ଜଗମୋହନ ମରାମତି ମାମଲା: ଆମିକସ୍‌ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ

କଟକ ଅଫିସ,୨୩।୭: ବାତ୍ୟା ଫନୀରେ ଶ୍ରୀମନ୍ଦିରରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ନେଇ ସୋମବାର ଆମିକସ୍‌ କ୍ୟୁରୀ ଏନ୍‌. କେ. ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ ହୋଇଛି। ମନ୍ଦିରର କେଉଁଠି କ୍ଷତିଘଟିଛି ଏବଂ ଏହାର ମରାମତି କେତେଦୂର ଅଗ୍ରସର ହୋଇଛି ସେସବୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ମନ୍ଦିରର ପ୍ରତିକୃତି, ସାକ୍ଷୀଗୋପାଳ ମନ୍ଦିରର ଛାତ, ଭୋଗମଣ୍ଡପ କଳସର ବ୍ରାସ୍‌ ଜ୍ୟାକେଟ୍‌, ରନତ୍ଭଣ୍ଡାର, ଭୋଗମଣ୍ଡପ ବାହାରେ ବ୍ୟବହାର ହୋଇଥିବା ପ୍ଲାଷ୍ଟର, ଆନନ୍ଦବଜାର ଚଟାଣରେ ଲାଗିଥିବା ପଥର ଆଦିର ମରାମତି ଏଏସ୍‌ଆଇ ଶେଷ କରିସାରିଛି। ସେହିପରି ରଥଯାତ୍ରା ସମୟରେ କେଉଁ କେଉଁ କାର୍ଯ୍ୟର ମରାମତି ଶେଷ ହୋଇଛି ତାହାର ମଧ୍ୟ ଏକ ତାଲିକା ଆମିକସ କ୍ୟୁରୀ ଦାଖଲ କରିଛନ୍ତି। ନାଟମଣ୍ଡପ ଚଟାଣରେ କ୍ଷତିଗ୍ରସ୍ତ ହୋଇଥିବା ପଥର, ଭୋଗମଣ୍ଡପର ପଥରର ପୁନଃସ୍ଥାପନ କରାଯାଇଛି। ତେବେ ନାଟମଣ୍ଡପ ମରାମତି ସଂକ୍ରାନ୍ତରେ ଚେନ୍ନାଇ ଆଇଆଇଟି ଏ ପର୍ଯ୍ୟନ୍ତ ଏଏସ୍‌ଆଇକୁ ରିପୋର୍ଟ ପ୍ରଦାନ କରିନାହିଁ। ରିପୋର୍ଟ ଆସିବା ପରେ ଏଏସ୍‌ଆଇ ନାଟମଣ୍ଡପକୁ ନେଇ ପରବର୍ତ୍ତୀ କାର୍ଯ୍ୟ କରିବ। ଜଗମୋହନ ମରାମତିକୁ ନେଇ ଆଉ କ’ଣ କ’ଣ କାର୍ଯ୍ୟ କରାଯିବ ତାହା ଉପରେ ଆମିକସ୍‌ କ୍ୟୁରୀ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ନାଟମଣ୍ଡପର ଫାଟିଥିବା ବିମ୍‌ ପ୍ରତି ଧ୍ୟାନ ଦେବାକୁ ମହାନ୍ତି ଗୁରୁତ୍ୱାରୋପ କରିଛନ୍ତି। ମନ୍ଦିର ବାହାରେ ଥିବା ବିଭିନ୍ନ ପଥର ଏବଂ ଯୋଡେଇ ସ୍ଥାନଗୁଡିକୁ ବିଭିନ୍ନ ସମୟରେ ତଦାରଖ କରାଯିବାର ଆବଶ୍ୟକତା ରହିଛି। ଯଦି କିଛି ଅସୁବିଧା ଥିବାର ଜଣାପଡ଼େ, ତାହେଲେ ଏହାର ମରାମତି ମଧ୍ୟ କରାଯିବା ଆବଶ୍ୟକ। ଏହି ରିପୋର୍ଟ ଦାଖଲ ଅବସରରେ ଆମିକସ୍‌ କ୍ୟୁରୀ ମହାନ୍ତି ଦିବ୍ୟାଙ୍ଗଙ୍କ ଲାଗି ମନ୍ଦିର ପ୍ରବେଶ କରାଯିବାକୁ ନେଇ ଚାଲିଥିବା ଆୟୋଜନ ସମ୍ପର୍କରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିବ୍ୟାଙ୍ଗମାନେ ସହଜରେ ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ମାସକ ମଧ୍ୟରେ ଦିବ୍ୟାଙ୍ଗମାନଙ୍କୁ ଏହି ସୁବିଧା ମିଳିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଜବାବ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‌.ଝାବେରୀ ଏବଂ ବିଚାରପତି କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସେପ୍ଟେମ୍ବର ୬କୁ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣିରେ ମହାନ୍ତି ପୁଣି ମନ୍ଦିର ମରାମତିର ଅଗ୍ରଗତି ସଂକ୍ରାନ୍ତରେ ରିପୋର୍ଟ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?