ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର ଚାହିଦା ରହିଛି। ଏହି ଶିଳ୍ପ କାରୁକାର୍ଯ୍ୟ ଲାଗି ପଥରଶିଳ୍ପୀ ମୁକ୍ତିକାନ୍ତ ନାୟକ(୩୨) ବେଶ୍‌ ଜଣାଶୁଣା। ନିଆରା ପଥରଶିଳ୍ପୀ ମୁକ୍ତିକାନ୍ତଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଚିନ୍ତାମଣିପୁର ଗ୍ରାମରେ। ସେ ବାସୁଦେବପୁର ସହର ଏବଂ ଆଖପାଖ ଅଞ୍ଚଳରେ କାରୁକାର୍ଯ୍ୟ ଲାଗି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସେ ପଥରଶିଳ୍ପୀ ହେବାରେ ସକ୍ଷମ ହୋଇପାରିଛନ୍ତି। ବାସୁଦେବପୁର କାଳୀପୂଜା ମେଳାରେ ପଡ଼ିଥିବା ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ମୁଖ୍ୟତଃ ପଥର ମୂର୍ତ୍ତି ଓ ଏଥିରେ ନିର୍ମିତ ଘରୋଇ ସାମଗ୍ରୀର ଆଦର ବଢ଼ିବାରେ ଲାଗିଛି। ସହର ମଧ୍ୟରେ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏପରି ଏକ ପଥର ନିର୍ମିତ ମୂର୍ତ୍ତି ଓ ସାମଗ୍ରୀ ଦୋକାନ ଖୋଲାଯାଇଥିଲା ବେଳେ ପୂଜା ପାଇଁ ବ୍ଲକରୋଡ୍‌ରେ ଏକ ଷ୍ଟଲ ପଡ଼ିଛି।
ମୁକ୍ତିକାନ୍ତ କହନ୍ତି, ପିଲାଟି ଦିନରୁ ତାଙ୍କର ପଥର ଶିଳ୍ପୀ ହେବାକୁ ଇଚ୍ଛା ଥିଲା। ମାଟ୍ରିକ୍‌ ଶେଷ ପରେ ଅର୍ଥାଭାବରୁ ଆଉ ଆଗକୁ ପାଠ ନ ପଢ଼ି ପଥର କାରୁକାର୍ଯ୍ୟ ନିର୍ମାଣ ନିମନ୍ତେ ପ୍ରଥମେ ବଉଳଗଡ଼ିଆରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ସରକାରୀ ଶିକ୍ଷାକେନ୍ଦ୍ରରେ ଦୁଇବର୍ଷ ତାଲିମ ନେଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ସେ ରାଜ୍ୟ ବାହାର ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଭଳି ବିଭିନ୍ନ ସ୍ଥାନକୁ ଯାଇ ପଥରରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ସୁନାମ ଅର୍ଜନ କରିଛନ୍ତି। ପାରଶ୍ରମିକ ବାବଦକୁ ମାସିକ ଆନୁମାନିକ ୩୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର ହୋଇଥାଏ। ତେବେ ବର୍ଷେ ହେବ ସେ ଗଁାକୁ ଫେରି ବାସୁଦେବପୁରରେ ତାଙ୍କର ଦୋକାନ ଖୋଲିଛନ୍ତି। ନିହାଣମୁନ ଓ ଗ୍ରାଇଣ୍ଡର ସହାୟତାରେ ସେ ମୂର୍ତ୍ତି ନିର୍ମାଣ କରନ୍ତି। ପଥରରେ ଯେକୌଣସି ମୂର୍ତ୍ତିକୁ ଜୀବନ୍ତ ଭାବେ ନିର୍ମାଣ କରିବାକୁ ୮ରୁ୧୦ ଦିନ ଲାଗୁଛି। ମୂର୍ତ୍ତି ତିଆରି ଲାଗି ରାଜସ୍ଥାନ, ଖିଚିଂ ଆଦି ଅଞ୍ଚଳରୁ ପଥର ଆମଦାନୀ କରାଯାଇଥାଏ ବୋଲି ସେ କହିଛନ୍ତି। ଏହି କାରବାରରେ ସାନଭାଇ ଦୀପ୍ତିକାନ୍ତ ତାଙ୍କୁ ସହଯୋଗ କରନ୍ତି। ବାପା, ମା’, ଦୁଇଭାଇ, ସ୍ତ୍ରୀ ଓ ୫ବର୍ଷର ଝିଅଙ୍କୁ ନେଇ ତାଙ୍କ ପରିବାର। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ। ଓଡ଼ିଶାରେ ପଥର ଶିଳ୍ପ ଓ ଶିଳ୍ପୀର ଯଥେଷ୍ଟ ଗୁରୁତ୍ୱ ରହିଛି। ଏ ଦିଗରେ ବେକାର ଯୁବକମାନେ ମନୋନିବେଶ କରି ପଥର ଶିଳ୍ପୀ ହେବାକୁ ଇଚ୍ଛା କଲେ ବେକାର ସମସ୍ୟା ଦୂର ହେବା ସହିତ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri