ଜବରଦଖଲରେ ଶ୍ମଶାନ ଜମି

ଖୋର୍ଦ୍ଧା ଅଫିସ, ୧୦।୬ : ପ୍ରଶାସନର ସହଯୋଗ ନ ଥିବାରୁ ଅଧିକାଂଶ ଶ୍ମଶାନ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏଥିରୁ କିଛି ଜମିରେ ଘର ନିର୍ମାଣ ହୋଇ ସାରିଲାଣି। ଜିଲା ସଦର ମହକୁମା, ଖୋର୍ଦ୍ଧା ତହସିଲରେ ଦିନକୁଦିନ ଶ୍ମଶାନ ଜମି ଜବରଦଖଲ ଚାଲିଥିବାରୁ ସମୟ ଆସିବ ମୃତଦେହ ପୋଡିବାକୁ ଜମି ରହିବ ନାହିଁ। ସବୁ ଜାଣି ଜିଲା ପ୍ରଶାସନ ଚୁପ ହୋଇ ରହିଛି। ଜବରଦଖଲ ମୁକ୍ତ ଲାଗି ପଦକ୍ଷେପ ନିଆଯାଉନାହିଁ। ଏଭଳିସ୍ଥଳେ ସ୍ଥିତି ସଙ୍ଗିନ ଆଡକୁ ଗତି କରୁଛି।
ଖୋର୍ଦ୍ଧା ତହସିଲ ଅଧୀନରେ ହଳଦିଆ, ପାଇକତିଗିରିଆ, ଖୋର୍ଦ୍ଧା, ଜଙ୍କିଆ, ଗୋଳବାଇ ୫ଟି ରାଜସ୍ବ ସର୍କଲ ରହିଛି। ଖୋର୍ଦ୍ଧା ସର୍କଲରେ ୫୪ଟି ମୌଜା ମଧ୍ୟରୁ ୮ଟି ମୌଜା ଖୋର୍ଦ୍ଧା ପୌରାଞ୍ଚଳରେ ରହିଛି। ସେଗୁଡିକ ହେଲା ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା, ଯଯାରସିଂ, ଜେମାଦେଇ, ଜଗନ୍ନାଥପୁର, ସାନପଲ୍ଲା, ଗୁରୁଜଙ୍ଗ ଓ ରାଧାମୋହନପୁର। ସହରର ଏହି ୮ଟି ମୌଜାରେ ୩,୪୩୪ ସରକାରୀ ଜମି ରହିଛି। ଏଥିରୁ କିଛି ଗୋଚର, ପତିତ, ଅନାବାଦି ଆଦି କିସମର। ତେବେ ଏଥିରୁ ପ୍ରାୟ ୧୬ ଶହ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷେ ଏହି ସରକାରୀ ଜମି ମଧ୍ୟରୁ ଶ୍ମଶାନ ଜମି ସବୁ ଜବରଦଖଲ ହୋଇଛି। ଖୋର୍ଦ୍ଧାର ଟିଏଲସି ଶ୍ମଶାନ ଏରିଆ ହେଉଛି ୨୧ ଏକର। ଏହାକୁ ଚଣ୍ଡୀଚୁଆ ରାସ୍ତା ଦୁଇ ଭାଗରେ ବିଭକ୍ତ କରିଛି। ଏଣୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଶ୍ମଶାନର ଦେଢ଼ ଏକର ରହିଥିବାବେଳେ ଅନ୍ୟପାର୍ଶ୍ୱରେ ୧୯ ଏକର ରହିଛି। ଉଭୟପାର୍ଶ୍ୱରେ ମୃତଦେହ ସଂସ୍କାର କରାଯାଉଛି। କିଛି ଜମିରେ ପଥରଖଣି, ସମାଧିପୀଠ ରହିଛି। ଏପରିସ୍ଥଳେ ଅବଶିଷ୍ଟ ଜମିରୁ କିଛି ଜବରଦଖଲ ସହ ବେଆଇନ ଭାବେ ଘର ନିର୍ମାଣ ସରିଛି। ଅପରପାର୍ଶ୍ୱରେ ୧୯ ଏକର ଜମିରେ ବନ ବିଭାଗ ବୃକ୍ଷରୋପଣ କରି ପାର୍କ ନିର୍ମାଣ କରୁଛି। ଖୋର୍ଦ୍ଧା ମ୍ୟୁନିସିପାଲିଟି ପକ୍ଷରୁ ଏଠାରେ ଏକ ଶବଦାହ ଗୃହ ନିର୍ମାଣ ହୋଇଥିଲା। ଏହି ଗୃହର ଲୌହ ଖୁମ୍ବଗୁଡିକ ଚୋରି ହୋଇଯାଇଥିବାରୁ ତାହା କାର୍ଯ୍ୟରେ ଲାଗୁନି। ଗୁରୁଜଙ୍ଗ ଶ୍ମଶାନର କିଛି ଅଂଶ ଜବରଦଖଲକାରୀଙ୍କ କବ୍‌ଜାରେ। ମୁକୁନ୍ଦପ୍ରସାଦ ଶ୍ମଶାନ ଜମିକୁ ଏକ ଶିଳ୍ପ ସଂସ୍ଥା ଆଂଶିକ ଅକ୍ତିଆର କରିଛି। ସ୍ଥାନୀୟ କେତେଜଣ ଲୋକ ମଧ୍ୟ ଶ୍ମଶାନ ଜମିର କିଛି ଅଂଶ ଜବରଦଖଲ କରିଛନ୍ତି। ଭାଲିଆବାଡି, ସାନପଲ୍ଲା ଶ୍ମଶାନ ଜମିର ଅବସ୍ଥା ମଧ୍ୟ ଏକା ପ୍ରକାରର।
ଅପରପକ୍ଷେ ଶ୍ମଶାନ ଜମିକୁ ଚିହ୍ନଟ କରି ଚତୁଃପାର୍ଶ୍ୱରେ ତାରବାଡ ଓ ପାଚେରି ନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରତି ତହସିଲ ଓ ପୌର କର୍ତ୍ତୃପକ୍ଷଙ୍କୁ ପ୍ରତିବର୍ଷ ଅନୁଦାନ ଦେଉଛନ୍ତି। ହେଲେ ଉକ୍ତ ଜମି ଚିହ୍ନଟ କରିବାରେ ପ୍ରଶାସନ ବିଫଳ ହୋଇଛି। ଖୋର୍ଦ୍ଧା ତହସିଲରେ ସେଇ ଏକା ଅବସ୍ଥା। ଏଠାରେ ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ। ବରିଷ୍ଠ ନାଗରିକ ବିମଳ ଷଡଙ୍ଗୀ କୁହନ୍ତି, ମୁସଲମାନ, ଖ୍ରୀଷ୍ଟିଆନଙ୍କର ଶ୍ମଶାନଗୁଡିକ ପାଚେରିରେ ଆବଦ୍ଧ ହୋଇଛି। ହେଲେ ହିନ୍ଦୁମାନଙ୍କ ଶ୍ମଶାନଗୁଡିକ ପାଚେରି ହୋଇ ନ ଥିବାରୁ ଜବରଦଖଲ ହେଉଛି। ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର କୁହନ୍ତି, ଟିଏଲସି ଶ୍ମଶାନର ଜମି ଚିହ୍ନଟ ପାଇଁ ସମିତି ତରଫରୁ ତହସିଲରେ ଡିମାରକେଶନ ପାଇଁ କେସ୍‌ ନଂ. ୭୮/୧୦ରେ ଦରଖାସ୍ତ ହୋଇଥିଲେ ମଧ୍ୟ ଏଯାବତ ମାପଚୁପ ହୋଇପାରିନାହିଁ। ଅନ୍ୟପକ୍ଷେ ପ୍ରତି ଶ୍ମଶାନରେ ଜିଲାପାଳଙ୍କ ରେଡକ୍ରସ ପାଣ୍ଠିରୁ ବିଦ୍ୟୁତ ଚୁଲା ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି।
ଶ୍ମଶାନ ଜବରଦଖଲକୁ ନେଇ ଉତ୍ତେଜନା
ଖୋର୍ଦ୍ଧା ସହରର ଜେମାଦେଇ ମୌଜାରେ ଥିବା ହାଡଗାଡିଆ ଶ୍ମଶାନ ଜବରଦଖଲକୁ ନେଇ ଉତ୍ତେଜନା ଦେଖାଦେଇଛି। ଶ୍ମଶାନ ଉପରେ ନିର୍ଭର କରୁଥିବା ମୁକୁନ୍ଦପ୍ରସାଦ, ଜେମାଦେଇ, ସାମନ୍ତରାପୁର, ଶାଗୁଆନବଗିଚା, ବୁଢ଼ିବଗିଚା, ଠେଙ୍ଗାହାଟ, ନବୀନାବାଗ, ଉପରସାହି, ବାସେଳିସାହିର ଲୋକ ଜବରଦଖଲକୁ ବିରୋଧ କରୁଛନ୍ତି। ଏପରିକି ସୋମବାର ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri