ଜଜାଙ୍ଗ ଖଣି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନ ଜଜାଙ୍ଗ ଖଣି ଶ୍ରମିକମାନେ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ା ବିଭିନ୍ନ ଦାବି ନେଇ ସେମାନେ ସକାଳ ୬ ଟାରୁ ଏହି ଆନ୍ଦୋଳନ ଚାଲିଛି ା ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଥମି ନାହିଁ ା ଏହାକୁ ନେଇ ଖଣି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫେର୍ସ ମୁତୟନ କରାଯାଇଛି ା
ଗୁରୁବାର ସକାଳୁ ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସମର୍ଥିତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ଖଣି ଭିତରେ ବସି ରହିଛନ୍ତି। ଆନ୍ଦୋଳନ ସମ୍ପର୍କରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜଜାଙ୍ଗ ମାଇନ୍ସ ମଜଦୁର ସଂଘର ସଭାପତି ଡାକ୍ତର ମହାନ୍ତ କହିଛନ୍ତି, ଶ୍ରମିକମାନେ ତା୨୬।୫।୨୦୧୯ ରିଖରେ ବିଭିନ୍ନ ଦାବି ପୂରଣ ପାଇଁ ୧୫ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ା ଏହାପରେ ରିଜିଓନାଲ ଲେବର କମିଶନର ଓ ସେଣ୍ଟ୍ରାଲ ଡାଇରେକ୍ଟର ଚିଫ୍‌ ଲେବର କମିଶନର ପକ୍ଷରୁ ଏହାର ସମାଧାନ ପାଇଁ କମ୍ପାନୀକୁ ନୋଟିସ କରାଯାଇଥିଲା। ୫ ଥର ନୋଟିସ ପରେ ବି ଆଲୋଚନା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଯାଇ ନ ଥିବାରୁ ଏହି ବିବାଦର କୌଣସି ସମାଧାନ ହୋଇ ପାରି ନ ଥିଲା । ଏଣୁ ବାଧ୍ୟ ହୋଇ ସଂଘ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତା୨୪।୧୦।୨୦୧୯ ରିଖରେ ଏକ ଚିଠି ଲେଖିଥିଲା। ଉକ୍ତ ଚିଠିରେ ଶ୍ରମିକଙ୍କ ଦାବି ନେଇ ଯେଉଁ ବିବାଦ ରହିଛି ତା’ର ସମାଧାନ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ା ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଭ୍ରୂକ୍ଷେପ ନ କରିବାରୁ ଜଜାଙ୍ଗ ମାଇନ୍ସ ମଜଦୁର ସଂଘର କେତେଜଣ ଶ୍ରମିକ ଗୁରୁବାର ଆନ୍ଦୋଳନରେ ବସିଛନ୍ତି। ଏହି ବିବାଦର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ମହାନ୍ତ କହିଛନ୍ତି।
ସଂଘର ସକ୍ରିୟ ସଦସ୍ୟ ଶିଶିର ମାଝି, ଗଣେଶ ପାତ୍ର, ବାବୁଲୁ ମାଝି, ଅଖୀଳ ମହାକୁଡ, ମାନସିଂ ମୁଣ୍ଡା, ରତ୍ନାକର ହଂସ, ଲକ୍ଷ୍ମୀଧର ଆରୋରା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ା ଏସମ୍ପର୍କରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଶ୍ରମିକଙ୍କ ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ଖଣିର କାର୍ଯ୍ୟ ଚାଲୁରଖିବା ପାଇଁ ତା ୨୯।୦୯।୨୦୧୯ ରିଖରେ ୨ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା ା ଯାହାକି ଆସନ୍ତା ୨୯ ପର୍ଯ୍ୟନ୍ତ ବଳବତ୍ତର ରହିଛି ା ଏହାସତ୍ତ୍ୱେ ସଂଘ ଡାକରାରେ ଶ୍ରମିକମାନେ ଖଣି ଭିତରେ ଆନ୍ଦୋଳନ କରିବା ଏକ ପ୍ରକାର ଅପରାଧ । ଖଣିକୁ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନଙ୍କୁ ଧମକଚମକ ଦିଆଯାଇ ବାହାର କରିଦିଆଯାଉଛି ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି ା
ଆନ୍ଦୋଳନ ସ୍ଥଳରେ ବଡବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌, ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ, ବାମେବାରୀ ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସହିତ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ମାଜିଷ୍ଟ୍ରେଟ ଏବଂ ପୋଲିସ ଫୋର୍ସ ମୁତୟନ ହୋଇଛି। ଏନେଇ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି, ଖଣିରେ ୧୪୪ ଧାରା ଜାରି ରହିଛି ା ଆନ୍ଦୋଳନକାରୀ ଶ୍ରମିକମାନଙ୍କୁ ପୋଲିସ ଉଠାଇ ନେବା ପରେ ବାମେବାରୀ ଥାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ା ତଥାପି ପୋଲିସ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା ଚଳାଇଛି ା

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri