ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କୋଭିଡ୍‌ ପରିଚାଳନା କ୍ଷେତ୍ରରେ ବିଶ୍ୱ ସ୍ତରରେ ପ୍ରଶଂସା ପାଇଥିବା ଓଡ଼ିଶା ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କୋଭିଡ୍‌ ଟିକାକରଣରେ ଜାତୀୟ ହାରଠାରୁ ରାଜ୍ୟ ହାର ଅଧିକ ରହିଛି। ଜାତୀୟ ହାର ୭୯.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮୨.୪ ପ୍ରତିଶତ ଟିକାକରଣ ହୋଇଛି। ମଙ୍ଗଳବାର ରାଜ୍ୟର ଟିକାକରଣକୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ଟିକାକରଣକୁ ଅଧିକ ବ୍ୟାପକ କରି ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ଏକାନ୍ତ ଆବଶ୍ୟକ। କୋଭିଡ୍‌ ଟିକାକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ଅଭିଯାନ ଜାରି ରଖିଛି। ଜାତୀୟ ଟିକାକରଣ ହାର ତୁଳନାରେ ଓଡ଼ିଶା ଆଗରେ ଅଛି। ଜିଲାୱାରି ସ୍ଥିତିର ସମୀକ୍ଷା କରି ପଞ୍ଚାୟତ ଓ ଗ୍ରାମସ୍ତରରେ ଟିକାକରଣକୁ ଅଧିକ ସଘନ ଓ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଲେ, ଚଳିତ ମାସ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ୪.୦୩ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ସେଥିମଧ୍ୟରୁ ୨,୬୮,୦୪,୭୫୫ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୧,୩୪,୯୬,୦୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଏହି ବର୍ଗରେ ଟିକାକରଣ ହାର ରାଜ୍ୟରେ ୮୨.୪% ରହିଥିବାବେଳେ ଜାତୀୟସ୍ତରରେ ୭୯.୮% ରହିଛି। ସେହିପରି ଏହି ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣ ଜାତୀୟସ୍ତରରେ ୩୮.୪% ଥିବାବେଳେ ରାଜ୍ୟରେ ୪୧.୫%ରେ ପହଞ୍ଚତ୍ଥିଲା। ନଭେମ୍ବର ଶେଷ ସୁଦ୍ଧା ସବୁ ଜିଲାରେ ଟିକାକରଣକୁ ଅତି କମ୍‌ରେ ୯୦% ରେ ପହଞ୍ଚାଇବା ପାଇଁ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟିକା ଅପଚୟ ବିଯୁକ୍ତ ୫.୩ ପ୍ରତିଶତ ରହିଛି। ଏହା ଫଳରେ ପ୍ରାୟ ୨୦ ଲକ୍ଷ ଡୋଜ୍‌ ଟିକା ନଷ୍ଟ ହେବାରୁ ରକ୍ଷା କରାଯିବା ସହ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିଛି। ଭିଡିଓ କନଫରେନ୍ସିଂରେ ଯୋଗଦେଇ ସବୁ ଜିଲାପାଳମାନେ ଟିକାକରଣ ସମ୍ବନ୍ଧିତ ବର୍ତ୍ତମାନର ସ୍ଥିତି ଏବଂ ବାଦ୍‌ ରହିଥିବା ୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ଟିକାକରଣ ନିମନ୍ତେ କାର୍ଯ୍ୟ ଯୋଜନା ବିଷୟରେ ବୈଠକରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri