Posted inଖେଳ

ଜେକେଏସ ରାଜ୍ୟ କରାଟେ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଓକିନଓ୍ବା କରାଟେ ସ୍କୁଲ ଆନୁକୂଲ୍ୟରେ ଜାପାନ କରାଟେ ସୋତୋକାଇ(ଜେକେଏସ) କରାଟେ ଚାମ୍ପିୟନଶିପ୍‌ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ସଫଳତାର ସହିତ ସମ୍ପନ୍ନ ହୋଇଛି। କେବଳ ଜେକେଏସ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ୭୦୦ ପ୍ରତିଯୋଗୀ ଓ ୧୫୦ ଅଫିସିଆଲ ଅଂଶଗ୍ରହଣ କରିଥିଲେ। ଏମ୍‌ପି ଅପରାଜିତ ଷଡ଼ଙ୍ଗୀ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ଅତନୁ ସାବ୍ୟସାଚୀ ନାୟକ, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏସ.ଆର. ସାସମଲ, ଆଦିତ୍ୟ ମିଶ୍ର, ସଞ୍ଜୟ ଶାହ, ଦୀପକ କୁମାର ସାମନ୍ତରା, ସନକ ଦେଓ, ଜୟଦେବ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ବାପୁ ପଟ୍ଟନାୟକ, ପଞ୍ଚାନନ ନାୟକ, ସୁବ୍ରତ ପାତ୍ର, ଘନଶ୍ୟାମ ହାଁସଦା, ସୂର୍ଯ୍ୟ ନାରାୟଣ, ସାରଦା ପ୍ରସାଦ, ଶେଖର ସୁମନ ପ୍ରମୁଖ ରେଫରି ଦାୟିତ୍ୱ ତୁଲାଇଥିଲେ। ସେହିପରି ହିମାଂଶୁ ଭୂଷଣ ଦାସ, ବେଣୁଧର ମଲିକ, ଅନ୍ତର୍ଯ୍ୟାମୀ ବେହେରା, ଏ. ଚିରଞ୍ଜୀବି ରାଓ, ଦେବାଶିଷ ରାଉତ, ଦୀପକ କୁମାର ପଟୁଆରସିଂ, ଜ୍ଞାନରଞ୍ଜନ ନନ୍ଦ, ଏସ.କେ. ସୁଲତାନ, ପ୍ରତାପ କୁମାର ନାୟକ, ଚିରସ୍ମିତା ଭଞ୍ଜଦେଓ, ମଧୁସ୍ମିତା ଭଞ୍ଜଦେଓ, ସନ୍ଦୀପ ପଟ୍ଟନାୟକ, ଅଶୋକ କୁମାର ସିଂ, ଅଭିରାମ, ବେହେରା, ଅନନ୍ତ ଚରଣ ଦାଶ, ଅମରେଶ ପ୍ରଧାନ, ଜୀତେନ୍ଦ୍ର କୁମାର ସାହୁ, ଲଳିତ କୁମାର, ନବ କିଶୋର, ଆଲିସେ ପ୍ରଭା, ଅଭିନାଷ ସିଂ, ଗୋପାଳ ଛୋଟରାୟ, ସୁଦୀପ, ଅଜୟ, ସୌମ୍ୟ, ସୁବ୍ରତ, ଖିମ୍‌ ଥାପ୍ପା, ମେର୍ଲିନ ପ୍ରମୁଖ ଅଫିସିଆଲ ଥିଲେ। ଜାପାନ କରାଟେ ଓଡ଼ିଶା ଆସୋସିଏଶନର ସଭାପତି ତଥା ଜାପାନ କରାଟେ ସୋତୋକାଇ ଇଣ୍ଡିଆର ଉପସଭାପତି ସୌମ୍ୟରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ବିଭିନ୍ନ ବୟସ ବର୍ଗରେ ମୋଟ ୧୨୦ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା। ସେମାନଙ୍କ ମଧ୍ୟରେ ଦେବଶ୍ରୀ ମହାନ୍ତି, ସିମରନ ସାମଲ, ସୁଚିସ୍ମିତା ସାହୁ, ଅମିନିତା ଶତପଥୀ, ସୁଶ୍ରୀ ଏଲିନା, ଅନୁସ୍କା ନନ୍ଦ, ଲକ୍ଷ୍ମୀପ୍ରିୟା ରାଉତ, ନିବେଦିତା, ଶର୍ମିଷ୍ଠା ଦ୍ୱିବେଦୀ, ଅନିଶା ତ୍ରିପାଠୀ, ପ୍ରକୃତି ପ୍ରିୟଦର୍ଶିନୀ, ପ୍ରଜ୍ଞା ସାହୁ, ପ୍ରତ୍ୟାଶା ସିଂ, ଋତୁପର୍ଣ୍ଣା ଦାଶ, ସୁପ୍ରିୟା ସେନାପତି, ଅର୍ଣ୍ଣବି କାନାରା, ଅନୁସ୍କା, ବିଜୟଲକ୍ଷ୍ମୀ ସାହୁ, ଆଦ୍ୟାଶା ଦାସ, ମନସା ଜେନା ପ୍ରମୁଖ ବାଳିକା ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri