ଜୀବନ ଯୁଦ୍ଧରେ ଜୀବିକା ପ୍ରଭାବିତ

ଭୁବନ, ୨୭।୩(ଡି.ଏନ.ଏ.):କରୋନା ମହାମାରୀ ଆତଙ୍କରେ ବିଶ୍ୱ ଥରହର। ଗଡୁଛି ହଜାର ହଜାର ମୁଣ୍ଡ। ଆକ୍ରାନ୍ତଙ୍କ ସଂଖ୍ୟା କଳିବା ଅସମ୍ଭବ। କେତେବେଳେ ଆଉ କେମିତି ଏହି ମାରାତ୍ମକ ଭାଇରସ୍‌ କାହାକୁ ଗ୍ରାସିବ ତାହାର ଜଣାପଡୁନାହିଁ। ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ସାରା ବିଶ୍ୱ ବଢୁଥିବାବେଳେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଗରିବ, ଖଟିଖିଆ ଏବଂ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ। କହିବାକୁ ଗଲେ କରୋନା ସମସ୍ତଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ଏବେ କେବଳ ଗୋଟିଏ ଚିନ୍ତା ଦିନକୁ ଦି ଓଳି ଦାନା ଯୋଗାଡ଼ ହେବ କିପରି।
ବିମୁଦ୍ରୀକରଣ ପରେ ବୁଡ଼ିଯାଇଥିଲା ବେପାର। ଅଣ୍ଟା ସଳଖି ଛିଡ଼ା ହେବା ବେଳକୁ ଏବେ କରୋନା ମାଡ଼। ଖଟିଲେ ଖାଇବା ଲୋକ। ହାତ ବନ୍ଦ ତ ଭାତ ବି ବନ୍ଦ। ଲକ୍‌ଡାଉନ ପାଇଁ ଦୋକାନ ବଜାର ଖୋଲୁନାହିଁ। କାମ ବି ନାହିଁ। କେତେବେଳେ ସବୁ ପୁଣି ଠିକ୍‌ ହବ ତାହା କହିବା ମୁସ୍କିଲ। ହସ ହସ ମୁହଁରେ ଘରକୁ ଫେରିବି ତାହା ଭାବିବା ବେଳକୁ ଆଖିରେ ଲୁହ ଆସିଯାଉଛି ବୋଲି କହିଛନ୍ତି ଢେଙ୍କାନାଳ ଜିଲା ଭୁବନର କଂସା କାରିଗର ଛାୟାକାନ୍ତ ସାହୁ। କରୋନା ପାଇଁ ଏବେ ଭୁବନର ପ୍ରସିଦ୍ଧ କଂସା କାରିଗରି କାମ ଉପରେ ପଡ଼ିଛି ଚଡ଼କ। ପ୍ରଶାସନିକ କଟକଣା ଯୋଗୁ ଶାଳ ବନ୍ଦ ହୋଇଯାଇଛି। ତେଣୁ ଛାୟାକାନ୍ତଙ୍କ ପରି ଅନେକେ ହାତ ବାନ୍ଧି ବସିଛନ୍ତି।
ସମାନ କଥା ଦୋହରାଇଛନ୍ତି ପରିବା ବ୍ୟବସାୟୀ ହେମନ୍ତ ସାହୁ ଏବଂ ରବୀନ୍ଦ୍ର ସ୍ବାଇଁ। ମନ୍ଦାର ଗ୍ରାମରୁ ପରିବା ଆଣି ଭୁବନ ଅଞ୍ଚଳରେ ବ୍ୟବସାୟ କରନ୍ତି ରବୀନ୍ଦ୍ର। ଦୀର୍ଘ ୨୫ ବର୍ଷ ହେଲା ପରିବା ବେପାର ତାଙ୍କ ଜୀବିକା ପାଲଟିଛି। ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଭୟଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ଭୟଭୀତ ହୋଇ ବାହାରକୁ ଆସୁନାହାନ୍ତି। ଜମିରେ ଫସଲ ନଷ୍ଟ ହେଉଥିବାବେଳେ ବେପାର ବି ସେତେଟା ଭଲ ହେଉନାହିଁ। ଗଁା ଗଁା ବୁଲି ପରିବା ବିକିବାକୁ ପଡୁଛି। ଘରକୁ ପହଞ୍ଚତ୍ବା ବେଳକୁ ଖାଇବା ଖର୍ଚ୍ଚ ବି ଉଠୁନି। ମୁଣ୍ଡ ଉପରେ କରଜ ବଢୁଛି। ଏମିତି ଆଉ ସପ୍ତାହେ ଲାଗି ରହିଲେ ଦାନା ବି ମିଳିବନି ବୋଲି କହିଛନ୍ତି ରବୀନ୍ଦ୍ର। ହେମନ୍ତ କହିଛନ୍ତି, ଲୋକ ଆସୁନାହାନ୍ତି। ବିକିବାକୁ ଆଣିଥିବା ପରିବା ଘରକୁ ଫେରାଇ ନେବାକୁ ପଡୁଛି। ଏମିତି ବ୍ୟବସାୟ କରିବା ଅପେକ୍ଷା ଆଉ ନ ଆସିବାକୁ ଚିନ୍ତା କରୁଛି। କେବଳ କଂସା କାରିଗର କି ପରିବା ବ୍ୟବସାୟୀ ନୁହନ୍ତି ଅଞ୍ଚଳର ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏବେ ଘାରିଛି ପେଟପାଟଣା ଚିନ୍ତା। କରୋନା ପାଇଁ ଆରମ୍ଭ ହୋଇଥିବା ଜୀବନ ଯୁଦ୍ଧରେ ଲଢ଼େଇରେ କେଉଁଠି ନା କେଉଁଠି ପ୍ରଭାବିତ ହୋଇଛି ଜୀବିକା, ଯାହା ଏବେ ଛାୟାକାନ୍ତ, ହେମନ୍ତ ଏବଂ ରବୀନ୍ଦ୍ରଙ୍କ ପରି ଅଞ୍ଚଳର ହଜାର ହଜାର ବ୍ୟବସାୟୀଙ୍କ ଆଖିରୁ ନିଦ ହଜାଇ ଦେଇଛି।
ଭୁବନରେ ଦୈନିକ ପରିବା ମାର୍କେଟକୁ ଯାଜପୁର ସମେତ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ପରିବା ବିକ୍ରି କରିବାକୁ ଆସିଥାନ୍ତି। କଟକଣା ପାଇଁ ବ୍ୟବସାୟ ଘାଟା ଆଶଙ୍କାରେ ହାତଗଣିତ ବ୍ୟବସାୟୀ ଆସୁଛନ୍ତି। ସେହିପରି ସକାଳୁ ଏବଂ ଅପରାହ୍ନରେ ଦୁଇ ପର୍ଯ୍ୟାୟରେ ତେଜରାତି, ମାଛ, ମାଂସ, ଅଣ୍ଡା ଓ ପରିବା ଦୋକାନ ଖୋଲା ରହୁଛି। ସମୟ କଟକଣା ଯୋଗୁ ବ୍ୟବସାୟରେ ମାନ୍ଦା ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri