ଚେକିଂ ନାଁରେ ଟ୍ରାଫିକ ପୋଲିସର ଦାଦାଗିରି: ହେଲମେଟ ପିନ୍ଧି ନ ଥିବାରୁ ଆଇନଜୀବୀଙ୍କୁ ମାଡ଼

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଟ୍ରାଫିକ ପୋଲିସର ଦାଦାଗିରି ବଢ଼ିବାରେ ଲାଗିଛି। କିଛିଦିନ ତଳେ ସିଆରପି ଛକ ନିକଟରେ ଜଣେ ମହିଳାଙ୍କ ସ୍କୁଟିରୁ ଜବରଦସ୍ତି ଗାଡ଼ି ଚାବି କାଢି ନେଇ ହଇରାଣ କରିବା ଘଟଣା ନ ସରୁଣୁ ଗୁରୁବାର ପୁଣି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ପଦାକୁ ଆସିଛି। କୌସ୍ତବ କଲେଜ ନିକଟରେ ଚେକିଂ ଚାଲିଥିବାବେଳେ ହେଲମେଟ ପିନ୍ଧି ନ ଥିବା ଜଣେ ଆଇନଜୀବୀଙ୍କୁ ଜଣେ ଟ୍ରାଫିକ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ରେ ଆଇନଜୀବୀ ଜଣଙ୍କ ବେହୋସ ହୋଇଥିବା ସେ କହିଛନ୍ତି। ଅନ୍ୟପଟେ ମାଡ଼ ମାରିଥିବା ଟ୍ରାଫିକ ପୋଲିସ ମଧ୍ୟ ଆଇନଜୀବୀଙ୍କ ନାମରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି। ପୋଲିସ ଉଭୟ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ଜଣାପଡିଛି।

ଆଇନଜୀବୀ କେଶବ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ୧୦ଟାରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ହେଉଥିଲା। ଏହି ସମୟରେ ଆଇନଜୀବୀ କେଶବ ପଟିଆରୁ ଇନ୍‌ଫୋସିସ୍‌ ଅଭିମୁଖେ ଯାଉଥିବାବେଳେ ଉକ୍ତ ଛକ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା। ହେଲେ କେଶବ ଆଗକୁ ଯାଇ ବାଇକ ରଖିବା ସମୟରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ତାଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ। ଫଳରେ ସେ ତଳେ ପଡ଼ି ବେହୋସ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣି ଛିଞ୍ଛିବା ପରେ ଚେତା ଫେରିଥିଲା ବୋଲି କେଶବ କହିଛନ୍ତି। ଅନ୍ୟପକ୍ଷେ ମାଡ଼ ମାରିଥିବା ଟ୍ରାଫିକ ପୋଲିସ ଜଣଙ୍କ କହିଛନ୍ତି, କେଶବ ବିନା ହେଲମେଟରେ ଯାଉଥିଲେ। ତାଙ୍କୁ ଅଟକାଇଥିଲେ ମଧ୍ୟ ସେ ରହି ନ ଥିଲେ। ଫଳରେ ପୋଲିସ ତାଙ୍କୁ ଧରିବା ପରେ ସେ ଏଭଳି ମିଥ୍ୟ ଅଭିଯୋଗ ଆଣିଥିଲେ। ତାଙ୍କୁ ସେଭଳି ମାଡ ହୋଇନାହିଁ। ଏ ନେଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି,ଏ ସମ୍ପର୍କରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
କିନ୍ତୁ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନାରୀନେତ୍ରୀ ଡଲି ରଥ। ସେ କହିଛନ୍ତି ଯେ, ଜଣେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ ପୋଲିସ ସେମାନଙ୍କୁ ମାଡ଼ ମାରିବ। ଯଦି ଜଣେ ଟ୍ରାଫିକ ନିୟମ ଭାଙ୍ଗିଛି ତେବେ ତାଙ୍କୁ ଆଇନ ଅନୁଯାୟୀ ଜରିମାନା କରନ୍ତୁ। ଏଭଳି ଲୋକଙ୍କୁ ଯାଞ୍ଚ ନାଁରେ ମାଡ଼ ମାରିବା ଠିକ୍‌ ନୁହେଁ। ଏଭଳି ହେଲେ ଶେଷରେ ରାଜମହଲ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି।
ଏ ନେଇ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ପ୍ରକୃତ ଘଟଣା କ’ଣ ହୋଇଛି ସମସ୍ତେ ଜାଣିଛନ୍ତି। ଯଦି ଟ୍ରାଫିକ ପୋଲିସ ପିଟିବା ନେଇ ଅଭିଯୋଗ ହେଉଛି ତେବେ ଘଟଣାର ଯାଞ୍ଚ କରାଯିବ। ଟ୍ରାଫିକ ପୋଲିସ ଦୋଷୀ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri