ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କୋଭିଡ୍‌ ପରିଚାଳନା କ୍ଷେତ୍ରରେ ବିଶ୍ୱ ସ୍ତରରେ ପ୍ରଶଂସା ପାଇଥିବା ଓଡ଼ିଶା ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କୋଭିଡ୍‌ ଟିକାକରଣରେ ଜାତୀୟ ହାରଠାରୁ ରାଜ୍ୟ ହାର ଅଧିକ ରହିଛି। ଜାତୀୟ ହାର ୭୯.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮୨.୪ ପ୍ରତିଶତ ଟିକାକରଣ ହୋଇଛି। ମଙ୍ଗଳବାର ରାଜ୍ୟର ଟିକାକରଣକୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ଟିକାକରଣକୁ ଅଧିକ ବ୍ୟାପକ କରି ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ଏକାନ୍ତ ଆବଶ୍ୟକ। କୋଭିଡ୍‌ ଟିକାକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ଅଭିଯାନ ଜାରି ରଖିଛି। ଜାତୀୟ ଟିକାକରଣ ହାର ତୁଳନାରେ ଓଡ଼ିଶା ଆଗରେ ଅଛି। ଜିଲାୱାରି ସ୍ଥିତିର ସମୀକ୍ଷା କରି ପଞ୍ଚାୟତ ଓ ଗ୍ରାମସ୍ତରରେ ଟିକାକରଣକୁ ଅଧିକ ସଘନ ଓ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଲେ, ଚଳିତ ମାସ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ୪.୦୩ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ସେଥିମଧ୍ୟରୁ ୨,୬୮,୦୪,୭୫୫ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୧,୩୪,୯୬,୦୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଏହି ବର୍ଗରେ ଟିକାକରଣ ହାର ରାଜ୍ୟରେ ୮୨.୪% ରହିଥିବାବେଳେ ଜାତୀୟସ୍ତରରେ ୭୯.୮% ରହିଛି। ସେହିପରି ଏହି ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣ ଜାତୀୟସ୍ତରରେ ୩୮.୪% ଥିବାବେଳେ ରାଜ୍ୟରେ ୪୧.୫%ରେ ପହଞ୍ଚତ୍ଥିଲା। ନଭେମ୍ବର ଶେଷ ସୁଦ୍ଧା ସବୁ ଜିଲାରେ ଟିକାକରଣକୁ ଅତି କମ୍‌ରେ ୯୦% ରେ ପହଞ୍ଚାଇବା ପାଇଁ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟିକା ଅପଚୟ ବିଯୁକ୍ତ ୫.୩ ପ୍ରତିଶତ ରହିଛି। ଏହା ଫଳରେ ପ୍ରାୟ ୨୦ ଲକ୍ଷ ଡୋଜ୍‌ ଟିକା ନଷ୍ଟ ହେବାରୁ ରକ୍ଷା କରାଯିବା ସହ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିଛି। ଭିଡିଓ କନଫରେନ୍ସିଂରେ ଯୋଗଦେଇ ସବୁ ଜିଲାପାଳମାନେ ଟିକାକରଣ ସମ୍ବନ୍ଧିତ ବର୍ତ୍ତମାନର ସ୍ଥିତି ଏବଂ ବାଦ୍‌ ରହିଥିବା ୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ଟିକାକରଣ ନିମନ୍ତେ କାର୍ଯ୍ୟ ଯୋଜନା ବିଷୟରେ ବୈଠକରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri