ଛତ୍ରବଜାର କମ୍ପୋଷ୍ଟ ପ୍ଲାଣ୍ଟରେ ପ୍ରସ୍ତୁତ ହେବ ଜୈବିକ ଖତ

କଟକ ଅଫିସ,୨୪ା୭: କଟକ ମହାନଗର ନିଗମ (ସିଏମ୍‌ସି)ରେ ଦିନକୁଦିନ ଆବର୍ଜନା ବଢିବାରେ ଲାଗିଛି। ଯାହାଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏହା ସିଏମ୍‌ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅନ୍ୟପକ୍ଷେ ସହରରେ କୁଢ କୁଢ ଆବର୍ଜନା ଗଦା ନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ରହିଛି। ଯାହାପାଇଁ ସିଏମ୍‌ସିର ନିଦ ହଜିଯାଇଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଢାଞ୍ଚାରେ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ସିଏମ୍‌ସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। ସହରରେ ଏବେ ଦିନକୁ ୧୫୦ ମେଟ୍ରିକ ଟନ ଆବର୍ଜନା ବାହାରୁଛି। ସେହି ହିସାବରେ ମାସକୁ ୪୫୦୦ ମେଟ୍ରିକ ଟନ ଆବର୍ଜନା ବାହାରୁଛି। ଏଣିକି ଆଉ ଆବର୍ଜନା ପଡ଼ି ରହିବାକୁ ଦିଆଯିବନାହିଁ। ଏହାକୁ ଜୈବିକ ଖତରେ ପରିଣତ କରାଯାଇ ସିଏମ୍‌ସିର ବିଭିନ୍ନ ପାର୍କରେ ଉପଯୋଗ କରାଯିବ। ଏଥିସହ ଅବଶିଷ୍ଟ ଖତକୁ ବିକ୍ରି କରାଯିବା ପାଇଁ ସିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସହରରେ ପ୍ରତି ୱାର୍ଡରୁ କୁଢ କୁଢ ଆବର୍ଜନା ବାହାରୁଛି। ଏହି ଆବର୍ଜନାକୁ ଛତ୍ରବଜାର ଦାସସାହିରେ ନିର୍ମାଣ ହୋଇଥିବା କମ୍ପୋଷ୍ଟ ପ୍ଲାଣ୍ଟରେ ଭର୍ତ୍ତି କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯିବ। ମୁଖ୍ୟତଃ ଛତ୍ରବଜାରରୁ ଅଧିକ ଜୈବିକ ଆବର୍ଜନା ବାହାରୁଥିବା ଯୋଗୁ ଏହି ଅଞ୍ଚଳ ଅଧିକ ପ୍ରଦୂଷିତ ହୋଇଥାଏ। ତେଣୁ ପଚା ପରିବାପତ୍ରଠାରୁ ଆରମ୍ଭ କରି ଆମଦାନୀ ହେଉଥିବା ଫଳ ଆଦିରେ ପାଳ, କଦଳୀପତ୍ର ବ୍ୟାପକ ପରିମାଣରେ ଆସିଥାଏ। ଯାହାକି ଟ୍ରକରୁ ଅନ୍‌ଲୋଡ ବେଳେ ଏହି ଆବର୍ଜନାଗୁଡ଼ିକ ରାସ୍ତା କିମ୍ବା ତାଳଦଣ୍ଡା କେନାଲ ନିକଟରେ ଫିଙ୍ଗି ଦିଆଯାଏ। ଯାହାର ପ୍ରଭାବରେ ଛତ୍ରବଜାର ଅଞ୍ଚଳ ସର୍ବଦା ଆବର୍ଜନାମୟ ରହିଥାଏ। ତେଣୁ ପ୍ରଥମେ ଏହି ଆବର୍ଜନାକୁ ଜୈବିକ ଖତରେ ପରିଣତ କରାଗଲେ ସିଏମ୍‌ସିର ଆବର୍ଜନାଗୁଡ଼ିକ ପୁଣି ବ୍ୟବହାର କରାଯିବା ସହ ରାଜସ୍ବ ବୃଦ୍ଧି ପାଇବ। ଏହି ଖତକୁ ସିଏମ୍‌ସିରେ ଥିବା ଛୋଟ ବଡ଼ ୪୫ଟି ପାର୍କ ସମେତ ସିଡିଏର ୬ଟି ପାର୍କରେ ଜୈବିକ ଖତ ବ୍ୟବହାର କରାଯାଇ ଏଥିରେ ଲାଗିଥିବା ଗଛଗୁଡିକୁ ଉନ୍ନତ କରାଯିବା ସହ ପାର୍କ ସବୁଜିମା କରାଯାଇ ପାରିବ। ଏହି ଆବର୍ଜନାଗୁଡ଼ିକୁ କମ୍ପୋଷ୍ଟରେ ପରିଣତ କରି ବ୍ୟବହାର କରାଗଲେ ଖତ ବାବଦରେ ଖର୍ଚ୍ଚ ହେଉଥିବା ସିଏମ୍‌ସିର ପାଖାପାଖି ୫୦ ହଜାର ଟଙ୍କା ସଞ୍ଚୟ ହେବା ସହ ବଳକା ରହୁଥିବା ଖତକୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ୟାକେଟ କରି ବଜାରରେ ବିକ୍ରି କରାଯାଇ ସିଏମ୍‌ସିର ଆୟ ବୃଦ୍ଧି କରାଯିବ। ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମଧ୍ୟ ଏହାଦ୍ୱାରା ରୋଜଗାରର ବାଟ ପାଇ ପାରିବେ। ଯାହାଫଳରେ ଆବର୍ଜନା ପରିଚାଳନା ସହଜରେ ହୋଇପାରିବା ସହ ସିଏମ୍‌ସି ଏବଂ ଏସ୍‌ଏଚ୍‌ଜିର ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି ସିଏମ୍‌ସି ସେକ୍ରେଟାରୀ ଲତାଶ୍ରୀ ବାଗ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri