ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ : ରାମଧୂନ ଗାଇଲେ ହଜାର ହଜାର ଛାତ୍ରୀଛାତ୍ର

ବରଗଡ଼ ଅଫିସ,୨।୧୦: ବରଗଡ଼ ସହରରେ ବୁଧବାର ଜିଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ସକାଳେ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମେତ ସ୍ବଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଅନ୍ୟ ଅଧିକାରୀମାନେ ମାଲ୍ୟାର୍ପଣ କରିଥିଲେ। ପରେ ଲୋକମଣ୍ଡପ ପଡିଆରେ୨ହଜାର ଛାତ୍ରୀଛାତ୍ର ସମବେତ ହୋଇ ସାମୁହିକ ରାମଧୂନ୍‌ ଗାଇଥିଲେ। ଜିଲାପାଳ, ଏସ୍‌ପି ପଦ୍ମିନୀ ସାହୁ , ଅତିରିକ୍ତ ଜିଲାପାଳ ମିିର୍ଦ୍ଧା ଟପ୍ପୋ, ଜଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତୀବାସ ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଚୋପଦାର, ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର, ଅଧ୍ୟାପିକା ସଂଘମିତ୍ରା ମିଶ୍ର, ଉପଜିଲାପାଳ ପ୍ରଭାସ ଡନସନା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଶିଖ୍‌, ଇସାଈ, ହିନ୍ଦୁ, ମୁସଲିମ ସମ୍ପ୍ରଦାୟର ଗୁରୁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର, ଝିଅ କାନ୍ଦିକାନ୍ଦି ମା’ଙ୍କୁ କହିବା ପରେ…

ଜଗନ୍ନାଥପ୍ରସାଦ,୧୩ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଡାକ୍ତରୀ ବୃତ୍ତିରେ କଳଙ୍କ। ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତର ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

ଇରାନର ପାଞ୍ଚଟି ପ୍ରଦେଶ ଉପରେ ଆକ୍ରମଣ କଲା ଆମେରିକା, ମିଶାଇଲ ସିଷ୍ଟମ ସହ IRGC ସ୍ପିଡବୋଟକୁ ଟାର୍ଗେଟ

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରବିବାର, ଆମେରିକାର ସେନା ହୋର୍ମଜଗାନ, ମାର୍କାଜି, ଆହଭାଜ, ବୁଶେହର, ଖୁଜେସ୍ତାନ ଏବଂ ସିସ୍ତାନ-ବାଲୁଚେସ୍ତାନ ସମେତ ଅନେକ…

ଭିଜିଲାନ୍ସ ପଞ୍ଝାରେ ଓସିସି ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/କୋରାପୁଟ,୧୩ା୭(ଅମିତାଭ ବେହେରା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍‌, ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର…

ମୃତ୍ୟୁ ପୂର୍ବରୁ, ଲିଣ୍ଡସେ ଟ୍ରମ୍ପଙ୍କ ପାଇଁ ତିନୋଟି କାର୍ଯ୍ୟ ତାଲିକାଭୁକ୍ତ କରିଥିଲେ, ରୁଷିଆ କଥା ଉଲ୍ଲେଖ କରି ଫୋନରେ କହିଥିଲେ, ‘ମୁଁ ଏବେ ମରିପାରିବି ନାହିଁ…’

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇତି ମଧ୍ୟରେ, ବରିଷ୍ଠ…

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri