Posted inଖେଳ

ଟେଷ୍ଟ କ୍ରିକେଟରେ ରେକର୍ଡ ଭାଗୀଦାରି

ଟେଷ୍ଟ କ୍ରିକେଟରେ ଏମିତି ଏକ ରେକର୍ଡ ଅଛି, ଯାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ ଥିବ। ଟେଷ୍ଟରେ ଯେକୌଣସି ଉଇକେଟ ପାଇଁ ସର୍ବାଧିକ ଭାଗୀଦାରିର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ଓ କୁମାର ସଙ୍ଗକାରାଙ୍କ ନାମରେ ରହିଛି। ଦୁହେଁ ୨୦୦୬ରେ କଲମ୍ବୋଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୩ୟ ଉଇକେଟ ଲାଗି ୬୨୪ ରନ୍‌ କରିଥିଲେ। ଏହା କ୍ରିକେଟ ଇତିହାସର ସବୁଠୁ ବଡ଼ ଭାଗୀଦାରି। ଉକ୍ତ ଇନିଂସରେ ଜୟବର୍ଦ୍ଧନେ ୩୭୪ ଓ ସଙ୍ଗକାରା ୨୮୭ ରନ୍‌ କରିଥିଲେ। ଏହି ଶ୍ରୀଲଙ୍କା ଯୋଡ଼ି ପଛକୁ ରହିଛି ସେହି ଦେଶର ଆଉ ଏକ ଯୋଡ଼ି। ରୋଶନ ମହାନାମା ଓ ସନଥ ଜୟସୁରିୟା ୧୯୯୭ କଲମ୍ବୋଠାରେ ଭାରତ ବିପକ୍ଷରେ ଦ୍ୱିତୀୟ ଉଇକେଟ ପାଇଁ ୫୭୬ ରନ୍‌ ଭାଗୀଦାରି କରିଥିଲେ। ଏହା ସେତେବେଳେ ସର୍ବାଧିକ ଭାଗୀଦାରି ଥିଲା। ମ୍ୟାଚ୍‌ରେ ଜୟସୁରିୟା ୩୪୦ ଓ ମହାନାମା ୨୨୫ ରନ୍‌ର ଇନିଂସ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ଉଇକେଟ କ୍ଷତିରେ ୯୫୨ ରନ୍‌ କରିଥିଲେ, ଯାହାକି ଟେଷ୍ଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର। ପାକିସ୍ତାନର ମୁଦାସର ନଜର ଓ ଜାଭେଦ ମିଆଁଦାଦ (୪୫୧), ଅଷ୍ଟ୍ରେଲିଆର ଆଡାମ ଭୋଗସ ଓ ଶନ ମାର୍ଶ (୪୪୯), ଶ୍ରୀଲଙ୍କାର ମାର୍ଭାନ ଆଟାପାଟୁ ଓ କୁମାର ସଙ୍ଗକାରା (୪୩୮), ମାହେଲା ଜୟବର୍ଦ୍ଧନେ ଓ ଥିଲନ ସମରଓ୍ବିରା (୪୩୭)ଙ୍କ ଭଳି ସର୍ବାଧିକ ଭାଗୀଦାରି ତାଲିକାରେ ରହିଛି। ଏହି ତାଲିକାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାମ ନାହିଁ। ହେଲେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ ଓ ଭି.ଭି.ଏସ୍‌. ଲକ୍ଷ୍ମଣ ୨୦୦୩-୦୪ ଆଡିଲେଡ୍‌ ଟେଷ୍ଟରେ ୫ମ ଉଇକେଟ ପାଇଁ ୩୦୩ ରନ୍‌ର ଭାଗୀଦାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri