ଟଙ୍କା ଠକେଇ ଘଟଣା: ମିଳିଛି ଫୁଟେଜ୍‌, ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୮ା୧୨- ବ୍ରହ୍ମପୁର ଟାଉନ ଥାନା ମିଲିଟାରୀ ଲାଇନ୍‌ରେ ଥିବା କାନାରା ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଜୁଲାଇ ୬ରେ ଜଣେ ଜମାକାରୀଙ୍କଠାରୁ ୧୮ ହଜାର ଟଙ୍କା ଠକି ନେଇଥିଲେ। ଜମାକାରୀ ଶିବରାମ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ପୋଲିସ ବ୍ୟାଙ୍କକୁ ଯାଇ ସିସି ଟିଭି ଫୁଟେଜ ସଂଗ୍ରହ କରି ଜମାକାରୀଙ୍କ ନିକଟରେ ଠିଆ ହୋଇଥିବା ଯୁବକମାନଙ୍କୁ ଚିହ୍ନଟ କରିଥିଲା। ଘଟଣାର ୫ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରି ପାରିନାହିଁ। ଅନ୍ୟପଟେ ଜମାକାରୀ ଜଣକ ଟଙ୍କା ନ ପାଇ ନିରାଶ ହୋଇଛନ୍ତି। ସୂଚନାଯୋଗ୍ୟ, ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନ୍‌ରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଜଣେ ଜମାକାରୀଙ୍କୁ ଟାର୍ଗେଟ କରିଥିଲେ। ନୀଳାଦ୍ରିବିହାରର ଶିବରାମ ସାହୁ ଜୁଲାଇ ୬ରେ ୫୦ ହଜାର ଟଙ୍କା ଜମା କରିବାକୁ ଯାଇ ଧାଡିରେ ଠିଆ ହୋଇଥିଲେ। ତାଙ୍କ ପଛରେ ଠିଆ ହୋଇଥିବା ୨ ଜଣ ଯୁବକ ଶିବରାମଙ୍କୁ ସେ ଧରିଥିବା ୨ ହଜାର ଟଙ୍କାର କ୍ରମିକ ସଂଖ୍ୟାଗୁଡିକ ଚାଲାଣ ଫର୍ମରେ ଲେଖିବାକୁ ହେବ ନଚେତ୍‌ ବ୍ୟାଙ୍କ ଟଙ୍କା ରଖିବ ନାହିଁ ବୋଲି କହିଥିଲେ। ସେ ଧରିଥିବା ୫୦ ହଜାର ଟଙ୍କା ଯୁବକମାନଙ୍କୁ ଦେଇଥିଲେ। ସେଥିରେ ଥିବା ୨ ହଜାର ଟଙ୍କା ନୋଟଗୁଡିକର କ୍ରମିକ ନମ୍ବର ଲେଖିବା ଆଳରେ ସେଥିରୁ ୧୮ ହଜାର ଟଙ୍କା କୌଶଳକ୍ରମେ ସେମାନେ ଠକି ନେଇ ବଳକା ଟଙ୍କା ଜମାକାରୀଙ୍କୁ ଫେରାଇ ଦେଇ ଚମ୍ପଟ ମାରିଥିଲେ। ପରେ ଶିବରାମ ବ୍ୟାଙ୍କ କ୍ୟାଶ୍‌ କାଉଣ୍ଟରକୁ ଯାଇ ଟଙ୍କା ଜମା କରିବା ପାଇଁ କ୍ୟାଶିୟରଙ୍କୁ ଦେଇଥିଲେ। ଗଣିବା ବେଳେ ସେଥିରେ ୧୮ହଜାର ଟଙ୍କା କମ୍‌ ଥିବା କ୍ୟାଶିୟର କହିଥିଲେ। ପରେ ଶିବରାମ ଉକ୍ତ ଯୁବକମାନଙ୍କୁ ବ୍ୟାଙ୍କ ଭିତରେ ଓ ବାହାରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଠକାମିର ଶିକାର ହୋଇଥିବା ଜାଣି ଶିବରାମ ଟାଉନ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri