ଛାତ୍ରଙ୍କୁ ଭୁଜାଲିରେ ଆକ୍ରମଣ ଘଟଣା: ଜଣେ ଗିରଫ ସମେତ ୨ ନାବାଳକଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୯।୩(ବ୍ୟୁରୋ): ସାମାନ୍ୟ ବଚସାକୁ କେନ୍ଦ୍ରକରି ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ସାଇମନ୍ଦିର ନିକଟରେ ଜଣେ ଛାତ୍ରଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଜଗତ୍‌ସିଂପୁର ତିରତୋଲ ଅଞ୍ଚଳର ସଞ୍ଜୟ କୁମାର ନାୟକ(୨୦)। ଏହି ଘଟଣାରେ ସଞ୍ଜୟଙ୍କ ସହଯୋଗୀ ଓ ଅନ୍ୟ ୨ ଜଣ ନାବାଳକଙ୍କୁ ଧରିବା ନେଇ ପୋଲିସ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଏହି ଥାନା ଅନ୍ତର୍ଗତ ବାଜପେୟୀ ନଗର ଅଞ୍ଚଳରେ ଆକ୍ରମଣର ଶିକାର ଛାତ୍ର ଅନନ୍ତ ମହାନ୍ତି ରୁହନ୍ତି। ଗତ ଶୁକ୍ରବାର ସନ୍ଧ୍ୟା ୮ଟାରେ ସେ ଟିଉସନ୍‌ ସାରି ଘରକୁ ଫେରୁଥିବାବେଳେ ସାଇ ମନ୍ଦିର ଦେଇ ବାଇକରେ ଯାଉଥିବା ୨ଜଣ ନାବାଳକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଯାଉଥିଲେ। ଏହାକୁ ଅନନ୍ତ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ହାତାହାତି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ନାବଳକ ଫୋନ୍‌ କରି ଅଭିଯୁକ୍ତ ସଞ୍ଜୟଙ୍କୁ ଡକାଇଥିଲେ। ସଞ୍ଜୟ ସହଯୋଗୀଙ୍କ ସହ ଭୁଜାଲି ଧରି ଘଟଣାସ୍ଥଳରେ ପହଞ୍ଚତ୍ ଅନନ୍ତଙ୍କୁ ଭୁଜାଲିରେ ହାଣି ଫେରାର ହୋଇଯାଇଥିଲେ। ଏ ନେଇ ଅନନ୍ତଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ନଂ.୧୨୬/୨୦ରେ ମାମଲା ରୁଜୁ କରି ସଞ୍ଜୟଙ୍କୁ ଗିରଫ କରିଥିଲା। ରବିବାର କୋର୍ଟ ଚାଲାଣ ପରେ ଜାମିନ ଖାରଜ ହେବାରୁ ସଞ୍ଜୟଙ୍କୁ ଜେଲ ଯିବାକୁ ପଡିଛି। ପ୍ରକାଶ ଥାଉକି ଅଭିଯୁକ୍ତ ସଞ୍ଜୟଙ୍କ ପିତା କୃଷ୍ଣ ନାୟକଙ୍କ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ଭେଟେରାନ କ୍ରିମିନାଲ ତାରିଣୀଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା। ୨୦୧୩ରେ ଅଭିଯୁକ୍ତ ସଞ୍ଜୟଙ୍କ ଉପର ଦୁଇ ଭାଇ ତାରିଣୀ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ହତ୍ୟା କରିବା ମାମଲାରେ ସମ୍ପୃକ୍ତି ନେଇ ପୂର୍ବରୁ ଜେଲ ଯାଇଥିଲେ। ପରେ ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ତାରିଣୀ ଅଭିଯୁକ୍ତ ସଞ୍ଜୟଙ୍କ ପିତା କୃଷ୍ଣ ନାୟକଙ୍କୁ ହତ୍ୟା କରିବା ମାମଲାରେ ସଂପୃକ୍ତି ନେଇ ଜେଲ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri