ଜିଲାସ୍ତରରେ ୫-ଟି ସମୀକ୍ଷା ବୈଠକ: ଚିହ୍ନଟ ହେବେ ଅପାରଗ କର୍ମଚାରୀ

ବାଲେଶ୍ୱର ଅଫିସ,୨୪।୧୧-ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ଲାଗି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଶନିବାର ପୂର୍ବାହ୍ନରେ ୫-ଟି କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଯେଉଁମାନଙ୍କ ନାମରେ ୩ଟି ପ୍ରୋସିଡିଂ ଥିବ ଏବଂ ୫୦ବର୍ଷ ବୟସରୁ ଅଧିକ ହୋଇଥିବେ କିମ୍ବା ଅପାରଗ ହୋଇଥିବେ ସେଭଳି କର୍ମଚାରୀଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ କାର୍ଯ୍ୟରେ ଖିଲାପ କରି ସରକାରୀ ନିୟମ ପାଳନରେ ଟାଳଟୁଳ ମନୋଭାବ ପୋଷଣ କରୁଛନ୍ତି, ସମୟାନୁବର୍ତ୍ତିତା ପାଳନ କରୁନାହାନ୍ତି କିମ୍ବା ଜନସାଧାରଣଙ୍କୁ ଉଚିତ୍‌ ସେବା ପ୍ରଦାନ କରୁନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ତାଲିକା ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ବୈଠକରେ ସର୍ବ ଶିକ୍ଷା ଅଭିଯାନର ସମୀକ୍ଷା କରାଯାଇ ମଧ୍ୟାହ୍ନଭୋଜନ ଓ ୟୁନିଫର୍ମ ପ୍ରଦାନ ଉପରେ ନାନା ଅଭିଯୋଗ ଆସୁଥିବାରୁ ସେଥିରେ ସ୍ବଚ୍ଛତା ଆଣିବାକୁ କୁହାଯାଇଥିଲା। ସେହିପରି ସମାଜ ମଙ୍ଗଳ ବିଭାଗ ଦ୍ୱାରା ଶିଶୁଙ୍କୁ ଦିଆଯାଉଥିବା ଛତୁଆ ଏବଂ ୟୁନିଫର୍ମ ବଣ୍ଟନକୁ ୧୦ ଦିନ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଅନ୍ୟ ଉନ୍ନୟନ କାର୍ଯ୍ୟ ସଂକ୍ରାନ୍ତ ଆଲୋଚନା ବେଳେ ପୋଖରୀ ଖୋଳା ଆବେଦନ ପତ୍ରଗୁଡ଼ିକୁ ବହୁତ ଦିନ ନ ପକାଇ ତୁରନ୍ତ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ କୁହାଯାଇଥିଲା। ଏଥିସହିତ ରାସ୍ତା ଓ ଗୃହ ବିଭାଗ ଦ୍ୱାରା ରାସ୍ତାଗୁଡ଼ିକରେ ନିର୍ମାଣାଧୀନ କଲଭର୍ଟ ପାଖରେ ଖାଲ ରହିବା ଏବଂ କେତେକ ସ୍ଥାନରେ ମାଟି ଜମା ରଖାଯିବା ଯୋଗୁ ପ୍ରତ୍ୟହ କିଛି ନା କିଛି ଦୁର୍ଘଟଣା ଘଟୁଥିବାରୁ ସେଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ୍‌ କରାଯାଇଥିଲା।
ଚାଷୀଙ୍କଠାରୁ ଧାନ କିଣିବା ଲାଗି ଆସନ୍ତା ୨୫ତାରିଖରୁ ଜିଲାରେ ମଣ୍ଡି ଖୋଲାଯିବା ନେଇ ଆଲୋଚନା କରାଯାଇଥିଲା। ଟୋକନ୍‌ ପ୍ରସ୍ତୁତିରେ ଅନ୍ୟ ଜିଲାରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ଯେପରି ଏ ଜିଲାରେ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲା ଯୋଗାଣ ବିଭାଗ ତରଫରୁ ମିଲର୍ସମାନେ ଯୋଗାଉଥିବା ନିକୃଷ୍ଟମାନର ଚାଉଳ ଓ ମଧ୍ୟବର୍ତ୍ତୀ ଗୋଦାମ ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ ଉପରେ ନଜର ରଖିବାକୁ ତାଗିଦ୍‌ କରାଯାଇଥିଲା। ଡାକ୍ତରଖାନାରେ ରୋଗୀଙ୍କୁ ବାହାର ଔଷଧ କିଣିବା ଲାଗି ଡାକ୍ତରମାନେ ଚିରକୁଟ୍‌ ଲେଖିବା ଓ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗର ଯାଞ୍ଚ କରିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟସ୍ଥ ସାଜୁଥିବା କେତେକ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖିବା ସହ କିପରି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦଲାଲମୁକ୍ତ ହେବ ସେ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଯେଉଁ ଧରପଗଡ଼ କରାଯାଉଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି। ତେଣୁ ବେନିୟମ ମଦ ଓ ନିଶା କାରବାର ବନ୍ଦ କରିବା ଦିଗରେ ବିଭାଗ ଅଧିକ ପ୍ରଭାବୀ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲା ଶ୍ରମ କାର୍ଯ୍ୟାଳୟରେ ଅନୁରୂପ ଦଲାଲଙ୍କ ପ୍ରାଦୁର୍ଭାବ ନଜରକୁ ଆସିଥିବାରୁ ସେଠାରେ ସ୍ବଚ୍ଛତା ରକ୍ଷା କରି କାର୍ଯ୍ୟ ପରିଚାଳନା କରିବାକୁ ତାଗିଦ କରାଯାଇଥିଲା।
୫-ଟି ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ସମସ୍ତ କର୍ମଚାରୀ ଏଥିପ୍ରତି ସତର୍କ ଏବଂ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଯେଉଁସବୁ କାର୍ଯ୍ୟାଳୟ ଅବହେଳା କରୁଛନ୍ତି ସେମାନେ ସେଥିରେ ଉନ୍ନତି ଆଣିବା ସହ ସ୍ବତଃପ୍ରବୃତ ସୂଚନା ପ୍ରଦାନ କରିବାକୁ କହିଥିଲେ। ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା ଅନୁରୂପ ମନ୍ତବ୍ୟ ରଖି ସମଗ୍ର ଜିଲାରେ ସବୁ କର୍ମଚାରୀ ଏକ ଟିମ୍‌ ଭାବେ କାର୍ଯ୍ୟ କଲେ ସରକାରଙ୍କ ୫-ଟି ଆଭିମୁଖ୍ୟ ପୂରଣ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ ା ବୈଠକରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri