ଚିଲିକା: ବିଭାଗୀୟ ତଥ୍ୟକୁ ହାଇକୋର୍ଟଙ୍କ ସନ୍ଦେହ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଦ୍ରୁତ ଶିଳ୍ପାୟନ ମାନବ ସମାଜ ପାଇଁ ବିକାଶ ଆଣିଛି। ହେଲେ ଶିଳ୍ପାୟନ ଓ ଅର୍ଥନୈତିକ ଫାଇଦା ପାଇଁ ମନୁଷ୍ୟ ପ୍ରକୃତିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଛି, ଯାହା ପରବର୍ତ୍ତୀ ସମୟରେ ଅନେକ ବିପର୍ଯ୍ୟୟକୁ ଡାକି ଆଣୁଛି। ସବୁଜିମା ଜଙ୍ଗଲ ପରି ଜୈବ ବିବିଧତାରେ ନଦୀ, ହ୍ରଦର ଆବଶ୍ୟକତା ରହିଛି। ହେଲେ ସେଗୁଡିକର ଉପଯୁକ୍ତ ଯତ୍ନ ନିଆଯାଉ ନ ଥିବା ଅନୁଭବ ହେଉଛି। ଆମ ରାଜ୍ୟର ଚିଲିକା ହ୍ରଦ କଥା ବିଚାର କରାଯାଉ ବିଦେଶୀ ପକ୍ଷୀ, ଡଲଫିନ ଓ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହା ପ୍ରସିଦ୍ଧ। ଅନୁରୂପ ଭାବେ ସ୍ଥାନୀୟ ହ୍ରଦକୁ ଜୀବିକା କରି ମତ୍ସ୍ୟଜୀବୀମାନେ ମଧ୍ୟ ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ ଓଡ଼ିଶା ହାଇକୋର୍ଟଙ୍କ ନିଜସ୍ବ ଅନୁଧ୍ୟାନ ଓ ଚିଲିକା ସୁରକ୍ଷା ସମ୍ପର୍କିତ ସରକାରୀ ତଥ୍ୟ ମେଳ ଖାଉ ନ ଥିବା ଏବେ ଜଣାପଡିଛି।
ଚଳିତ ମାସ ପହିଲାରେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଏକ ଶୁଣାଣି ସମୟରେ ରାଜ୍ୟ ସରକାର ଚିଲିକାରେ ଚିଙ୍ଗୁଡି ଘେରି ହ୍ରାସ ପାଇଥିବା ଜଣାଇଥିଲେ ମଧ୍ୟ ସେ ସଂକ୍ରାନ୍ତରେ ଲିଖିତ ତଥ୍ୟ ଉପସ୍ଥାପନ କରି ନ ଥିଲେ। ଏଥିରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୂର୍ବରୁ ହାଇକୋର୍ଟ ବେଆଇନ ଚିଙ୍ଗୁଡି ଘେରି ସମ୍ପର୍କରେ ସ୍ବତନ୍ତ୍ର ଅନୁଧ୍ୟାନ ପାଇଁ ଆମିକସ୍‌ କ୍ୟୁରୀ ମୋହିତ ଅଗ୍ରୱାଲ ନିଯୁକ୍ତ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ଏ ସମ୍ପର୍କରେ ନିୟମିତ ବୈଠକ କରୁଛି। ଗତ ଜୁନ୍‌ ୨୪ରେ ହୋଇଥିବା ବୈଠକରେ ସରକାରଙ୍କ ପକ୍ଷରୁ ଚିଙ୍ଗୁଡି ଘେରିର ପରିମାଣ ୨୯,୦୦୦ଏକର ବୋଲି ଖୋଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ସାଟେଲାଇଟ୍‌ ବ୍ୟବହାର ମାଧ୍ୟମରେ ଏହି ସଂଖ୍ୟା ଜଣାପଡିଥିବା ମଧ୍ୟ ଉଲ୍ଲେଖ କରାଯାଇଥିଲା। ହେଲେ ଗତ ଅଗଷ୍ଟ ୧ରେ ଏହି ସଂଖ୍ୟା ଅହେତୁକ ହ୍ରାସ ପାଇଥିବା କୁହାଗଲା। ଏହାକୁ ନେଇ ହାଇକୋର୍ଟ ସରକାରୀ ତଥ୍ୟ ଉପରେ ସନ୍ଦେହପ୍ରକଟ କରିଥିଲେ। ଏଥିସହିତ ସତ୍ୟପାଠ ଆକାରରେ ଚିଙ୍ଗୁଡି ଘେରି ସମ୍ପର୍କିତ ପୂର୍ଣ୍ଣାଙ୍ଗ ତଥ୍ୟ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି। ତେଣୁ ସରକାର ଚିଙ୍ଗୁଡି ଘେରି ନେଇ କି ତଥ୍ୟ ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ଚିଲିକାର ଉପସ୍ଥିତି ଥିଲେ ବି କୃଷ୍ଣପ୍ରସାଦ ଅଞ୍ଚଳରେ ବ୍ୟାପକ ବେଆଇନ ଚିଙ୍ଗୁଡି ଘେରି ଦେଖାଦେଇଥାଏ। ଏହାକୁ ଉଚ୍ଛେଦ କରିବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ ଅନୁପାଳନ ହେଉନାହିଁ। ହାଇକୋର୍ଟଙ୍କ ବ୍ୟତୀତ ପରିବେଶ ଓ ଜଳ ବିଶେଷଜ୍ଞମାନେ ମଧ୍ୟ ଚିଲିକାକୁ ନେଇ ସନ୍ଦେହପ୍ରକଟ କରିଛନ୍ତି। ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଛନ୍ତି ଯେ, ଚିଙ୍ଗୁଡି ଘେରି ଦ୍ୱାରା ଜାଲ ଲଗାଯିବା ସହ ହ୍ରଦ ମଧ୍ୟରେ ମାଟି ବନ୍ଧ କରାଯାଇଥାଏ। ଏହା ଦ୍ୱାରା ମୂଳ ହ୍ରଦର ପରିସୀମା ଆପେ ସଙ୍କୁଚିତ ହୋଇଥାଏ। ଦୀର୍ଘଦିନ ଧରି ଘେରି ରହିବା ଦ୍ୱାରା ପଟୁ ବଢିଥାଏ। ଆକର୍ଷଣୀୟ ଆକାରର ଚିଙ୍ଗୁଡି ଉତ୍ପାଦନ ନେଇ ବ୍ୟବହାର କରାଯାଉଥିବା ସାର ଓ ରସାୟନ ପଦାର୍ଥର ପ୍ରୟୋଗ ମଧ୍ୟ ହ୍ରଦକୁ ପ୍ରଦୂଷିତ କରିଥାଏ। ଏହା ଦ୍ୱାରା ମାଛ ବଂଶ ପ୍ରତି ବିପଦ ସୃଷ୍ଟି ହେଉଥିବାବେଳେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡିକୁ ପ୍ରଭାବିତ କରୁଛି। ହ୍ରଦର ପ୍ରାକୃତିକ ପରିସୀମା କମିବା ଦ୍ୱାରା ଜଳ ନିଜର ଗୁଣାତ୍ମକମାନ ହରାଇବ। ଚିଙ୍ଗୁଡି ଘେରି ବୃଦ୍ଧି ଯୋଗୁ ପକ୍ଷୀଙ୍କ ଜୀବନ ପ୍ରଭାବିତ ହେଉଛି ବୋଲି ରଞ୍ଜନ କହିଛନ୍ତି।
ସେହିପରି ଚିଲିକାର ସୁରକ୍ଷା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟି ରହିଛି। ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରୁ ପ୍ରାପ୍ତ ଉତ୍ତରରୁ ଚଳିତ ବର୍ଷ ଷ୍ଟିଅରିଂ କମିଟି ଓ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସି ନ ଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଶେଷଥର ପାଇଁ କାର୍ଯ୍ୟନିର୍ବାହୀ ବୈଠକ ୨୦୧୮ ଡିସେମ୍ବର ୫ ଏବଂ ଷ୍ଟିଅରିଂ କମିଟି ବୈଠକ ସେହିମାସ ୨୦ରେ ବସିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ ଗଭର୍ନିଂ ବଡି ବୈଠକ ଶେଷଥର ପାଇଁ ୨୦୧୩ ଜୁନ୍‌ ୨୭ରେ ବସିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଦ୍ୱାରା ଗତ ଜୁଲାଇ ୧୬ରେ ପଚରାଯାଇଥିବା ଅଣତାରକା ପ୍ରଶ୍ନ ନଂ-୭୯୮ର ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ତଥ୍ୟ ରଖିଛନ୍ତି। ତେଣୁ ଚିଲିକାର ସୁରକ୍ଷା ପ୍ରତି ସରକାର କେତେ ସମ୍ବେଦନଶୀଳ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?