରେନ୍‌ ଉପରେ ଚାପ ପକାଇଥିଲେ। ଦ୍ୱିତୀୟଟି ହେଲା କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିବା। ମହାଭିଯୋଗ ତଦନ୍ତରେ ଟ୍ରମ୍ପ୍‌ ଗୃହକୁ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri