Posted inଖେଳ

ଟି୨୦ ବିଶ୍ୱକପ୍‌ ଦଳ ସଂଖ୍ୟା ୨୦କୁ ବୃଦ୍ଧି ଲାଗି ଆଇସିସିର ଯୋଜନା

ଲଣ୍ଡନ,୧୩ା୧(ପି.ଟି.)-ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୧୬ରୁ ୨୦କୁ ବୃଦ୍ଧି କରିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଯୋଜନା କରୁଛି। ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି। ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା କ୍ରିକେଟ କ୍ୟାଲେଣ୍ଡର ଭିତରେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ଫୁଟ୍‌ବଲ ଓ ବାସ୍କେଟବଲ୍‌ ଭଳି କ୍ରିକେଟକୁ ବିଶ୍ୱରେ ଅଧିକ ଲୋକପ୍ରିୟ କରିବା ଲାଗି ଟି ୨୦ ଫର୍ମାଟର ପ୍ରସାର ହିଁ ସର୍ବୋକୃଷ୍ଟ ପନ୍ଥା ବୋଲି ଆଇସିସି କହିଛି। ଏହି କ୍ୟାଲେଣ୍ଡରେ ପ୍ରଥମ ଟି୨୦ ବିଶ୍ୱକପ୍‌ ୨୦୨୪ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଟି୨୦ ବିଶ୍ୱକପ୍‌ର କଳେବର ବୃଦ୍ଧି ଦ୍ୱାରା ଦର୍ଶକ ସଂଖ୍ୟା ବୃଦ୍ଧି ପାଇବ। ଗ୍ଲୋବାଲ ମଡିଆ ରାଇଟ୍ସ ମାର୍କେଟିଂରେ ପ୍ରବେଶ ପାଇଁ ଆଇସିସିର ପୂର୍ବରୁ ଏଭଳି ଏକ ପ୍ରସ୍ତାବ ରହିଥିଲା। ପ୍ରତିବର୍ଷ ଏହି ଇଭେଣ୍ଟ କରିବା ମଧ୍ୟ ପ୍ରସ୍ତାବ ରହିଥିଲା। ଟୁର୍ନାମେଣ୍ଟର କଳେବର ବୃଦ୍ଧି ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସଏ) ଏଥିରେ ଭାଗ ନେଇପାରିବେ। ଏହି ଦେଶ ଖେଳ ପାଇଁ ଏକ ବଡ଼ ମାର୍କେଟ। ଖେଳର ପ୍ରସାର ପାଇଁ ଆଇସିସି ପକ୍ଷରୁ ନିକଟରେ ଅନେକ ପ୍ରୟାସ କରାଯାଇଛି। ପୁନଶ୍ଚ କାନାଡ଼ା, ଜର୍ମାନୀ, ନେପାଳ ଏବଂ ନାଇଜେରିଆ ଆଦି ଦେଶ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ। ଟୁର୍ନାମେଣ୍ଟର ଦଳ ସଂଖ୍ୟା ୨୦କୁ ବୃଦ୍ଧି କରାଗଲେ ଏହି ଫର୍ମାଟ ପାଇଁ ଦୁଇଟି ଫର୍ମାଟ ବିକଳ୍ପ ରହିଛି। ଟି୨୦ ବିଶ୍ୱକପ୍‌ରେ ବର୍ତ୍ତମାନ ଦୁଇ ଥାକିଆ ଫର୍ମାଟ ପ୍ରଚଳିତ ହେଉଛି। ତଦନୁସାରେ ଟପ୍‌ ଦେଶଗୁଡ଼ିକ ସହିତ ମୁଖ୍ୟ ଡ୍ର’ରେ ସାମିଲ ପାଇଁ ଲୋୟର ର଼୍ୟାଙ୍କ ଦଳଗୁଡ଼ିକୁ କ୍ୱାଲିଫାୟର୍ସ ଖେଳିିବାକୁ ହେଉଛି। ଦ୍ୱିତୀୟ ସମ୍ଭାବ୍ୟ ବିକଳ୍ପ ହେଲା ଅଂଶଗ୍ରହଣକାରୀ ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ସମସ୍ତ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ନକ୍‌ ଆଉଟ ପର୍ଯ୍ୟାୟକୁ ଯିବେ। ଆଇସିସି ଇତିମଧ୍ୟରେ ଖେଳର ଭବିଷ୍ୟତକୁ ନେଇ ବହୁବାର ଆଲୋଚନା କରିଛି। ତନ୍ମଧ୍ୟରେ ୫ ଦିନିଆ ଟେଷ୍ଟ ମ୍ୟାଚକୁ ୪ଦିନିଆ ବିଶିଷ୍ଟ କରିବା ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri