ଚିଲିକାରେ ହେବ ଫ୍ଲୋଟିଂ ରେସ୍ତୋରାଁ, ହାଉସ୍‌ବୋଟ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ଖୁବ୍‌ଶୀଘ୍ର ଏସିଆ ମହାଦେଶର ସର୍ବବୃହତ୍‌ ଲୁଣାହ୍ରଦ ଚିଲିକାରେ ଆରମ୍ଭ ହେବ ‘ଫ୍ଲୋଟିଂ ରେସ୍ତୋରାଁ’ ବା ‘ଭାସମାନ ଭୋଜନାଳୟ’। ଚିଲିକାର ରମ୍ଭା ଏବଂ ବଡ଼କୂଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ୬ କୋଟି ୧୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବାବେଳେ ଆସନ୍ତା ୬ ରୁ ୭ ମାସ ମଧ୍ୟରେ ଏହି ସେବା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଓଟିଡିସି ଏମ୍‌ଡି ହେମାକାନ୍ତ ସଏ କହିଛନ୍ତି। ପର୍ଯ୍ୟଟକମାନେ ଚିଲିକା ଭିତରେ ବୁଲିବା ସମୟରେ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ। ଏହାବ୍ୟତୀତ ଚିଲିକାରେ ରାଜ୍ୟର ପ୍ରଥମ ହାଉସ୍‌ବୋଟ୍‌ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ପର୍ଯ୍ୟଟନ ବିଭାଗ ଅର୍ଥ ବରାଦ କରିସାରିଥିବାବେଳେ ଖୁବ୍‌ଶୀଘ୍ର ଏକ ବୈଷୟିକ ଟିମ୍‌ ଚିଲିକା ହ୍ରଦ ଭ୍ରମଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ ୨ଟି ହାଉସ୍‌ବୋଟ୍‌ ଆସିବାକୁ ଥିବାବେଳେ ଆଇଆଇଟି ମାଡ୍ରାସର ଜଣେ ନାଭାଲ ଆର୍କିଟେକ୍‌ଚର୍‌ ଏହାର ଡିଜାଇନ୍‌ ଦାୟିତ୍ୱରେ ରହିବେ ବୋଲି ସଏ ସୂଚନା ଦେଇଛନ୍ତି।
କୋଣାର୍କ ନିକଟ ରାମଚଣ୍ଡୀ ବେଳାଭୂମିରେ ଚାଲିଥିବା ପୂର୍ବ ଭାରତର ପ୍ରଥମ ‘ଗ୍ଲାମର୍ସ କ୍ୟାମ୍ପିଂ’ ଉତ୍ସବ ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’କୁ ପ୍ରବେଶଶୁଳ୍କ ମୁକ୍ତ କରିଛି ପର୍ଯ୍ୟଟନ ବିଭାଗ। ଏଣିକି ପର୍ଯ୍ୟଟକମାନେ ବିନା ଦେୟରେ ଇକୋ ରିଟ୍ରିଟ୍‌ ବୁଲିବା ସହ ଲାଇଭ୍‌ କନ୍‌ସର୍ଟର ମଜା ନେଇପାରିବେ। ପ୍ରତି ଶନିବାର ଖ୍ୟାତନାମା କଳାକାରଙ୍କ ଦ୍ୱାରା ଏଠାରେ ମ୍ୟୁଜିକାଲ କନସର୍ଟ ଆୟୋଜିତ ହେଉଥିବାବେଳେ ଆସନ୍ତା ଶନିବାର ଲୋକପ୍ରିୟ ବ୍ୟାଣ୍ଡ୍‌ ‘ଇଣ୍ଡିଆନ୍‌ ଓସେନ୍‌’ ସଙ୍ଗୀତ ପରିବେଷଣ କରିବ। ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ଭୁବନେଶ୍ୱରରୁ ପର୍ଯ୍ୟଟକ ତଥା ଦର୍ଶକଙ୍କୁ ନେବା ଲାଗି ସ୍ବତନ୍ତ୍ର ବସ୍‌ ସୁବିଧା ଉପଲବ୍ଧ କରାଯିବ। ଶନିବାର ଅପରାହ୍ନ ୪ଟାରେ ଖଣ୍ଡଗିରି, ୪ଟା ୩୦ରେ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ୫ଟାରେ କଳ୍ପନାରୁ ଉକ୍ତ ବସ୍‌ କୋଣାର୍କ ଅଭିମୁଖେ ଯିବ। ପର୍ଯ୍ୟଟକମାନେ ଟେଣ୍ଟ୍‌ରେ ନ ରହିଲେ ବି ପବ୍ଲିକ୍‌ ଏରିଆରେ ବିଭିନ୍ନ ପ୍ରକାର ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ମାର୍କେଟ୍‌ ଓ ଖାଦ୍ୟପେୟକୁ ଉପଭୋଗ କରିପାରିବେ। ପ୍ରାରମ୍ଭରୁ କେବଳ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ଓ୍ବେବ୍‌ସାଇଟ୍‌ରେ ଇକୋ ରିଟ୍ରିଟ୍‌ ବୁକିଂ ସୁବିଧା ଉପଲବ୍ଧ ଥିବାବେଳେ ଏବେ ଏମ୍‌ଏମ୍‌ଟି, ଗୋଆଇବିବୋ ଏବଂ ୟାତ୍ରା ଡଟ୍‌ କମ୍‌ ଓ୍ବେବ୍‌ସାଇଟ୍‌ ଏବଂ ମୋବାଇଲ୍‌ ଆପ୍‌ରେ ମଧ୍ୟ ବୁକିଂ କରିହେବ। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ‘ଗ୍ଲାମର୍ସ କ୍ୟାମ୍ପିଂ’ ଇଭେଣ୍ଟକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଭଲ ରେସ୍‌ପନ୍ସ ମିଳିଥିବାବେଳେ ଏବେ ସୁଦ୍ଧା ମୋଟ ୨୨୫୦ ରୁମ୍‌ରୁ ୧୦୨୦ରୁ ଊର୍ଦ୍ଧ୍ୱ ରୁମ୍‌ ବୁକିଂ ହୋଇସାରିଛି। ୪୯ ଦିନର ଏହି ଉତ୍ସବ ପାଇଁ ୫ ଦିନରେ ୪୫%ରୁ ଅଧିକ ବୁକିଂ ଶେଷ ହୋଇଥିବାବେଳେ ଏମ୍‌ଏମ୍‌ଟି, ଗୋଆଇବିବୋ ଏବଂ ୟାତ୍ରା ଦ୍ୱାରା ୨୨ ଲକ୍ଷରୁ ଅଧିକ ଟଙ୍କାର ବୁକିଂ ହୋଇଥିବା ସଏ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri