ଜେଡିସିଏ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ: ଫିଲ୍ମ ନିର୍ମାଣ ପ୍ରତି ବଢ଼ୁଛି ଓଡ଼ିଶା ଯୁବପିଢ଼ିଙ୍କ ଆଗ୍ରହ

ଭୁବନେଶ୍ୱର,୭।୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ (ଜେଡିସିଏ) ପକ୍ଷରୁ ହେବାକୁ ଥିବା ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖଣ୍ଡଗିରିସ୍ଥିତ ଜେଡିସିଏ ସାଇଟ୍‌ ପରିବର୍ତ୍ତେ ଇଡ୍‌କଲ୍‌ ଅଡିଟୋରିଅମ୍‌ରେ ଉଦ୍‌ଘାଟନୀ ଉତ୍ସବ ହେବ ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜେଡିସିଏ ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ସୂଚନା ଦେଇଛନ୍ତି। ‘କଳା ଓ ହସ୍ତକଳା’ ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଇଥିବା ଉତ୍ସବରେ ୪୮ ଫିଲ୍ମ ପ୍ରଦର୍ଶିତ ହେବ। ତନ୍ମଧ୍ୟରେ ୩ ହଜାର ଆବେଦନ ମଧ୍ୟରୁ କଳା ଓ କଳାକାରଙ୍କ ଉପରେ ଆଧାରିତ ବଛା ବଛା ୩୧ ଭାରତୀୟ ଓ ୧୭ ବିଦେଶୀ ଫିଲ୍ମ ରହିଛି।
ଚଳିତବର୍ଷ ପ୍ରଥମଥର ପାଇଁ ମହୋତ୍ସବକୁ ଅନ୍‌ଲାଇନ୍‌ ଏଣ୍ଟ୍ରିରେ ସର୍ବାଧିକ ଫିଲ୍ମ ଆବେଦନ ପାଇଁ ଆସିଥିବାବେଳେ ଏଥିରେ ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଫିଲ୍ମମେକରଙ୍କ ଫିଲ୍ମ ରହିଛି। ଓଡ଼ିଶାର ସର୍ବାଧିକ ଯୁବ ଫିଲ୍ମନିର୍ମାତା ଏଥିରେ ଅଂଶଗ୍ରହଣ କରିଛନ୍ତି। ତେବେ ଓଡ଼ିଶାରୁ ମୋଟ ୬ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଏହା ମଧ୍ୟରେ ଅଭିଷେକ ସ୍ବାଇଁଙ୍କ ‘ଥ୍ରୋ ଦ ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’, ପଙ୍କଜ ସେଠୀଙ୍କ ‘କବୀର କେ ଜୁଲାହେ’, ସିଦ୍ଧାର୍ଥ ଦାସଙ୍କ ‘କ୍ରାଫ୍ଟସ ଆଣ୍ଡ୍‌ ଟେମ୍ପୁଲ୍‌ସ’ ଇତ୍ୟାଦି ରହିଛି। ଓଡ଼ିଶାରୁ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଫିଲ୍ମ ଆସିବା ଫିଲ୍ମ ନିର୍ମାଣ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ୁଥିବା ଦର୍ଶାଉଛି ବୋଲି ଜେଡିସିଏ ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ କହିଛନ୍ତି। ଓଡ଼ିଶାର କଳା ଓ ହସ୍ତକଳା ବିଶେଷକରି ଲୁପ୍ତପ୍ରାୟ କଳାଶୈଳୀକୁ ସିନେମା ମାଧ୍ୟମରେ ଗୁରୁତ୍ୱ ଏବଂ ପ୍ରାଧାନ୍ୟ ଦିଆଯାଇଥିବା ସେ କହିଛନ୍ତି। ଏଣିକି ପ୍ରତିବର୍ଷ ନୁହେଁ, ବରଂ ଦୁଇବର୍ଷରେ ଥରେ ବାଇନେଲ୍‌ଭାବେ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବର ଆୟୋଜନ କରାଯିବ ବୋଲି ଜେଡିସିଏ ଟ୍ରଷ୍ଟି ତଥା ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ନନ୍ଦିତା ଦାସ ସୂଚନା ଦେଇଛନ୍ତି। ଉତ୍ସବର ଗୁଣବତ୍ତା ବଜାୟ ରଖିବା ସହ ଦେଶ ଏବଂ ଦେଶ ବାହାରୁ ଭଲ ଭଲ ଫିଲ୍ମ ଆଣିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟର କେତେକ ଲୁପ୍ତପ୍ରାୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସ୍ବତନ୍ତ୍ର ଷ୍ଟଲ୍‌ରେ ବିକ୍ରି ପାଇଁ ଉପଲବ୍ଧ ହେବ। ଏହାସହ ଯତୀନ ଦାସଙ୍କ ଦ୍ୱାରା ସଂଗୃହୀତ ବହୁ ବିରଳ କଳାକୃତି ଉତ୍ସବ ପରିସରରେ ଦେଖିବାକୁ ମିଳିବ। ଫେବୃୟାରୀ ୮ ଓ ୯ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଫିଲ୍ମ ପ୍ରଦର୍ଶନ ସହ ବିଭିନ୍ନ ଓ୍ବାର୍କଶପ୍‌ର ଆୟୋଜନ କରାଯିବ ବୋଲି ଫେଷ୍ଟିଭାଲ ଡାଇରେକ୍ଟର ଅରୁଣା ବାସୁଦେବ କହିଛନ୍ତି। ନୟାପଲ୍ଲୀସ୍ଥିତ ଜେଡି ସେଣ୍ଟର ଅଫ୍‌ ଆର୍ଟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଟ୍ରଷ୍ଟି ସଦସ୍ୟ ତଥା ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ରାଷ୍ଟ୍ରଦୂତ ଲଳିତ ମାନସିଂହ, ଫିଲ୍ମ ନିର୍ମାତା ବୀରେନ ଦାସ, ସୁଧୀର ଟଣ୍ଡନ, ଧୀରେନ ଦାସ, ଗାୟତ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?