ଚୋରା ପଥରଖଣି ବ୍ୟବସାୟ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ/ ଭୁବନେଶ୍ୱର, ୩।୮(ବ୍ୟୁରୋ): ଖୋର୍ଦ୍ଧା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଚୋରା ପଥର ଖଣିର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ପ୍ରଦୀପ ବେହେରା ଓରଫ କାଳୁ(୨୬) ଶୁକ୍ରବାର ଧରାପଡ଼ିଛନ୍ତି। କ୍ରାଇବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ଜଙ୍ଗଲରେ ଚଢ଼ାଉ କରି ଏକ ଘରୁ ତାଙ୍କୁ ଗିରଫ କରିଛି। ସେଠାରୁ କିଛି ମାରଣାସ୍ତ୍ର ମିଳି ନ ଥିବାବେଳେ ସେ ଚୋରା ବନ୍ଧୁକ ରଖୁଥିବା ନେଇ ଅଭିଯୋଗ ଥିବାରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରଦୀପଙ୍କ ନାମରେ ବିଭିନ୍ନ ଥାନାରେ ଅପହରଣ, ଦାଦା ବଟି ଓ ହତ୍ୟା ଉଦ୍ୟମ ଭଳି ବହୁ ମାମଲା ରହିଛି। ତାଙ୍କୁ ରିମାଣ୍ଡରେ ଆଣି ଆପରାଧିକ ସାମ୍ରାଜ୍ୟକୁ ଧ୍ୱଂସ କରିବାକୁ ଯୋଜନା ରଖିଛି ଏସ୍‌ଟିଏଫ୍‌।
ଏସ୍‌ଟିଏଫ୍‌ର ସୂଚନାନୁସାରେ, ପ୍ରଦୀପ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ ପଥର ଖନନ କରିବା ସହ ଚାଲାଣ କରନ୍ତି। ବିଳମ୍ବିତ ରାତିରେ ପଥର ବ୍ଲାଷ୍ଟିଂ କରନ୍ତି। ଗୋଟିଏ ଟ୍ରିପ୍‌ ପଥରକୁ ୨ ହଜାର ଟଙ୍କା ଲେଖାଏରେ ବିକ୍ରି କରନ୍ତି। ରାତିକୁ ପ୍ରାୟ ଦୁଇଶହ ଟ୍ରିପ୍‌ ପଥର ଚାଲାଣ କରି ମାସକୁ ୬୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରନ୍ତି। ଉକ୍ତ ଟଙ୍କାରୁ କେତେଜଣ ରାଜନେତା, ସ୍ଥାନୀୟ ଥାନାର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଇ ଅନାୟାସରେ ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲେ। ବିଶେଷକରି ପଥର ବ୍ଲାଷ୍ଟିଂ ଯୋଗୁ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ କରିପାରୁ ନ ଥିଲେ। ଚୋରା ପଥର ଖଣି ଉପରେ ଏସ୍‌ଟିଏଫ୍‌ର ନଜର ପଡ଼ିବା ପରଠାରୁ ଖଣି ମାଫିଆଙ୍କ ମଧ୍ୟରେ ପଡ଼ିଥିଲା ଭାଳେଣି। ବ୍ରାଉନସୁଗାର ବ୍ୟବସାୟୀ ତଥା ଚୋରା ପଥର ଖଣି ଇଲାକାରେ ରାଜୁତି କରୁଥିବା ଛୋଟା ଓରଫ ସୁଧାଂଶୁ ପରିଡ଼ା ଓ ଅନ୍ୟ କେତେଜଣ ଜେଲ୍‌ଯିବା ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର ଓ ଅନ୍ୟମାନେ ଭୟରେ ଉଭାନ ହୋଇଯାଇଛନ୍ତି। ତେବେ ଏସ୍‌ଟିଏଫ୍‌ ସେମାନଙ୍କ ତାଲିକା କରି ଗୋଟିଗୋଟିକରି ଖୋଜି ଧରୁଛି। ଏସ୍‌ଟିଏଫ୍‌ କେସ୍‌ ନଂ-୭/୧୯ରେ ଏକ ମାମଲା ରୁଜୁ କରି ପ୍ରଦୀପଙ୍କୁ ଖୋଜୁଥିଲା। ପ୍ରଦୀପ ଓ ଅନ୍ୟ ୪ଜଣ ଖୋର୍ଦ୍ଧା ସହରର କିଛି ଦୂରରେ ଥିବା ଏକ ଜଙ୍ଗଲରେ ଘର କରି ରହୁଥିବା ଓ ସେଠାରେ ମଦମାଂସର ଆସର ଜମୁଥିବା ଏସ୍‌ଟିଏଫ୍‌ ନିକଟରେ ଖବର ପହଞ୍ଚଥିଲା। ଏପରିକି ଧରା ନ ପଡ଼ିବା ପାଇଁ ସେଠାରେ କେହି ହେଲେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନ ଥିଲେ। ଶେଷରେ ଏସ୍‌ଟିଏଫ୍‌ ଉକ୍ତ ସ୍ଥାନକୁ ଠାବ କରିବା ପରେ ଗୁରୁବାର ରାତିରେ ଏକ ଟିମ୍‌ ଜଙ୍ଗଲରେ ପଶି ଉକ୍ତ ଘର ଉପରେ ଚଢାଉ କରିଥିଲା। ଚଢ଼ାଉ ସମୟରେ ସମସ୍ତେ ମଦପିଇ ମଉଜ କରୁଥିଲେ। ହେଲେ ଏସ୍‌ଟିଏଫ୍‌ ଅଧା ମଦ ପିଆରୁ ୫ଜଣଙ୍କୁ ଉଠାଇ ଆଣିଥିଲା। ପ୍ରଦୀପଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ଅନ୍ୟ ୪ଜଣଙ୍କର ଆପରାଧିକ ଲିଙ୍କ୍‌ ଖୋଜିଥିଲା। ମାତ୍ର ସେପରି କିଛି ନ ମିଳିବାରୁ ସେମାନଙ୍କୁ ଛାଡ଼ି ଦେଇଥିଲା। ତେବେ ପଚରାଉଚରା ପରେ ଏସ୍‌ଟିଏଫ୍‌କୁ ବହୁ ତଥ୍ୟ ମିଳିଛି। ଗିରଫ ଭୟରେ ପ୍ରଦୀପ ଜଙ୍ଗଲ ଭିତରେ ଘର କରି ଲୁଚି ରହିଥିଲେ। ଭୟ ଲାଗୁଥିବାରୁ ସେ ୪ଜଣ ସାଙ୍ଗଙ୍କୁ ମଦ ଓ ମାଂସ ଦେଇ ପାଖରେ ରଖିଥିଲେ। ଅନ୍ୟପକ୍ଷରେ ଗିରଫ ପ୍ରଦୀପଙ୍କୁ ପଚରାଉଚରାବେଳେ ସେ ତାଙ୍କ ଆପରାଧିକ ସାମ୍ରାଜ୍ୟ ସହ ଲିଙ୍କ୍‌ରେ ଥିବା ସହଯୋଗୀଙ୍କ ନାମ କହିଛନ୍ତି। ଏପରିକି ତାଙ୍କୁ ସୁରକ୍ଷା ଦେଉଥିବା ରାଜନେତା ଓ ଗ୍ୟାଙ୍ଗ୍‌ଷ୍ଟାରଙ୍କ ସମ୍ପର୍କରେ ମଧ୍ୟ ଏସ୍‌ଟିଏଫ୍‌ ବହୁତ କିଛି ଜାଣିବାକୁ ପାଇଛି। ତେଣୁ ୪ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର୍‌ କହିଛନ୍ତି। ତେଣୁ ଆଗକୁ ବହୁ ନେତା ଓ ଗ୍ୟାଙ୍ଗ୍‌ଷ୍ଟର ଏସ୍‌ଟିଏଫ୍‌ ଜାଲରେ ଫସିବେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri