ଝାରସୁଗୁଡ଼ା ଜିଲା ଚିଠି: ନିଯୁକ୍ତି ମେଳା

ଶିଳ୍ପନଗର ଝାରସୁଗୁଡ଼ାରେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ବହୁ ଶିଳ୍ପସଂସ୍ଥା ଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ। ଜିଲା ପ୍ରଶାସନ ତଥା ଜିଲା ନିୟୋଜନ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ହେଲେ ଜିଲାରେ ବେକାରଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପ୍ରାୟ ୧୭ ହଜାର ଶିକ୍ଷିତ ଯୁବତୀଯୁବକ ଜିଲା ନିୟୋଜନ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବର୍ଷର ଅଧିକାଂଶ ସମୟରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ହେଲେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାମାନେ ନାମ ପଞ୍ଜୀକରଣ କରିଥିବା ଯୁବତୀଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରୁ ନ ଥିବାରୁ ସେମାନେ ନିରାଶ ହେଉଥିବା ଅଭିଯୋଗ ହୋଇଛି। ନିକଟରେ ଜିଲାର ବେଲପାହାଡଠାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ସେଥିରେ ପ୍ରାୟ ୨୫ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳାରେ ୮୯୩ ଜଣ ନିଜର ନାମ ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୩୧୬ ଜଣଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୯୪ ଜଣଙ୍କୁ ତାଲିମ ପରେ ନିଯୁକ୍ତି ପ୍ରଦାନ କରିବା ପାଇଁ ଚୟନ କରାଯାଇଥିଲା। ତେବେ ୨୫ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମଧ୍ୟରୁ କେବଳ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ ଅର୍ଦ୍ଧାଧିକ ସଂସ୍ଥା ଆସିଥିଲେ। ଫଳରେ ଜିଲାରେ ଥିବା ଶହ ଶହ ଡିଗ୍ରୀ ଓ ଡିପ୍ଲୋମାଧାରୀ ତଥା ଉଚ୍ଚଶିକ୍ଷିତ ଯୁବତୀଯୁବକମାନେ ନିରାଶ ହୋଇ ଫେରିଥିଲେ। ଅନ୍ୟପକ୍ଷେ ଏହି ନିଯୁକ୍ତି ମେଳା ସମ୍ପର୍କରେ ଠିକ୍‌ ଭାବେ ପ୍ରଚାର ପ୍ରସାର କରାଯାଇ ନ ଥିଲା। ଫଳରେ ଅଧିକାଂଶ ଶିକ୍ଷତ ଯୁବତୀଯୁବକ ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇପାରି ନ ଥିଲେ। ସେହିପରି ମେଳାକୁ ଆସିଥିବା ୨୫ ସଂସ୍ଥା ମଧ୍ୟରୁ ଅର୍ଦ୍ଧାଧିକ ରାଜ୍ୟ ବାହାରେ ନିଯୁକ୍ତି ପ୍ରଦାନ କରୁଥିବାରୁ ଜଣେ ବି ଯୁବତୀଯୁବକ ସେଠାକୁ ଯାଇ ନ ଥିବା ଜଣାପଡିଛି। କାରଣ କମ ଦରମାରେ ରାଜ୍ୟ ବାହାରେ ରହି କାମ କରିବାକୁ କେହି ଉଚିତ ମଣି ନ ଥିଲେ। ସେହିପରି ୨୦୧୯ ସେପ୍ଟେମ୍ବରରେ ମଧ୍ୟ ଝାରସୁଗୁଡ଼ାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଉକ୍ତ ମେଳାରେ ନିଯୁକ୍ତି ପାଇଥିବା ଯୁବତୀଯୁବକମାନେ କର୍ମ ସଂସ୍ଥାନ ପାଇଲେ ନା ନାହିଁ ସେ ନେଇ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ନିଯୁକ୍ତି ପାଇବାକୁ ଥିବା ବେକାରୀ ଯୁବତୀଯୁବକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବା ପ୍ରଶାସନର ଦାୟିତ୍ୱ। ହେଲେ ଏହି କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ଚୁପ ରହୁଥିବାରୁ ଶିକ୍ଷତ ବେକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। – ରବି ନାରାୟଣ ଚଲାନ


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri