ଜାଲରେ ଫସିଲେ ଦୁଇ ବିଷଧର ସାପ : ଚନ୍ଦନ ବୋଡ଼ାକୁ ଗିଳିଲା ନାଗ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) – ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କଉଡ଼ିଖଣି ଗ୍ରାମରେ ପଦନି ସାହୁଙ୍କ ଘର ଚାରିପଟେ ଘେରାଯାଇଥିବା ଜାଲରେ ଏକ ବଡ଼ ନାଗ ସାପ ପଡି ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସାପ ଉଦ୍ଧାର ପାଇଁ ସ୍ନେକ୍‌ ହେଲ୍ପ୍‌ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ସୁଶାନ୍ତ ପ୍ରଥମେ ଏହାକୁ ଏକ ସାଧାରଣ ଘଟଣା ବୋଲି ଭାବି ଜାଲକୁ କାଟି ନାଗସାପକୁ ଖୋଲା ଜାଗାକୁ ଆଣିଲେ। କିଛି ସମୟ ଭିତରେ ସାପଟିର ପେଟ ଫୁଲିଥିଲା ଓ ସେ ଗିଳିଥିବା ଖାଦ୍ୟକୁ ବାନ୍ତି କରିବାକୁ ଉଦ୍ୟମ କଲା। କିନ୍ତୁ ତା’ ପାଟି ଏବଂ ଦାନ୍ତରେ ଜାଲର ସୂତା ଛନ୍ଦି ହୋଇଥିବାରୁ ଖାଦ୍ୟଟିକୁ ବାନ୍ତି କରିପାରି ନ ଥିଲା। ଏହାଦେଖି ସୁଶାନ୍ତ ଧୀରେ ଧୀରେ ପାଟିରୁ ଜାଲ ସୂତାକୁ କାଟିବାରେ ଲାଗିଲେ ଏବଂ ସାପଟି ବାନ୍ତି କରିବାକୁ ଆରମ୍ଭ କଲା। ପ୍ରଥମେ ନାଗର ପାଟିରୁ ଗିଳିଥିବା ଅନ୍ୟ ଏକ ସାପର ଲାଞ୍ଜ ଦେଖାଗଲା। ଉକ୍ତ ସାପଟିରେ ମଧ୍ୟ ଜାଲ ଛନ୍ଦି ହୋଇ ରହିଥିବାରୁ ନାଗ ପାଟିରୁ ବାହାରିବା ସମ୍ଭବପର ହେଉ ନ ଥିଲା। ତେଣୁ ସୁଶାନ୍ତ ନାଗ ପାଟି ଭିତରେ ଥିବା ସାପର ଜାଲକୁ ଧୀରେ ଧୀରେ ବାହାରକୁ ଆଣି କାଟିଥିଲେ। ଏହାପରେ ନାଗ ସମ୍ପୂର୍ଣ୍ଣ ସାପଟିକୁ ବାନ୍ତି କରିଥିଲା। ପରେ ଜଣାପଡିଲା ଯେ ନାଗ ଗିଳିଥିବା ସାପଟି ୩ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏକ ବିଷଧର ଚନ୍ଦନ ବୋଡ଼ା। ଏହି ଘଟଣାକୁ ଚମତ୍କାର ଘଟଣା ବୋଲି ବର୍ଣ୍ଣନା କରି ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ନାଗସାପ ଚନ୍ଦନବୋଡ଼ାକୁ ଶିକାର କରିବା ବା ଗିଳିବା ନୂଆ କଥା ନୁହେଁ। କିନ୍ତୁ ଜାଲରେ ପଡ଼ିଥିବା ଏକ ଚନ୍ଦନବୋଡ଼ାକୁ ନାଗଟି ଗିଳି ନିଜେ ସେହି ଜାଲରେ ଫସିବା ସମ୍ଭବତଃ ବିରଳ ଘଟଣା। ନାଗସାପର ବିଷ ନ୍ୟୁରୋଟକ୍ସିକ ଅର୍ଥାତ୍‌ ସ୍ନାୟୁ ପ୍ରଭାବୀ ଏବଂ ଚନ୍ଦନବୋଡ଼ା ବିଷ ହେମୋଟକ୍ସିକ ଅର୍ଥାତ୍‌ ରକ୍ତ ସଞ୍ଚାଳନ ପ୍ରଭାବୀ। ନାଗ ସାପ କାମୁଡ଼ିଲେ ଦ୍ରୁତଗତିରେ ଲକ୍ଷଣ ପ୍ରକାଶ ପାଇବା ସହ ଜନ୍ତୁଟିର ଶୀଘ୍ର ମୃତ୍ୟୁ ଘଟିଥାଏ। ତେଣୁ ନାଗ ଏବଂ ଚନ୍ଦନବୋଡା ଲଢ଼େଇରେ ସର୍ବଦା ନାଗ ହିଁ ବିଜୟୀ ହେବାର ନଜିର ରହିଛି ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri