ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ: କହିଲେ ‘କୋଭିଡ-୧୯ ସମଗ୍ର ମାନବଜାତି ପାଇଁ ଆହ୍ବାନ, ରବିବାର ସମସ୍ତେ ଘରେ ରୁହନ୍ତୁ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ମହାମାରୀ କରୋନା ଭୂତାଣୁକୁ ନେଇ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ବାର୍ତ୍ତା ଦେଇଛନ୍ତି। ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି।

ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ମୁକାବିଲାର ଆବଶ୍ୟକତା ରହିଛି। କୋଭିଡ-୧୯ ସମଗ୍ର ମାନବଜାତି ଲାଗି ଏକ ଆହ୍ବାନ। ଏହି ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି ପାଇଁ ରବିବାର ସମସ୍ତେ ଘରେ ରୁହନ୍ତୁ। ଏଥିରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସୂଚନାଯୋଗ୍ୟ, ବିକଶିତ ରାଷ୍ଟ୍ର ଉପରେ କରୋନା ପ୍ରଭାବ ପଡ଼ୁଥିବାବେଳେ ଭାରତରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାବିବା ଠିକ୍‌ ନୁହେଁ। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଅତି ଜରୁରୀ ନ ଥିଲେ ବାହାରକୁ ନ ଆସିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶେଷକରି ଜନତା କର୍ଫ୍ୟୁ ଅର୍ଥ ଜନସାଧାରଣଙ୍କ ଦ୍ୱାରା ସେମାନଙ୍କ ପାଇଁ ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ଏଣୁ ଆସନ୍ତା ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri