ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଶିକ୍ଷକ ଅଟକ

ସୋର, ୨୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଦୀଗାଁ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି। ସୋର ପୋଲିସ ଏକ ମାମଲା(ନଂ. ୫୭୬/୧୯) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ଶିକ୍ଷକ ଏବଂ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ବାସୁଦେବପୁର ଅଞ୍ଚଳର ଦୁଇ ଭଉଣୀ ଏହି ବିଦ୍ୟାଳୟରେ ପଢନ୍ତି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀଜଣକ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ଖବରପାଇ ତାଙ୍କ ମା’ ସେଠାରେ ପହଞ୍ଚି ଝିଅଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଥିରେ ଜଣେ ଶିକ୍ଷକ ସମ୍ପୃକ୍ତ ଥିବା ଅନ୍ୟ ଭଉଣୀଜଣକ ମା’ ପାଖରେ କହିବା ପରେ ଛାତ୍ରୀଙ୍କ ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି। ସୋର ପୋଲିସ କଟକ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri