Posted inଜାତୀୟ

ଟାର୍ଗେଟ ହେଉଛନ୍ତି ଲେଖକ:ମୋଦି ସରକାର ଅମଳରେ ଖବରଦାତା, ବୁଦ୍ଧିଜୀବୀ ଓ ଅସନ୍ତୁଷ୍ଟଙ୍କୁ ମିଳୁଛି ଧମକ

ନୂଆଦିଲ୍ଲୀ,୧୯।୪: ନବଲଖା, ତେଲଟୁମ୍ବଡେ ଓ ବରଦାରଞ୍ଜନ। ଏହି ତିନିଜଣ ହେଉଛନ୍ତି ହତ୍ୟା ଷଡ଼ଯନ୍ତ୍ରଠାରୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଶତ୍ରୁତା, ଘୃଣା ଓ ଦ୍ୱୈଷର ବିଷମଞ୍ଜି ବୁଣିବା ଅଭିଯୋଗରେ ଅଭିଯୁକ୍ତ। ଏହି ଆରୋପଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ବହୁଳ ଭାବେ ସମାଲୋଚିତ ହୋଇଛି। ତେବେ ସେମାନଙ୍କ ଅପରାଧରେ ଥିବା ସମାନତା ବହୁସଂଖ୍ୟକ ଖବରଦାତା, ଲେଖକ, ଶିକ୍ଷାବିତ୍‌ ଓ ମାନବାଧିକାର କର୍ମୀଙ୍କ ପ୍ରତି କରାଯାଉଥିବା ଉତ୍ପୀଡ଼ନକୁ ନୂ୍ୟନ କରିଦେଉଛି। ସେମାନେ ଭାରତର କଠୋରପନ୍ଥୀ ହିନ୍ଦୁ ଜାତୀୟତାବାଦୀ ଶାସକଙ୍କ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା ଓ ସମାଜରେ ବହୁଳ ଭାବେ ବିସ୍ତାର ଲାଭ କରୁଥିବା ବିଭାଜନବାଦୀ ତଥା ପକ୍ଷପାତପୂର୍ଣ୍ଣ ସଂସ୍କୃତିକୁ ସମାଲୋଚନା କରିଛନ୍ତି।
ମୋଦି ସରକାରଙ୍କ ବିଗତ ୬ ବର୍ଷ ଶାସନରେ କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ତଥା ଖବରଦାତାଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି। ଲେଖକ ନଭଲଖା ରାଷ୍ଟ୍ର ତଥା କଶ୍ମୀରରେ ସେନାର ବର୍ବରତା ବିରୋଧରେ ଜଣେ ସମାଲୋଚକ ଭାବେ ଜଣାଶୁଣା। ଗତବର୍ଷ ଅଗଷ୍ଟରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ଉପତ୍ୟକା ଅନେକ ଅସାମ୍ବିଧାନିକ ଅନୁଭୂତିକୁ ସାଉଁଟିଛି। ସେତେବେଳରୁ ଜାରି ହୋଇଥିବା ଇଣ୍ଟରନେଟ କଟକଣା ଏବେ କରୋନା କାଳରେ ମଧ୍ୟ ବଳବତ୍ତର ରହିଛି। ପ୍ରଖ୍ୟାତ କବି ବରବରା ରାଓ ଏବଂ ଟ୍ରେଡ୍‌ ୟୁନିୟନ୍‌ ନେତ୍ରୀ ସୁଧା ଭରଦ୍ୱାଜଙ୍କ ଭଳି ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସହ ନବଲଖା ମଧ୍ୟ ଅଭିଯୁକ୍ତ। ସେମାନଙ୍କ ବିରୋଧରେ ଥିବା ଅଭିଯୋଗ ହେଉଛି ୨୦୧୮ରେ ଏହି ବୁଦ୍ଧିଜୀବୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଭାରତର ଅଗ୍ରଗଣ୍ୟ ଦଳିତ ନେତା ତଥା ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଡକରଙ୍କ ପରିବାରରେ ବିବାହ କରିଥିବା ତେଲତୁମ୍ବଡେଙ୍କୁ ୨୦୧୮ ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ କରାଯାଇଛି। ବିଡ଼ମ୍ବନା ଯେ, ନିଜ ପ୍ରତି ବିପଦ ମନେକରୁଥିବା ବ୍ୟକ୍ତିମାନଙ୍କୁ ଦେଶରେ କିପରି ବଦନାମ ଓ ଶେଷ କରିବାକୁ ଉଦ୍ୟମ ହୋଇଥାଏ ସେନେଇ ଅତୀତରେ ତେଲତୁମ୍ବଡେ ଲେଖିଥିଲେ।
ବରଦାରଞ୍ଜନଙ୍କ ପ୍ଲାଟଫର୍ମ ‘ଦି ଓୟାର’ ସରକାରଙ୍କ ସହ ସମ୍ପର୍କ ଥିବା କ୍ଷମତାଶାଳୀ ଓ ବିତ୍ତଶାଳୀ ଲୋକଙ୍କୁ ପୂର୍ବରୁ ସମାଲୋଚନା କରି ଭିନ୍ନ ଧରଣର ଅଭିଯୋଗକୁ ସାମ୍ନା କରିଥିଲା। କରୋନା ଭାଇରସ୍‌ ସଂକ୍ରମଣ ଆରମ୍ଭ ହେବା ପରଠୁ ଭାରତୀୟ ଗଣମାଧ୍ୟମ ଓ ଶାସକ ପକ୍ଷ ମୁସଲିମ୍‌ ସମ୍ପ୍ରଦାୟକୁ ଏହାର ବିସ୍ତାର ଲାଗି ଦାୟୀ କରୁଛନ୍ତି। ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ରାଜନେତା ସାଜିଥିବା ଯୋଗୀ ଆଦିତ୍ୟନାଥ ଜଣେ ମୌଳବାଦୀ ହିନ୍ଦୁ ପୂଜକ ଏବେ ଭାରତର ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ। ୟୁପିରେ ଏସବୁକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ‘ଦି ଓ୍ବେୟାର’ ତାଙ୍କର ଏକ ମନ୍ତବ୍ୟକୁ ନିଜ ଓ୍ବେବ୍‌ସାଇଟ୍‌ରେ ଭୁଲ୍‌ ଭାବେ ଉପସ୍ଥାପିତ କରିଥିଲେ ହେଁ ଉକ୍ତ ତ୍ରୁଟିକୁ ତୁରନ୍ତ ସଂଶୋଧନ ପୂର୍ବକ ଦୁଃଖ ପ୍ରକାଶ କରିଥିଲା। ବରଦାରଞ୍ଜନଙ୍କ ବିରୋଧରେ ଏବେ ଅବସ୍ତବ ଅପରାଧଗୁଡ଼ିକୁ ନେଇ ସଙ୍ଗିନ ଅଭିଯୋଗ ଅଣାଯାଇଛି। ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଯୋଗୀ ଆଦିତ୍ୟନାଥ ହିନ୍ଦୁମାନଙ୍କ ଏକ ସଭାରେ ଯୋଗଦେଇଥିଲେ। ଏନେଇ ‘ଦି ଓ୍ବାୟର’ର ଏକ ନିର୍ଭୁଲ ରିପୋର୍ଟ ପ୍ରସ୍ତୁତି ସେମାନଙ୍କ ପାଇଁ ପ୍ରକୃତ ସମସ୍ୟା ହୋଇଥାଇପାରେ। ଅନ୍ୟପକ୍ଷରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ରେ ଲକ୍‌ଡାଉନ୍‌ ପୂର୍ବରୁ ଆୟୋଜିତ ତବଲିଘି ଜମାତ୍‌ରେ ଯୋଗଦେଇଥିବା କେତେଜଣ ଲୋକ ସଂକ୍ରମିତ ହୋଇଥିବାରୁ ଏହାକୁ ନେଇ ମୁସ୍‌ଲିମ ସମ୍ପ୍ରଦାୟ ବିରୋଧରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଥିଲା। ଏହି ଧର୍ମସଭା ସମ୍ପର୍କରେ ମଧ୍ୟ ‘ଦି ଓ୍ବାୟର’ ରିପୋର୍ଟ କରିଥିଲା।
ଭାରତକୁ ଦୀର୍ଘ ସମୟ ଧରି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ହେବାର ଫାଇଦା ମିଳିଛି। ଭାରତରେ ସାମ୍ବିଧାନିକ ଅଧିକାର ଓ ସ୍ବାଧୀନତା ଉପରେ ଘୋର ବିପଦ ସୃଷ୍ଟି ହୋଇଥିଲେ ହେଁ ସେଗୁଡ଼ିକ ବଜାୟ ରହିଥିବା ବିଶ୍ୱାସ କରାଇ ଏହି ବିଶାଳ ଉପନାମ ବିଶ୍ୱକୁ ଶାନ୍ତ କରିବାରେ ଲାଗିଛି। ରାଷ୍ଟ୍ର କ୍ଷମତାର ଅପବ୍ୟବହାର ପୂର୍ବକ ସିଦ୍ଧାନ୍ତବାଦୀ ଖବରଦାତାମାନଙ୍କୁ ଭୟଭୀତ କରାଇ ଧର୍ମ ଆଧାରରେ ଭୋଟ ଧ୍ରୁବୀକରଣ କଂଗ୍ରେସ ସମେତ ପୂର୍ବ ସରକାରଗୁଡ଼ିକରେ ମଧ୍ୟ ଚାଲିଥିଲା। ତେବେ ମୋଦି ସରକାରଙ୍କ ବିଗତ ୬ ବର୍ଷରେ କ୍ୟାମ୍ପସଗୁଡ଼ିକରେ ଛାତ୍ର ଅଶାନ୍ତି ଓ ଖବରଦାତା ତଥା ଲେଖକମାନଙ୍କୁ ଅଧିକ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଠ ଟ୍ରମ୍ପ୍‌ ତାଙ୍କ ସରକାର ନିକଟରେ ‘ନିରଙ୍କୁଶ କ୍ଷମତା’ ରହିଥିବା ନେଇ ଭୁଲ୍‌ ଦାବି କରିଥାନ୍ତି। କରୋନା ଭାଇରସ୍‌ ବିରୋଧରେ ବିଶ୍ୱବ୍ୟାପୀ ଲକ୍‌ଡାଉନ୍‌ ଏକଚ୍ଛତ୍ରବାଦୀ ଶକ୍ତିଗୁଡ଼ିକର ବଳ ବୃଦ୍ଧି କରିପାରେ। ହଙ୍ଗେରିରେ ଜରୁରୀ କ୍ଷମତାଗୁଡ଼ିକୁ ବାଜ୍ୟାପ୍ତ କରିଥିବା ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ଉପକ୍ରମରୁ ଏହା ଜଣାପଡ଼େ। ସେଭଳି ହେବାକୁ ନ ଦେବା ପାଇଁ ଉଭୟ ନାଗରିକ ଏବଂ ଗଣମାଧ୍ୟମକୁ ସତର୍କ ଓ ସଚେତନ ହେବାକୁ ପଡ଼ିବ। ଭାରତରେ ବହୁଳବାଦ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ନେତୃତ୍ୱ ନେଉଥିବା ତେଲତୁମ୍ବଡେଙ୍କ ଭଳି ଅସନ୍ତୁଷ୍ଟ ବୁଦ୍ଧିଜୀବୀ, ବରଦାରଞ୍ଜନଙ୍କ ପରି ପ୍ରଖ୍ୟାତ ସାମ୍ବାଦିକ ଓ ନବଲଖାଙ୍କ ଭଳି ପ୍ରତିଶ୍ରୁତିବଦ୍ଧ ଆକ୍ଟିଭିଷ୍ଟମାନେ ଏହି ଦାୟିତ୍ୱ ତୁଲାଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ବିଶ୍ୱ ଏହି ବୁଦ୍ଧିଜୀବୀମାନଙ୍କ ପାଇଁ ମୁହଁ ଖୋଲି ସେମାନଙ୍କ ସହ ଛିଡ଼ାହୋଇଛି। ଏପରି କରିବା ସକାଶେ ଆମେ ମଧ୍ୟ ଆମ ପାଇଁ ଠିଆ ହୋଇଛୁ। ଆଉ ମହାମାରୀ ପରେ ପରିବର୍ତ୍ତନ ଦେଖିବାକୁ ଚାହୁଁଥିବା ବିଶ୍ୱ ଲାଗି ଛିଡ଼ା ହୋଇଛୁ, ଯେଉଁଠି ଆମେ ସମସ୍ତେ ଅଧିକ ମୁକ୍ତ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରିବା।

୬ ବର୍ଷରେ ୧୪ ଖବରଦାତାଙ୍କୁ ହତ୍ୟା
୨୦୧୪ ନିର୍ବାଚନରେ ମୋଦି ବିଜୟୀ ହୋଇ କ୍ଷମତାକୁ ଆସିବା ପରଠୁ ଭାରତରେ ୧୪ ଜଣ ଖବରଦାତାଙ୍କୁ ହତ୍ୟା କରାଗଲାଣି। (ଏହାର ପୂର୍ବ ୧୦ ବର୍ଷରେ ବର୍ତ୍ତମାନର ବିରୋଧୀ କ୍ଷମତାରେ ଥିବାବେଳେ ୧୭ ଖବରଦାତାଙ୍କୁ ହତ୍ୟା କରାଯାଇଥିଲା)। ସମ୍ପ୍ରତି ଖବରଦାତାମାନଙ୍କୁ ନିୟମିତ ଭାବେ ଭୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ୁଛି। ଏପରି କି ସୂଚନା ହାସଲ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଉପରେ କଟକଣା ଜାରି କରାଯାଉଛି। ମହିଳା ସାମ୍ବାଦିକଙ୍କୁ ଲଗାତର ଅନ୍‌ଲାଇନ୍‌ରେ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ୁଛି। ଏହାସହ ସେମାନେ ଯୌନ ହିଂସାର ଧମକ ମଧ୍ୟ ପାଉଛନ୍ତି। ହିନ୍ଦୁ ରକ୍ଷଣଶୀଳତାକୁ ଚ୍ୟାଲେଞ୍ଜ କରିଥିବା ତିନିଜଣ ପ୍ରମୁଖ ହେତୁବାଦୀଙ୍କୁ ଏଇ କିଛି ବର୍ଷ ମଧ୍ୟରେ ହତ୍ୟା କରାଯାଇଛି। ଚାରିଆଡ଼େ ସମାଲୋଚିତ ହୋଇଥିତ୍ବା ନାଗରିକତ୍ୱ ସଂଶୋଧନ ଆଇନ, ୨୦୧୯ ଧର୍ମ ଆଧାରରେ ପଡ଼ୋଶୀ ଦେଶଗୁଡ଼ିକର ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁମାନଙ୍କୁ ଫାଷ୍ଟଟ୍ରାକ୍‌ ନାଗରିକତ୍ୱ ପ୍ରଦାନର ପ୍ରତିଶ୍ରୁତି ଦେଉଛି। ହେଲେ ଏଥିରୁ ମୁସଲମାନ ସମ୍ପ୍ରଦାୟକୁ ବାଦ୍‌ ଦେବା ଭାରତର ବୈଷମ୍ୟ ବିଚାର ଉପରୁ ପରଦା ହଟାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?