ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଟିଓରେ ଚଢ଼ାଉ:୭ ଜଣଙ୍କୁ ଗିରଫ କଲା ପୋଲିିସ

ଅନୁଗୋଳ ଅଫିସ, ୨୮।୯

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଦଲାଲି ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ୪ ଜଣଙ୍କୁ ଗିରଫ କରାଯାଇ ନଂ. ୭୬୨/୧୯ରେ କୋର୍ଟଚାଲାଣ କରାଯାଇଛି। ଏମାନେ ହେଲେ ଶୁଶୁଡ଼ାର ପର୍ଶୁରାମ ଦାସ(୩୮), ପଞ୍ଚମହଲାର ବ୍ରହ୍ମଜ୍ୟୋତି ମିଶ୍ର(୩୭), ପଞ୍ଚମହଲାର ସୀତାଂଶୁ ନାଏକ(୩୪) ଓ ବନ୍ତଳା ଥାନା ପୁରୁଣାଗଡ଼ର ଦିଲୀପ ଦେଓ(୩୩)। ସେହିପରି ଆରଟିଓ କାର୍ଯ୍ୟାଳୟରୁ ୩ ଜଣ ଜରାସିଂହାରୁ ଶ୍ରୀଧର ସାହୁ(୩୪), ଶିମିଳିପଡ଼ାରୁ ଦିବାକର ପତି(୬୧) ଓ କୁଶାସିଂହାରୁ ସୁଦାମ ପତି(୩୪)ଙ୍କୁ ଗିରଫ ପରେ ନଂ. ୭୬୩/୧୯ରେ କୋର୍ଟ ଚାଲାଣ କରାଯାଇଥିବା ଅନୁଗୋଳ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।
ଜିଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ପ୍ରବର୍ତ୍ତାଇ ବିଭିନ୍ନ ଘରୋଇ ନର୍ସିଂହୋମ, ଡାଇଗୋନିଷ୍ଟକ ସେଣ୍ଟରଗୁଡ଼ିକୁ ପଠାଯିବା ସହ ରକ୍ତ ଭଣ୍ଡାରକୁ ଆସୁଥିବା ଲୋକଙ୍କୁ ଶୋଷଣ କରାଯାଉଥିଲା। ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ସେହପିର ଅନୁଗୋଳ ଆରଟିଓ କାର୍ଯ୍ୟାଳୟରେ ମଧ୍ୟ ନୂତନ ମୋଟରଯାନ ଆଇନ ପ୍ରଣୟନ ହେବା ପରେ ଦଲାଲ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ବିଭିନ୍ନ କାର୍ଯ୍ୟ କରାଇଦେବା ବାହାନାରେ ଲୋକଙ୍କ ନିକଟରୁ ଦଲାଲମାନେ ଟଙ୍କା ଲୁଟୁଥିଲେ। ଏହି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଡାକ୍ତର, କର୍ମଚାରୀ, ରକ୍ତଭଣ୍ଡାର କର୍ମଚାରୀ, ଘରୋଇ ନର୍ସିଂହୋମ, ଡାଇଗୋନିଷ୍ଟ ସେଣ୍ଟରର କର୍ମଚାରୀ, ଆରଟିଓ କାର୍ଯ୍ୟାଳୟ କର୍ମଚାରୀ ଓ ଅନ୍ୟକେତେକ ଦଲାଲଙ୍କ ଉପରେ ପୋଲିସ ନଜର ରଖିଥିବା ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଡିପିଓ ଅଶ୍ୱନୀ ସାହୁ, ଥାନା ଅଧିକାରୀ ରମେଶଚନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରକାଶ ମାଝି, ଅରଖିତ ସେଠୀ, ସତ୍ୟରଞ୍ଜନ ଲେଙ୍କା, ବିପ୍ଳବ ସାହୁ, ସ୍ବର୍ଣ୍ଣମୟୀ ଷଣ୍ଢ, ସୌମ୍ୟା ରାୟଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri