ଛତ୍ରପୁର,୧୧ା୨(ଡି.ଏନ.ଏ)-ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଟିଚର, ଶିକ୍ଷା ସହାୟକମାନଙ୍କ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହି କ୍ରମରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଟିମ୍ ଦ୍ୱାରା ସମସ୍ତ ଜୁନିୟର ଟିଚର ଓ ଶିକ୍ଷା ସହାୟକଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଥିଲା। କେତେଜଣଙ୍କ ପ୍ରମାଣପତ୍ର ଉପରେ ସନ୍ଦେହ ହେବାରୁ ତାହାକୁ ବୋର୍ଡକୁ ପଠାଯାଇଥିଲା। ଯାଞ୍ଚ ପରେ ସେଥିମଧ୍ୟରୁ କେତେକ ଜାଲ୍ ବୋଲି ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିବା ବେଳେ ୩ ଜଣଙ୍କ ନାଁରେ ସେମାନଙ୍କ ଅଞ୍ଚଳର ଥାନାରେ ମାମଲା ରୁଜୁ ହୋଇସାରିଛି। ସମ୍ପୃକ୍ତ ୩ ଶିକ୍ଷକଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି।
ଜାଲ ପ୍ରମାଣପତ୍ର ଦେଇଥିବାରୁ ଛତ୍ରପୁର ବ୍ଲକ ପି. ଲକ୍ଷ୍ମୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଜେ. ସୁକାନ୍ତୀ ରେଡ୍ଡୀଙ୍କୁ ଗତ ୨୮ ତାରିଖରେ ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ଚାକିରିରୁ ବହିଷ୍କୃତ କରିଥିଲେ। ବହିଷ୍କୃତ ଶିକ୍ଷୟିତ୍ରୀଙ୍କ ନାଁରେ ଚମାଖଣ୍ଡି ଥାନାରେ ଏତଲା ଦିଆଯାଇଛି। ସେ ଫେରାର ଥିବାବେଳେ ପ୍ରମାଣପତ୍ରର ପୁନଃଯାଞ୍ଚ ପାଇଁ ଚମାଖଣ୍ଡି ଥାନା ପୋଲିସ ପକ୍ଷରୁ ସମ୍ପୃକ୍ତ ବୋର୍ଡକୁ ପଠାଯାଇଛିା ୨ ଜଣ ଶିକ୍ଷକ ଅନ୍ୟସ୍ଥାନରେ ନିଯୁକ୍ତି ପାଇଥିବା ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଥିଲେ। ତେବେ ସେମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍ ଥିବା ଯାଞ୍ଚ ପରେ ଜଣାପଡିଥିଲା। ସମ୍ପୃକ୍ତ ଶିକ୍ଷକମାନଙ୍କ ଇସ୍ତଫାପତ୍ର ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇ ନ ଥିବା ବେଳେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ବିଭାଗୀୟ ଶୃଙ୍ଖଳାଗତ ପ୍ରୋସିଂଡିଂ ଆରମ୍ଭ ହୋଇଛି। ଏଥିପାଇଁ ଲୋକନାଥପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଦିଲି ସାହୁଙ୍କ ନାଁରେ ଛତ୍ରପୁର ଥାନାରେ ଏବଂ ସାନଆର୍ଯ୍ୟପଲ୍ଲୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର
ଶିକ୍ଷକ ସୁନୀତା କରଙ୍କ ନାଁରେ ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନାରେ ଏତଲା ଦିଆଯାଇଛି। ଏମାନେ ଫେରାର୍ ଥିବା ପୋଲିସ ସୂଚନା ଦେଇଛି।
ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର
ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…
ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…
ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…
College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…
ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…
ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…
ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…
ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର
ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…
କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ
ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…
ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର
ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ରୁମ୍ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍ରୁମ୍…

