ଜେଡିସିଏ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ: ଫିଲ୍ମ ନିର୍ମାଣ ପ୍ରତି ବଢ଼ୁଛି ଓଡ଼ିଶା ଯୁବପିଢ଼ିଙ୍କ ଆଗ୍ରହ

ଭୁବନେଶ୍ୱର,୭।୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ (ଜେଡିସିଏ) ପକ୍ଷରୁ ହେବାକୁ ଥିବା ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖଣ୍ଡଗିରିସ୍ଥିତ ଜେଡିସିଏ ସାଇଟ୍‌ ପରିବର୍ତ୍ତେ ଇଡ୍‌କଲ୍‌ ଅଡିଟୋରିଅମ୍‌ରେ ଉଦ୍‌ଘାଟନୀ ଉତ୍ସବ ହେବ ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜେଡିସିଏ ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ସୂଚନା ଦେଇଛନ୍ତି। ‘କଳା ଓ ହସ୍ତକଳା’ ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଇଥିବା ଉତ୍ସବରେ ୪୮ ଫିଲ୍ମ ପ୍ରଦର୍ଶିତ ହେବ। ତନ୍ମଧ୍ୟରେ ୩ ହଜାର ଆବେଦନ ମଧ୍ୟରୁ କଳା ଓ କଳାକାରଙ୍କ ଉପରେ ଆଧାରିତ ବଛା ବଛା ୩୧ ଭାରତୀୟ ଓ ୧୭ ବିଦେଶୀ ଫିଲ୍ମ ରହିଛି।
ଚଳିତବର୍ଷ ପ୍ରଥମଥର ପାଇଁ ମହୋତ୍ସବକୁ ଅନ୍‌ଲାଇନ୍‌ ଏଣ୍ଟ୍ରିରେ ସର୍ବାଧିକ ଫିଲ୍ମ ଆବେଦନ ପାଇଁ ଆସିଥିବାବେଳେ ଏଥିରେ ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଫିଲ୍ମମେକରଙ୍କ ଫିଲ୍ମ ରହିଛି। ଓଡ଼ିଶାର ସର୍ବାଧିକ ଯୁବ ଫିଲ୍ମନିର୍ମାତା ଏଥିରେ ଅଂଶଗ୍ରହଣ କରିଛନ୍ତି। ତେବେ ଓଡ଼ିଶାରୁ ମୋଟ ୬ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଏହା ମଧ୍ୟରେ ଅଭିଷେକ ସ୍ବାଇଁଙ୍କ ‘ଥ୍ରୋ ଦ ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’, ପଙ୍କଜ ସେଠୀଙ୍କ ‘କବୀର କେ ଜୁଲାହେ’, ସିଦ୍ଧାର୍ଥ ଦାସଙ୍କ ‘କ୍ରାଫ୍ଟସ ଆଣ୍ଡ୍‌ ଟେମ୍ପୁଲ୍‌ସ’ ଇତ୍ୟାଦି ରହିଛି। ଓଡ଼ିଶାରୁ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଫିଲ୍ମ ଆସିବା ଫିଲ୍ମ ନିର୍ମାଣ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ୁଥିବା ଦର୍ଶାଉଛି ବୋଲି ଜେଡିସିଏ ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ କହିଛନ୍ତି। ଓଡ଼ିଶାର କଳା ଓ ହସ୍ତକଳା ବିଶେଷକରି ଲୁପ୍ତପ୍ରାୟ କଳାଶୈଳୀକୁ ସିନେମା ମାଧ୍ୟମରେ ଗୁରୁତ୍ୱ ଏବଂ ପ୍ରାଧାନ୍ୟ ଦିଆଯାଇଥିବା ସେ କହିଛନ୍ତି। ଏଣିକି ପ୍ରତିବର୍ଷ ନୁହେଁ, ବରଂ ଦୁଇବର୍ଷରେ ଥରେ ବାଇନେଲ୍‌ଭାବେ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବର ଆୟୋଜନ କରାଯିବ ବୋଲି ଜେଡିସିଏ ଟ୍ରଷ୍ଟି ତଥା ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ନନ୍ଦିତା ଦାସ ସୂଚନା ଦେଇଛନ୍ତି। ଉତ୍ସବର ଗୁଣବତ୍ତା ବଜାୟ ରଖିବା ସହ ଦେଶ ଏବଂ ଦେଶ ବାହାରୁ ଭଲ ଭଲ ଫିଲ୍ମ ଆଣିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟର କେତେକ ଲୁପ୍ତପ୍ରାୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସ୍ବତନ୍ତ୍ର ଷ୍ଟଲ୍‌ରେ ବିକ୍ରି ପାଇଁ ଉପଲବ୍ଧ ହେବ। ଏହାସହ ଯତୀନ ଦାସଙ୍କ ଦ୍ୱାରା ସଂଗୃହୀତ ବହୁ ବିରଳ କଳାକୃତି ଉତ୍ସବ ପରିସରରେ ଦେଖିବାକୁ ମିଳିବ। ଫେବୃୟାରୀ ୮ ଓ ୯ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଫିଲ୍ମ ପ୍ରଦର୍ଶନ ସହ ବିଭିନ୍ନ ଓ୍ବାର୍କଶପ୍‌ର ଆୟୋଜନ କରାଯିବ ବୋଲି ଫେଷ୍ଟିଭାଲ ଡାଇରେକ୍ଟର ଅରୁଣା ବାସୁଦେବ କହିଛନ୍ତି। ନୟାପଲ୍ଲୀସ୍ଥିତ ଜେଡି ସେଣ୍ଟର ଅଫ୍‌ ଆର୍ଟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଟ୍ରଷ୍ଟି ସଦସ୍ୟ ତଥା ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ରାଷ୍ଟ୍ରଦୂତ ଲଳିତ ମାନସିଂହ, ଫିଲ୍ମ ନିର୍ମାତା ବୀରେନ ଦାସ, ସୁଧୀର ଟଣ୍ଡନ, ଧୀରେନ ଦାସ, ଗାୟତ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri