Posted inଜାତୀୟ

ଟ୍ରମ୍ପଙ୍କ ସହ ଫୋନ୍‌ରେ କଥାହେଲେ ମୋଦି: ଭାରତ ବିରୋଧୀ ହିଂସା ଅଶାନ୍ତି ବଢ଼ାଉଛି

ନୂଆଦିଲ୍ଲୀ,୨୦ା୮(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୋମବାର ଅଧଘଣ୍ଟା ଧରି ଟେଲିଫୋନରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ବିଶେଷକରି ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଏଥିଲାଗି ମୋଦି ସିଧାସଳଖ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଦାୟୀ କରିଛନ୍ତି। ଭାରତ ବିରୋଧୀ ହିଂସା ଓ କେତେକ ଆଞ୍ଚଳିକ ନେତାଙ୍କ ଉତ୍ତେଜନା ବୃଦ୍ଧି ଶାନ୍ତିରକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟିକରୁଛି ବୋଲି ମୋଦି ଅବଗତ କରାଇଥିଲେ। ସୀମାପାର ଆତଙ୍କବାଦ ଦୂର କରିବା ଓ ଉପତ୍ୟକାରେ ଶାନ୍ତି ଫେରିବା ଲାଗି ଭାରତ ଉଦ୍ୟମ ଜାରି ରଖିଥିବା ମୋଦି କହିଥିଲେ। ପ୍ରକାଶଥାଉ କି, ଟ୍ରମ୍ପ ଦୁଇଦିନ ତଳେ ଇମ୍ରାନଙ୍କୁ ନୂଆଦିଲ୍ଲୀ ସହ ଶାନ୍ତିରକ୍ଷା ଉପରେ ଗୁରୁତ୍ୱ ଦେବା ଲାଗି ପରାମର୍ଶ ଦେଇଥିଲେ। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଟ୍ରମ୍ପ ଇମ୍ରାନଙ୍କୁ କହିବା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଇ କୌଣସି ସୁଫଳ ନ ପାଇବାରୁ ଏବେ ହତୋତ୍ସାହିତ ହୋଇପଡ଼ିଛି। ଭାରତ ବିରୋଧୀ ହିଂସା ଓ ସୀମାପାର ଆତଙ୍କବାଦ ବୃଦ୍ଧି ଲାଗି ପ୍ରୟାସ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ CJPର ଆସିଲା ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ। ସେ କହିଛନ୍ତି…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri