ଜିଲା ବିଜ୍ଞାନ କେନ୍ଦ୍ରକୁ ପୂରିଲା ୨୫ ବର୍ଷ: ‘ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସୁ ହୁଅ’

ଢେଙ୍କାନାଳ ଅଫିସ, ୬ା୬: ବିଜ୍ଞାନ ଏକ କଷ୍ଟକର ବିଷୟ ବୋଲି ଅଧିକାଂଶ ଛାତ୍ରୀଛାତ୍ରଙ୍କ ଧାରଣା ରହିଛି, ଯାହା ଅମୂଳକ। ବିଜ୍ଞାନ ପ୍ରତି ଅନିସନ୍ଧୁତ୍ସୁ ମନୋଭାବ ରହିଲେ ଏହା ସହଜ ହୋଇଯାଏ। ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳେ ବୋଲି କହିଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ରର ରୌପ୍ୟଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ସମ୍ମାନିତ ଅତିଥି ଭାବେ ଡିଇଓ ସୁଧାନନ୍ଦ ପରିଡ଼ା ଯୋଗଦେଇ କହିଲେ, ଜିଲା ବିଜ୍ଞାନ କେନ୍ଦ୍ର ଜ୍ଞାନର ଭଣ୍ଡାର। ଛାତ୍ରୀଛାତ୍ରମାନେ ଏହାର ସୁଯୋଗ ନେବା ଆବଶ୍ୟକ। କଲିକତାସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କ୍ୟୁରେଟର ନଟରାଜ ଦାସଗୁପ୍ତା ଆଲୋଚନାରେ ଭାଗନେଇ କହିଲେ, ଜ୍ଞାନ ଆହରଣ ଓ ଗବେଷଣା ପାଇଁ ଜିଲା ବିଜ୍ଞାନ କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତି ଜିଲାରେ ଏପରି ପ୍ରତିଷ୍ଠାନ ଖୋଲିବା ଉଚିତ ବୋଲି ସେ ମତ ରଖିଥିଲେ। ଏହି ଅବସରରେ ଦୁଇଟି ଦର୍ପଣ ଗ୍ୟାଲେରି ଉଦ୍‌ଘାଟିତ ହୋଇଥିଲା। ଏଥିସହ ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବିଜ୍ଞାନ ପ୍ରଦର୍ଶନୀ ବସ୍‌କୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀ ବସ୍‌ ଜିଲାର ବିଭିନ୍ନ ଗ୍ରାମ, ବିଦ୍ୟାଳୟକୁ ଯାଇ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମର ପ୍ରଚାର କରିବ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଛାତ୍ରୀଛାତ୍ରଙ୍କୁ ଗଛ ପ୍ରଦାନ କରାଯାଇଥିଲା। ଜିଲା ବିଜ୍ଞାନ କେନ୍ଦ୍ର ଅଧିକାରୀ ନିକୁଞ୍ଜ ବିହାରୀ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ୧୯୯୫ ଜୁନ୍‌ ୫ରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଏବଂ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପସ୍ଥିତିରେ ଜିଲା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା।

ଜିଲାପାଳ ଦେଲେ ୧୦ ଲକ୍ଷ ଟଙ୍କା

ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କେନ୍ଦ୍ର ଅଧିକାରୀ ନିକୁଞ୍ଜ ବିହାରୀ ସାହୁଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅର୍ଥ ସହାୟତାରେ ବିଜ୍ଞାନ କେନ୍ଦ୍ରକୁ ଅତ୍ୟାଧୁନିକ କରାଯିବ। ନୂତନ ଜ୍ଞାନକୌଶଳ ପ୍ରଦର୍ଶନ କରିବା ଦ୍ୱାରା ଏହା ଜନସାଧାରଣଙ୍କୁ ଆକର୍ଷିତ କରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri