ଜଳବନ୍ଦୀ ପରେ ଚେତିଲେ ବିଏମ୍‌ସି କର୍ତ୍ତୃପକ୍ଷ: ସମ୍ପ୍ରସାରିତ ହେବ ସହରର ଡ୍ରେନ୍‌

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ପ୍ରତ୍ୟେକ ବର୍ଷ ଭୁବନେଶ୍ୱରବାସୀ ଡ୍ରେନେଜକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହ ଅଧିକାଂଶ ସମୟରେ ଡ୍ରେନେଜ ଜାମ୍‌, ରାସ୍ତାରେ ମଇଳା ପାଣି ଭାସିବା ପରି ସମସ୍ୟା ଭୋଗୁଛନ୍ତି। ପ୍ରତିବର୍ଷ ଲୋକଙ୍କୁ ଆଶ୍ୱାସନା ଦେବା ଭଳି ବିଏମସି ଯୋଜନା ପରେ ଯୋଜନା ଆଗତ କରୁଛି। ହେଲେ ସମୟାନୁସାରେ ଯୋଜନାଗୁଡିକ ସରକାରୀ ଦପ୍ତରରେ ନାଲି ଫିତା ତଳେ ବନ୍ଦ ହୋଇ ରହିଯାଉଛି। ସବୁଥର ଡ୍ରେନ ଚ୍ୟାନେଲ ସଫା କରିବା, ପୁନରୁଦ୍ଧାର କରିବା ଜାରି ରହିଥିବାବେଳେ ଏବେ ବିଏମସିକୁ ଡ୍ରେନ ସମ୍ପ୍ରସାରଣ କରିବା ଚିନ୍ତା ଘାରିଛି। ଯାହାର ଫଳସ୍ବରୂପ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସହରରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଡ୍ରେନେଜଗୁଡିକର ସମ୍ପ୍ରସାରଣ କରିବା ଲକ୍ଷ ରଖିଛି। ଏ ନେଇ ବିଏମ୍‌ସି ପକ୍ଷରୁ ୩୭୮ କୋଟି ୫୧ ଲକ୍ଷ ଟଙ୍କାର ଅର୍ଥ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି ମଙ୍ଗଳବାର ଅବଗତ କରାଇଛି।
ଏହି ଯୋଜନାରେ ବିଏମ୍‌ସି ୧୯୭ଟି ଆଭ୍ୟନ୍ତରୀଣ ସଂଯୁକ୍ତ ଡ୍ରେନ ଓ ୧୦ଟି ମୁଖ୍ୟ ଡ୍ରେନର ବିକାଶ ଦର୍ଶାଇଛି। ଏଥିପାଇଁ ୬୦ ଏକର ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ବିଏମସି କହିଛି। ଏହି ଜମି ପାଇଁ ୬୨୦ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରିଛି। ସେହିପରି ୧୯୭ଟି ଆଭ୍ୟନ୍ତରୀଣ ଡ୍ରେନର ବିକାଶ ପାଇଁ ୭୧ କୋଟି ୯୭ ଲକ୍ଷ ଟଙ୍କାରୁ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ଓ ମୁଖ୍ୟ ଡ୍ରେନଗୁଡିକର ବିକାଶକୁ ଲକ୍ଷ୍ୟ କରି ୩ରୁ ୪ ମିଟର ଉଚ୍ଚତା ବିଶିଷ୍ଟ କାନ୍ଥ କରିବାର ଯୋଜନା ରହିଛି। ଉଲ୍ଲେଖ ଥାଉକି ସହରର ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚ ୬ ତାରିଖରେ ହଜାର କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଅବହେଳା ପାଇଁ ଗତ ୫ ମାସ ହେବ ଏହି ଯୋଜନାଟିରେ କୌଣସି ଉନ୍ନତି ଆସିପାରି ନ ଥିଲା। ମୌସୁମୀ ଆସିବା ପରେ ବର୍ଷା ହେତୁ ଜଳବନ୍ଦୀ ସମସ୍ୟା ଦେଖାଯିବାରୁ ଏବେ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?