ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍‌

ସାଙ୍ଘାଇ,୨୦।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ୍‌) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍‌ ଜୁନ୍‌ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସାରା ବିଶ୍ୱରେ ଫୁଟବଲ ଲିଗ୍‌ଗୁଡିକ ସ୍ଥଗିତ ହୋଇଥିବା ବେଳେ ଏବେ ସମସ୍ତେ ସିଏସ୍‌ଏଲ୍‌ ଆରମ୍ଭ ହେବା ପ୍ରକ୍ରିୟାକୁ ଆଗ୍ରହର ସହ ଲକ୍ଷ୍ୟ ରଖିଛନ୍ତି। ଗତ ଫେବୃୟାରୀ ୨୨ ତାରିଖରେ ଏହା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଚାଇନାରେ ଗତ ଡିସେମ୍ବରରେ କରୋନା ଭାଇରସ ପ୍ରଥମେ ମହାମାରୀର ରୂପ ନେଇଥିଲା। ଏହାପରେ ଏହି ଭାରଇସ ସାରା ବିଶ୍ୱକୁ ସଂକ୍ରମିତ ହୋଇଥିଲା।
ଏବେକାର ପରିସ୍ଥିତିକୁ ବିଚାର କରି ନୂଆ ସେଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଗୁଆଝୁ ଆର ଆଣ୍ଡ ଏଫ୍‌ ଅଧ୍ୟକ୍ଷ ହୁଆଙ୍ଗ ଶେନ୍‌ଘୁଆ କହିଛନ୍ତି। ସମ୍ପୂର୍ଣ୍ଣ ରୂପେ ଏହି ସେଶନ ଖେଳାଯିବ ଓ ପ୍ରତ୍ୟେକ ଦଳ ୩୦ଟି ଲେଖାଏ ମ୍ୟାଚ୍‌ ଖେଳିବେ ବୋଲି ହୁଆଙ୍ଗ କହିଛନ୍ତି। ତେବେ ଏ ନେଇ ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ତରଫରୁ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ।
କରୋନା ଭାଇରସ୍‌କୁ ଆମେ ନିୟନ୍ତ୍ରଣକୁ ଆଣିଛୁ। ତେବେ ପୁଣିଥରେ ବିଦେଶରୁ ଏହି ଭାଇରସ ଆମ ଦେଶକୁ ଆସିବାର ସମ୍ଭାବନା ରହିଛି ବୋଲି ଚାଇନା ଆଶଙ୍କା ପ୍ରକାଶ କରିଛି। ସିଏସ୍‌ଏଲ୍‌ରେ ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ମିଡ୍‌ଫିଲ୍ଡର ମାରୋଉଆନ ଫେଲ୍ଲାଇନି ଏକମାତ୍ର ଖେଳାଳିଭାବେ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ଗତ ସପ୍ତାହରେ ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଥିଲେ ମଧ୍ୟ ଅବଜରଭେଶନରେ ରହିଥିଲେ। ତେବେ ସେ ଭୟଙ୍କର ଭାବେ ଅସୁସ୍ଥ ନାହାନ୍ତି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri