ଜିଏ ପ୍ଲଟ୍‌ ନଂ.୩୫୯ ଜବରଦଖଲ:ସରକାରୀ ଜମିରେ ୩ ମହଲା, ଭଡ଼ାରେ ଲାଗିଛି ୯୨ ବଖରା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ରାଜଧାନୀରେ ଯୋଜନାବଦ୍ଧ ଭାବେ ଚାଲିଛି ସରକାରୀ ଜମି ଜବରଦଖଲ। ଶହ ଶହ ଏକର ଅନାବାଦୀ, ଗୋଚର, ଜଙ୍ଗଲ ଜମିକୁ କବ୍‌ଜା କରି ସେଥିରେ ଗଢ଼ିଉଠୁଛି କଂକ୍ରିଟ ଘର। ଏପରି କି ସହରର ବିଭିନ୍ନ ସ୍ଥାନରେ ରହିଥିବା ସାଧାରଣ ପ୍ରଶାସନ ବିଭାଗ (ଜିଏ ଡିପାର୍ଟମେଣ୍ଟ)ର ମୂଲ୍ୟବାନ ଜମି ମଧ୍ୟ ପ୍ରଭାବଶାଳୀଙ୍କ କବ୍‌ଜାରେ ରହିଥିବାବେଳେ ସେଠାରେ ଆଜ୍‌ବେଷ୍ଟସ ଘରଠାରୁ ଆରମ୍ଭ କରି ବହୁତଳ କୋଠା ଭଡ଼ାରେ ଲାଗିଥିବା ଦେଖିବାକୁ ମିଳୁଛି। ଭଡ଼ା ବାବଦକୁ ଆସୁଥିବା କୋଟି କୋଟି ଟଙ୍କାରେ ଦାୟିତ୍ୱରେ ରହୁଥିବା କେତେଜଣ ଅସାଧୁ ଅଧିକାରୀଙ୍କ ଭାଗ ମଧ୍ୟ ରହୁଛି। ଫଳରେ ସେମାନେ ପରୋକ୍ଷରେ ଜବରଦଖଲକାରୀଙ୍କୁ ସବୁକିଛି ସହଯୋଗ ଓ ସୁରକ୍ଷା ଯୋଗାଇ ଦେଉଛନ୍ତି। ଅଭିଯୋଗ ଅବା ଚାପ ପଡ଼ିଲେ କିପରି ଉଚ୍ଛେଦକୁ ଏଡ଼ାଇ ହେବ ତାହାର ଗଳାବାଟ ମଧ୍ୟ ବତାଇ ଦେଉଛନ୍ତି। ଫଳରେ ଅଧିକାଂଶ ଉଚ୍ଛେଦ ନାମକୁ ମାତ୍ର କରାଯାଇ ବାହାବା ନିଆଯାଉଛି। କ୍ୟାବିନ, ଜରିପାଲ ଘର, ଗାଈ ଗୁହାଳ ଭଙ୍ଗା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ସରକାରୀ ଜମି କବ୍‌ଜା କରି ଗଢ଼ି ଉଠିଥିବା ବହୁତଳ କଂକ୍ରିଟ କୋଠାକୁ ସୁରକ୍ଷା ଯୋଗାଇ ଦିଆଯାଉଥିବା ଅନେକ ନଜିର ରହିଛି। ଘଟଣାକ୍ରମରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ହାଟ ନିକଟରେ ଥିବା ସାଧାରଣ ପ୍ରଶାସନ ବିଭାଗର ପ୍ଲଟ ନଂ.୩୫୯ରେ ଏଭଳି ବେଆଇନ ନିର୍ମାଣ ଦେଖିବାକୁ ମିଳିଛି। ଭୁବନେଶ୍ୱର ସହର ୟୁନିଟ୍‌ ନଂ.୪୧ ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ଉକ୍ତ ୭୮୦ ଡିସିମିଲ୍‌ର ପ୍ଲଟ୍‌ଟି ଉନ୍ନତ ଯୋଜନା ଯୋଗ୍ୟ କିସମ ଅଟେ। ତାହାକୁ ଜବରଦଖଲ କରାଯାଇ ସେଥିରେ ତିଆରି ହୋଇଥିବା ୬୦ରୁ ଊର୍ଦ୍ଧ୍ୱ ଆଜବେଷ୍ଟସ୍‌ ଘର ଓ ଏକ ୩ ମହଲା କୋଠାର ୩୨ ବଖରା ଭଡ଼ା ସୂତ୍ରରେ ଦିଆଯାଇଛି। ଏପରି କି ବାକି ରହିଥିବା ଆଉ କିଛି ଜାଗାରେ ଆଗାମୀ ଦିନରେ ଆପାର୍ଟମେଣ୍ଟ ତିଆରି କରିବାକୁ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି।

ଗତ କିଛିମାସ ତଳେ ବିଡିଏ, ବିଏମ୍‌ସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କିଛି ସମୟ ରହି ଜବରଦଖଲକାରୀଙ୍କୁ ପଚରାଉଚରା କରି ସେଠାରୁ ଫରିଯାଇଥିଲେ। ସେବେଠାରୁ ସେଠାରେ ଆଉ ଅଧିକାରୀଙ୍କ ପାଦ ପଡ଼ି ନ ଥିବା ଜଣାପଡିଛି।
ଏନେି ବିଡିଏ ଉଚ୍ଛେଦ ଅଧିକାରୀ ପ୍ରମୋଦ ପାତ୍ରଙ୍କୁ ପଚାରିବାରୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ସରକାରୀ ଜମିକୁ ଜବରଦଖଲ କରାଯାଇ ସ୍ଥାୟୀ ନିର୍ମାଣ ହୋଇଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ସେତେବେଳେ ଏହାର ତଦନ୍ତ ମଧ୍ୟ କରାଯାଇଥିଲା। ଅଧିକାର ଜାହିର କରୁଥିବା ଜବରଦଖଲକାରୀଙ୍କୁ ଆବଶ୍ୟକ ବୈଧ କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ସେ ଏଯାଏ ତାହା ପ୍ରଦାନ କରିନାହାନ୍ତି। ସାଧାରଣ ପ୍ରଶାସନ ବିଭାଗର ରାଜସ୍ବ ପର୍ଯ୍ୟବେକ୍ଷକ ଅମିୟ ଦାସଙ୍କ କହିବା କଥା ହେଲା, ଉକ୍ତ ପ୍ଲଟ ନଂ.୩୫୯କୁ ଜବରଦଖଲ କରାଯିବା ନେଇ ଯାଞ୍ଚ ଓ ତଦନ୍ତ ଚାଲିଛି। ରିପୋର୍ଟ ଆସିଲେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ବେଆଇନ ନିର୍ମାଣକୁ ଭଙ୍ଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri