‘ଜୀବନ ଦେବୁ ପଛେ ପରମ୍ପରା ବନ୍ଦ କରାଇ ଦେବୁନି’

ପୁରୀ ଅଫିସ, ୪ା୫:  ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ଯମୁନା ଗାଧୁଆ ପରମ୍ପରା। ମାତ୍ର ଏହାକୁ ବନ୍ଦ କରିବା ଲାଗି ପ୍ରଶାସନିକ ଷଡ଼ଯନ୍ତ୍ର ହେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧକରି ସୋମବାର ଅଞ୍ଚଳବାସୀ ମଙ୍ଗଳାଘାଟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୀବନ ଦେବୁ ପଛେ, କିନ୍ତୁ ଯମୁନା ଗାଧୁଆ ପରମ୍ପରା ବନ୍ଦ କରାଇଦେବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଶ୍ରୀକୃଷ୍ଣଙ୍କ ଜନ୍ମରାତ୍ରରୁ ତା’ ପରଦିନ ଅର୍ଥାତ ଦୁଇଦିନ ଧରି ଯମୁନା ଗାଧୁଆ ପରମ୍ପରା ଚାଲେ। ମଙ୍ଗଳା ନଦୀ ବା ଯମୁନା ନଦୀ କୂଳରେ ଏହି ଉତ୍ସବ ପାଳନ କରାଯାଏ। ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପରେ ଯମୁନା ନଦୀରେ ନନ୍ଦୋତ୍ସବ ପାଳନ ହୋଇଥାଏ। ଏହି ସମୟରେ ସାତସାହି ବୟାଳିଶ କନ୍ଦିରୁ ତଥା ପଞ୍ଚକୋଶରୁ ବହୁ ଭକ୍ତଙ୍କ ସମାଗମ ହୁଏ। ଏଥିସହ ନାଗାମେଢ, ବାଡ଼ିି ଖେଳ, ଲଉଡ଼ି ଖେଳ, ସମରକଳା, ଗୋଟିପୁଅ ନୃତ୍ୟ ଆଦି ପରିବେଷଣ କରାଯାଏ। ପାଲା, ଦାସକାଠିଆ, ସଂକୀର୍ତ୍ତନ ମଧ୍ୟ କରାଯାଏ। ଐତିହାସିକ ତଥ୍ୟ ଅନୁଯାୟୀ, ନନ୍ଦୋତ୍ସବ ସହ ଶ୍ରୀମନ୍ଦିର ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ବିଭିନ୍ନ ସମୟରେ ମଙ୍ଗଳା ଘାଟରେ ମଙ୍ଗଳା ନଦୀ ପାର ହୋଇ ଅନେକ ଜାଗାକୁ ନିଆଯାଇଥିଲା। ୧୨୦୦ ମସିହାରେ ଏହି ନଦୀର ଅବସ୍ଥିତି ଥିଲା ଏବଂ ଏଠାରେ ମଙ୍ଗଳା ମନ୍ଦିର ଥିବା ଜଣାଯାଏ। ୨୦୦ ବର୍ଷ ପୂର୍ବେ ପ୍ରସିଦ୍ଧ ଯୋଗୀ ତୋତାପୁରୀ ମହାରାଜ ବା ଲଙ୍ଗୁଳି ବାବା ପୁରୀର ଗିରିନାରୀବନ୍ତଠାରେ ତପସ୍ୟା କରି ସିଦ୍ଧି ଲାଭ କରିବା ପରେ ମଙ୍ଗଳା ନଦୀକୁ ଯମୁନା ନଦୀ ବୋଲି ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ। ସେ ପ୍ରଥମେ ଜନ୍ମାଷ୍ଟମୀରେ ଏହି ନଦୀକୁ ଯମୁନା ଭାବି ସ୍ନାନ କରିଥିବାରୁ ସେହି ବିଧି ବର୍ତ୍ତମାନ ସୁଦ୍ଧା ପ୍ରଚଳିତ ରହିଛି। ଏହାକୁ ଏକ ପ୍ରାଚୀନ କୀର୍ତ୍ତିରାଜି ଭାବେ ସରକାର ଘୋଷଣା କରି ଏହାର ଇତିହାସ ତିନୋଟି ଭାଷାରେ ଲେଖି ଏକ ସାଇନ୍‌ବୋର୍ଡ ମଧ୍ୟ ଲଗାଇଛନ୍ତି। ପରମ୍ପରା ଅନୁଯାୟୀ ଯମୁନା ଗାଧୁଆକୁ ବନ୍ଦ କରାଯାଇପାରିବ ନାହିଁ। ଗଜପତି ମହାରାଜା ଘାଟ ମଙ୍ଗଳା ଠାକୁରାଣୀଙ୍କ ପାଇଁ ସ୍ବତନ୍ତ୍ର ଖଞ୍ଜା କରାଇଥିଲେ ଓ ଘାଟରେ ପାରି ହେବା ଲାଗି ଏକ ଚଉତରା ନିର୍ମାଣ କରିଥିଲେ, ଯାହା ରାଣୀ ଚଉତରା ନାମରେ ଖ୍ୟାତ ଥିଲା। ଏବେ ଏହି ମହାନ ପରମ୍ପରାକୁ ବନ୍ଦ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ଏହି ଜାଗାକୁ ଏକ ଫାଉଣ୍ଡେଶନକୁ ହସ୍ତାନ୍ତର କରିବା ଲାଗି ଯୋଜନା ହୋଇଛି। କିନ୍ତୁ ସେମାନେ ଜୀବନ ଦେବେ ପଛେ, ହେଲେ ଏହି ପରମ୍ପରାକୁ ବନ୍ଦ କରାଇଦେବେ ନାହିଁ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦିଗପହଣ୍ଡି-ସାନଖେମୁଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଅଗ୍ରଗତି ସମୀକ୍ଷା

ଦିଗପହଣ୍ଡି, ୩୧।୭(ଅଶେଷ ନାଥ ମିଶ୍ର): ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଶୁକ୍ରବାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

କଂଗ୍ରେସର ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମ୍ମିଳନୀ: ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ରଣନୀତି

ଭବାନୀପାଟଣା,୩୧।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଭାରତ ପ୍ଲେସଠାରେ ଶୁକ୍ରବାର କଂଗ୍ରେସର ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସଦର…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri