Posted inଖେଳ

ଟେଷ୍ଟ କ୍ରିକେଟରେ ରେକର୍ଡ ଭାଗୀଦାରି

ଟେଷ୍ଟ କ୍ରିକେଟରେ ଏମିତି ଏକ ରେକର୍ଡ ଅଛି, ଯାହା ପ୍ରାୟ ପ୍ରଶଂସକଙ୍କୁ ଜଣା ନ ଥିବ। ଟେଷ୍ଟରେ ଯେକୌଣସି ଉଇକେଟ ପାଇଁ ସର୍ବାଧିକ ଭାଗୀଦାରିର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟବର୍ଦ୍ଧନେ ଓ କୁମାର ସଙ୍ଗକାରାଙ୍କ ନାମରେ ରହିଛି। ଦୁହେଁ ୨୦୦୬ରେ କଲମ୍ବୋଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୩ୟ ଉଇକେଟ ଲାଗି ୬୨୪ ରନ୍‌ କରିଥିଲେ। ଏହା କ୍ରିକେଟ ଇତିହାସର ସବୁଠୁ ବଡ଼ ଭାଗୀଦାରି। ଉକ୍ତ ଇନିଂସରେ ଜୟବର୍ଦ୍ଧନେ ୩୭୪ ଓ ସଙ୍ଗକାରା ୨୮୭ ରନ୍‌ କରିଥିଲେ। ଏହି ଶ୍ରୀଲଙ୍କା ଯୋଡ଼ି ପଛକୁ ରହିଛି ସେହି ଦେଶର ଆଉ ଏକ ଯୋଡ଼ି। ରୋଶନ ମହାନାମା ଓ ସନଥ ଜୟସୁରିୟା ୧୯୯୭ କଲମ୍ବୋଠାରେ ଭାରତ ବିପକ୍ଷରେ ଦ୍ୱିତୀୟ ଉଇକେଟ ପାଇଁ ୫୭୬ ରନ୍‌ ଭାଗୀଦାରି କରିଥିଲେ। ଏହା ସେତେବେଳେ ସର୍ବାଧିକ ଭାଗୀଦାରି ଥିଲା। ମ୍ୟାଚ୍‌ରେ ଜୟସୁରିୟା ୩୪୦ ଓ ମହାନାମା ୨୨୫ ରନ୍‌ର ଇନିଂସ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ଉଇକେଟ କ୍ଷତିରେ ୯୫୨ ରନ୍‌ କରିଥିଲେ, ଯାହାକି ଟେଷ୍ଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର। ପାକିସ୍ତାନର ମୁଦାସର ନଜର ଓ ଜାଭେଦ ମିଆଁଦାଦ (୪୫୧), ଅଷ୍ଟ୍ରେଲିଆର ଆଡାମ ଭୋଗସ ଓ ଶନ ମାର୍ଶ (୪୪୯), ଶ୍ରୀଲଙ୍କାର ମାର୍ଭାନ ଆଟାପାଟୁ ଓ କୁମାର ସଙ୍ଗକାରା (୪୩୮), ମାହେଲା ଜୟବର୍ଦ୍ଧନେ ଓ ଥିଲନ ସମରଓ୍ବିରା (୪୩୭)ଙ୍କ ଭଳି ସର୍ବାଧିକ ଭାଗୀଦାରି ତାଲିକାରେ ରହିଛି। ଏହି ତାଲିକାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାମ ନାହିଁ। ହେଲେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ ଓ ଭି.ଭି.ଏସ୍‌. ଲକ୍ଷ୍ମଣ ୨୦୦୩-୦୪ ଆଡିଲେଡ୍‌ ଟେଷ୍ଟରେ ୫ମ ଉଇକେଟ ପାଇଁ ୩୦୩ ରନ୍‌ର ଭାଗୀଦାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri