Posted inଖେଳ

ଛକା ମାରିବାରେ ସଚିନଙ୍କ ସମକକ୍ଷ ଟିମ୍‌ ସୌଦି

ଗାଲେ,୧୬।୮: ନ୍ୟୁଜିଲାଣ୍ଡ କ୍ରିକେଟର ଟିମ୍‌ ସୌଦି ନିଜର ଉଇକେଟ ନେବାର ଦକ୍ଷତା, ସୁଇଂ ବୋଲିଂ ଓ ଚମତ୍କାର ଫିଲ୍ଡିଂ ଯୋଗୁ ଜଣାଶୁଣା। ଏହା ବ୍ୟତୀତ ତାଙ୍କର ଛକା ଲଗାଇବାର ମଧ୍ୟ ଦକ୍ଷତା ରହିଛି। ସେ ଶୁକ୍ରବାର ଟେଷ୍ଟ ଫର୍ମାଟରେ ଛକା ଲଗାଇବାରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଏଠାରେ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ତାଙ୍କର ୧୪ ରନ୍‌ର ଇନିଂସରେ ଏକ ଛକା ସାମିଲ ଥିଲା। ଏଥିଯୋଗୁ ତାଙ୍କ ଟେଷ୍ଟ କ୍ୟାରିୟରର ଛକା ସଂଖ୍ୟା ୬୯ରେ ପହଞ୍ଚତ୍ଛି। ଏହି ସଂଖ୍ୟକ ଛକା ସଚିନ ୩୨୯ ଇନିଂସ ଖେଳି ଲଗାଇଥିଲେ। ସୌଦି ମାତ୍ର ୮୯ ଇନିଂସରେ ଏତେ ସଂଖ୍ୟକ ଛକା ଲଗାଇଛନ୍ତି। ତେବେ ଉଭୟ ସୌଦି ଓ ସଚିନ ଟେଷ୍ଟ ଫର୍ମାଟରେ ସର୍ବାଧିକ ସଂଖ୍ୟକ ଛକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଯୁଗ୍ମ ୧୭ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଫର୍ମାଟରେ ସର୍ବାଧିକ ଛକା ମାରିବାର ରେକର୍ଡ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲନଙ୍କ ନାମରେ ରହିଛି। ସେ ୧୭୯ ଇନିଂସରେ ୧୦୭ ଛକା ଲଗାଇଥିଲେ। ତାଙ୍କ ପଛକୁ ପୂର୍ବତନ ଅଷ୍ଟ୍ରେଲିଆନ ଉଇକେଟକିପର ଆଡାମ ଗିଲକ୍ରିଷ୍ଟ (୧୦୦), କ୍ରିସ ଗେଲ (୯୮), କ୍ୟାକ୍ସ କାଲିସ (୯୭) ଓ ବୀରେନ୍ଦ୍ର ସେହ୍ବାଗ (୯୧) ଯଥାକ୍ରମେ ୨ରୁ ୫ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri