ଜାତୀୟ ଡେଙ୍ଗୁ ଦିବସ : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ୬ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି। ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୨୫ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗୁ ସମସ୍ତେ ସୁସ୍ଥ ହୋଇପାରିଛନ୍ତି। ଔଷଧୀୟ ମଶାରି ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଫଳରେ ରାଜ୍ୟରେ ଉଭୟ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଏ ନେଇ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଡ. ମେହେର୍ଦ୍ଦା ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଦେଶରେ ୧୯୪୫ ମସିହାରୁ ଡେଙ୍ଗୁ ଚିହ୍ନଟ କରାଯାଇଛି। ୧୯୮୮ରେ ପ୍ରଥମେ ଏହା ଦିଲ୍ଲୀରେ ମହାମାରୀ ରୂପ ଗ୍ରହଣ କରିଥିଲା। ୨୦୧୮ରେ ଦେଶରେ ୮୯,୯୭୪ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୪ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ଓଡ଼ିଶାରେ ୨୦୧୦ରେ ପ୍ରଥମେ ଡେଙ୍ଗୁ ରୋଗ ଚିହ୍ନଟ କରାଯାଇଥିଲା। ୨୦୧୮ରେ ମୋଟ ୫,୧୯୮ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏମାନଙ୍କ ମଧ୍ୟରୁ ୧୫୫୯ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସିଥିଲେ। ଏହା ଏକ ଜନସ୍ବାସ୍ଥ୍ୟ ସମସ୍ୟା ହୋଇଥିବାରୁ ଏହାର ନିୟନ୍ତ୍ରଣ ଓ ନିରାକରଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଔଷଧୀୟ ମଶାରି ବ୍ୟବହାର ଓ ଆଗୁଆ ପ୍ରତିକାର ନିଆଯିବା ଫଳରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ମେହେର୍ଦ୍ଦା ସୂଚନା ଦେଇଥିଲେ। ଏହାସହ ଭେକ୍ଟରବାହିତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଆଉ ୫୬ଲକ୍ଷ ଔଷଧୀୟ ମଶାରି ମଗାଇଥିବା ସେ କହିଥିଲେ।
ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ ଜଳ ଓ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇଥିବା କହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡା. ଲିଙ୍ଗରାଜ ମିଶ୍ର, ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ସୁଶୀଲ କର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଓ କେନ୍ଦ୍ର ଏନ୍‌ଭିବିଡିସିପି ଯୁଗ୍ମ ନିର୍ଦ୍ଦେଶକ ଡା. ସୁଖବିର୍‌ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri